ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର

September 28, 2019, ଓଡ଼ିଶା, ବଲାଙ୍ଗୀର, Bhagyaprabha News Bureau
ବଜ୍ରପାତରେ ଜଣେ ମୃତ ଦୁଇ ଗୁରୁତର
Bhagyaprabha News Bureau
September 28, 2019

ବଲାଙ୍ଗୀର ଜିଲ୍ଲା ମାଳପଡା ଅଞ୍ଚଳରେ ବଜ୍ରାଘାତରେ ଜଣଙ୍କ ମୁତ୍ୟୁ ଘଟିଥିବା ବେଳେ ଆଉ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି । ଶିବାଶିଷ ଦାସ, ଅଲ୍ଲୀ ଖାନ ଓ ସମ୍ବିତ ଡାଙ୍ଗ ତିନି ସାଙ୍ଗ ନିଜର ବ୍ୟକ୍ତିଗତ କାମ ପାଇଁ ବଲାଙ୍ଗୀର ଆସିଥିଲେ । ସେଠାରୁ ସେମାନେ ଗୋଟିଏ ମଟର ସାଇକେଲରେ ନିଜ ଗ୍ରାମକୁ ଫେରୁଥିବା ସମୟରେ ଘଡ଼ଘଡ଼ି ମାରିବା ସହିତ ବର୍ଷା ହୋଇଥିଲା। ବର୍ଷା ହେଉଥିବା ଦେଖି ମାଳପଡା ମଦନ ଗୁଡିଆ ବଗିଚା ନିକଟସ୍ଥ ଏକ ଗଛ ମୂଳରେ ଆଶ୍ରୟ ନେଇଥିଲେ ତିନି ସାଙ୍ଗ । ଏହି ସମୟରେ ବଜ୍ରପାତ ହୋଇଥିଲା ଘଟଣାସ୍ଥଳରେ ହିଁ ଶିବାସିଷଙ୍କ ମୁତ୍ୟୁ ଘଟିଥିଲା ଏବଂ ଅନ୍ୟ ଦୁଇ ଜଣ ଗୁରୁତର ଆହତ ହୋଇଥିଲେ । ଆହତ ଦୁଇ ଜଣଙ୍କୁ ସ୍ଥାନୀୟ ଭୀମଭୋଇ ମେଡିକାଲ କଲେଜକୁ ଚିକିତ୍ସା ପାଇଁ ନେଇଥିଲେ ସ୍ଥାନୀୟ ଲୋକେ । ତେବେ ବର୍ତ୍ତମାନ ସୁଦ୍ଧା ଦୁଇ ଜଣଙ୍କ ସ୍ୱାସ୍ଥ୍ୟବସ୍ତାରେ କୌଣସି ସୁଧାର ଆସିନାହିଁ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଶହୀଦ  ଭଗତ ସିଂଙ୍କ ଜୟନ୍ତୀ ପାଳନ ।

ଶହୀଦ ଭଗତ ସିଂଙ୍କ ଜୟନ୍ତୀ ପାଳନ ।

Read More...

ସୁରେଶ୍ବରୀଙ୍କ ଧବଳମୁଖି ବେଶ

ସୁରେଶ୍ବରୀଙ୍କ ଧବଳମୁଖି ବେଶ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: