ବିଜେପୁର ନିର୍ବାଚନୀ ପାଇଁ ଚାଲିଛି ରଣନୀତି ପ୍ରସ୍ତୁତ

October 03, 2019, ରାଜନୀତି, ବରଗଡ଼, Bhagyaprabha News Bureau
ବିଜେପୁର ନିର୍ବାଚନୀ ପାଇଁ ଚାଲିଛି ରଣନୀତି ପ୍ରସ୍ତୁତ
Bhagyaprabha News Bureau
October 03, 2019

ବିଜେପୁର ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ୩ପ୍ରମୁଖ ଦଳର ନେତା । କେଉଁ ରଣନୀତି ପ୍ରସ୍ତୁତ କଲେ ଭୋଟ ଆସିବ ଏନେଇ କର୍ମୀ ଓ ନେତାମାନେ ବନ୍ଦକବାଟ ମଧ୍ୟରେ ବୈଠକ କରୁଛନ୍ତି । ଏହାସହ ବିଭିନ୍ନ ଦଳରେ ସ୍ତାନୀୟ ନେତାଙ୍କ ମଧ୍ୟରେ ଯେଉଁ ଅନ୍ତଦ୍ୱନ୍ଦ ରହିଛି ତାହା କିପରି ଦୂର ହେବ ତାହା ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି । ପୌର ନିର୍ବାଚନ ପୂର୍ବରୁ ବିଜେପର ଉପ-ନିର୍ବାଚନ ହେଉଥିବାରୁ ସବୁଦଳ ଯେକୌଣସି ଉପାୟରେ ମଧ୍ୟ ବିଜେପୁର ହାତେଇବାକୁ ଚାହୁଛନ୍ତି । ଏଥର ବିଜେଡ଼ି-ବିଜେପି ବିଜେପୁର ଲାଗି ପୁରୁଣା ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ନୂଆ ପ୍ରାର୍ଥୀ ଦେଇଛି । ବିଜେଡ଼ି ରତୀ ସାହୁ, ବିଜେପି ସନତ ଗଡ଼ତିଆ ଓ କଂଗ୍ରେସର ଦିଲ୍ଲୀପ ପଣ୍ଡା ପ୍ରାର୍ଥୀ ହୋଇଛନ୍ତି । ପୁର୍ବରୁ କଂଗ୍ରେସର ଗଡ ଭାବରେ ପରିଚିତ ଥିବା ବିଜେପୁର ୨୦୧୮ ଉପ ନିର୍ବାଚନ ପରେ ବିଜେଡ଼ିର ଗଡ଼ ହୋଇଛି । ବିଜେପୁର ଭୋଟର ଗଲା ୨ଟି ନିର୍ବାଚନରେ ସେମାନଙ୍କର ପ୍ରଥମ ପସନ୍ଦ ବିଜେଡ଼ିକୁ ବାଛିଥିଲେ । ତେଣୁ ଏଥର ବିଜେପୁରବାସୀ କେଉଁ ଦଳ ମୁଣ୍ଡରେ ସୁନାକଳସ ଢାଳିବେ ତାହା ଉପରେ ସମସ୍ତଙ୍କ ନଜର ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜାତୀୟ ବନ୍ୟ ପ୍ରାଣୀ ସପ୍ତାହରେ ହାତୀର ସୁରକ୍ଷା

ଜାତୀୟ ବନ୍ୟ ପ୍ରାଣୀ ସପ୍ତାହରେ ହାତୀର ସୁରକ୍ଷା

Read More...

ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ - ପରିବହନ କମିଶନର

ପୂଜା ଛୁଟିରେ ଖୋଲା ରହିବ ଆରଟିଓ ଅଫିସ୍‌ - ପରିବହନ କମିଶନର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: