ବିଜେପୁର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ

September 26, 2019, ରାଜନୀତି, ବରଗଡ଼, Bhagyaprabha News Bureau
ବିଜେପୁର ଉପନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଛି କଂଗ୍ରେସ
Bhagyaprabha News Bureau
September 26, 2019

ବିଜେପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହେବା ପରେ କଂଗ୍ରେସ ନିଜର ରଣନୀତି ପ୍ରସ୍ତୁତ କରିସାରିଛି। ବିଜେପୁର ଉପନିର୍ବାଚନର ସୁପରିଚାଳନା କରିବା ନିମନ୍ତେ କଂଗ୍ରେସ ପକ୍ଷରୁ ବିଭିନ୍ନ ବ୍ଲକ ଓ ବିଜ୍ଞାପିତ ଅଞ୍ଚଳ ପାଇଁ ପ୍ରଦେଶ କଂଗ୍ରେସ କମିଟି(ପିସିସି) ସଭାପତି ନିରଞ୍ଜନ ପଟ୍ଟନାୟକ ୯ ନେତାଙ୍କ ମଧ୍ୟରେ ଦାୟିତ୍ୱ ବାଣ୍ଟିଛନ୍ତି ।ଏହି ପରିପ୍ରେକ୍ଷୀରେ ଗାଇସିଲଟ ବ୍ଲକ ପାଇଁ ପୂର୍ବତନ ମନ୍ତ୍ରୀ ପ୍ରକାଶ ଚନ୍ଦ୍ର ଦେବତା ଓ ୨୦୧୯ ସାଧାରଣ ନିର୍ବାଚନରେ ବଲାଙ୍ଗୀର ଲୋକ ସଭା ପ୍ରାର୍ଥୀ ହୋଇଥିବା ସମରେନ୍ଦ୍ର ମିଶ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ବିଜେପୁର ବ୍ଲକ ପାଇଁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ, ବିଧାୟକ ରମେଶ ଜେନା ଓ ବିଧାୟକ ତାରାପ୍ରସାଦ ବାହିନୀପତିଙ୍କୁ ଦାୟିତ୍ୱ ଦିଆଯାଇଛି।ସେହିଭଳି ବିଜେପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ବିଧାୟକ ସନ୍ତୋଷ ସିଂ ସାଲୁଜା, ବରପାଲି ବିଜ୍ଞାପିତ ଅଞ୍ଚଳ ପରିଷଦ ପାଇଁ ପ୍ରଦୀପ ଦେବତା ଓ ବରପାଲି ବ୍ଲକ ପାଇଁ ନୀହାର ମହାନନ୍ଦ ଏବଂ ସରୋଜ ମହାପାତ୍ରଙ୍କୁ ଦାୟିତ୍ୱ ଦିଆଯାଇଛି। ଅନ୍ୟପକ୍ଷେ ଦଳ ପାଖରେ ବର୍ତ୍ତମାନ ଟଙ୍କା ନ ଥିବା ପିସିସି ସଭାପତି କହିଛନ୍ତି। ନିରଞ୍ଜନ କହିଛନ୍ତି, ନିକଟରେ ସାଧାରଣ ନିର୍ବାଚନ ହୋଇଥିବାରୁ ଦଳ ପାଖରେ ଟଙ୍କା ନାହିଁ। ଦଳର ବରିଷ୍ଠ ନେତା ଏବଂ ବଦାନ୍ୟ ବ୍ୟକ୍ତି ଅର୍ଥ ଦିଅନ୍ତୁ ବୋଲି ସେ କହିଛନ୍ତି।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଂଗ୍ରେସର ପାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

କଂଗ୍ରେସର ପାର୍ଥୀ ହେଲେ ଦିଲ୍ଲୀପ ପଣ୍ଡା

Read More...

ହାପି ବର୍ଥଡେ ଦେବ ଆନନ୍ଦ

ହାପି ବର୍ଥଡେ ଦେବ ଆନନ୍ଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: