ଦିଗପହଣ୍ଡିରେ ନଗରସ୍ତରୀୟ ଅଙ୍ଗିକାର କାର୍ଯ୍ୟକ୍ରମର ଶୁଭାରମ୍ଭ

October 02, 2019, ବିଶେଷ, ଗଞ୍ଜାମ, Kiran Behera
ଦିଗପହଣ୍ଡିରେ ନଗରସ୍ତରୀୟ ଅଙ୍ଗିକାର କାର୍ଯ୍ୟକ୍ରମର ଶୁଭାରମ୍ଭ
Kiran Behera
[ Reporter,Digapahandi ]
Bhagyaprabha News Bureau
October 02, 2019

ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ସ୍ଥାନୀୟ ବିଜୁପଟ୍ଟନାୟକ କଲ୍ୟାଣ ମଣ୍ଡପ ପରିସରରେ ଏକ ନଗରସ୍ତରୀୟ ଅଙ୍ଗିକାର ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଯାଇଛି । ଏହି ଅଭିଯାନ ଆସନ୍ତା ଡ଼ିସେମ୍ବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନା ମିଳିଛି । ଏହି ଅବସରରେ ଜଳସମ୍ପଦ , ଶକ୍ତିସମ୍ପଦ , ଶିକ୍ଷାବ୍ୟବସ୍ଥା , ସ୍ୱାସ୍ଥ୍ୟବସ୍ଥାର କିପରି ସଦୁପଯୋଗ କରିପାରିବା ସହ ନୂତନ ଭାରତ ଗଠନ କରିବା ଦିଗରେ ଆଲୋଚନା କରାଯାଇଥିଲା । ଏଥିସହ ଗତ ୩୦ ତାରିଖରେ ହୋଇଥିବା ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନଙ୍କ ଦ୍ଵାରା ପୁରସ୍କାର ପ୍ରଦାନ କରାଯାଇଥିଲା । ସ୍ଥାନୀୟ କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରଫୁଲ୍ଲ ଚନ୍ଦ୍ର ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ନଗର ପ୍ରକଳ୍ପ ନିର୍ଦ୍ଦେଶକ ସୁଦାମ ଚରଣ ମଣ୍ଡଳ ମୁଖ୍ୟ ଅତିଥିଭାବେ ଯୋଗଦେଇଥିଲେ । ସେହିପରି ଏନ୍ଏସି ପ୍ରଶାସକ ସଚ୍ଚିଦାନନ୍ଦ ନାୟକ , ପି. ଏଚ୍.ଡି କନିଷ୍ଠ ଯନ୍ତ୍ରୀ ଦିପକ କୁମାର ବେହେରା , ଆଇନଜୀବୀ ହରପ୍ରସାଦ ରଥ , ଆବାସ ଯୋଜନା ସଂଯୋଜକ ରାକେଶ ନାୟକ , ନଗର ସିଆରସିସି ଉପେନ୍ଦ୍ର ପଣ୍ଡା , ଏଏନ୍ଏମ୍ ମଞ୍ଜୁଳା କୁମାରୀ ମହାନ୍ତି , ମହିଳା ସଭାନେତ୍ରୀ ବିଜୟଲକ୍ଷ୍ମୀ ଦୋରା ପ୍ରମୁଖ ସମ୍ମାନୀୟ ଅତିଥିଭାବେ ମଞ୍ଚାସୀନ ଥିଲେ । ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବାରେ ବିଜ୍ଞାପିତ ଅଞ୍ଚଳ ପରିଷଦର ସମସ୍ତ କର୍ମଚାରୀ ସହଯୋଗ ପ୍ରଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

ଅବସରପ୍ରାପ୍ତ କର୍ମଚାରୀ ସଂଘ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳନ

Read More...

ଗୋକର୍ଣ୍ଣପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

ଗୋକର୍ଣ୍ଣପୁରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: