ସୁପ୍ରିମକୋର୍ଟରେ ହେବ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି

October 03, 2019, ଓଡ଼ିଶା, , Bhagyaprabha News Bureau
 ସୁପ୍ରିମକୋର୍ଟରେ ହେବ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି
Bhagyaprabha News Bureau
October 03, 2019



ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଶୁଣାଣି ହୋଇଛି । ସମ୍ପୂର୍ଣ୍ଣ ଉଚ୍ଛେଦ ପ୍ରକ୍ରିୟା ନେଇ ଷ୍ଟାଟସ୍ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ଶ୍ରୀମନ୍ଦିର ଚତୁଃପାର୍ଶ୍ବରେ କ’ଣ ସବୁ ଭଙ୍ଗା ଯାଇଛି, ଉଚ୍ଛେଦ ପ୍ରକ୍ରିୟା କିଭଳି ଥିଲା ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ । ଏହାସହ ବିସ୍ଥାପିତଙ୍କୁ କ୍ଷତିପୂରଣ ରାଶି କିଭଳି ଓ କେତେ ଦେଉଛନ୍ତି ତାହା ମଧ୍ୟ ଜଣାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ମଠ ଓ ମନ୍ଦିର ଭଙ୍ଗାଯିବା ନେଇ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାସହ ଅନ୍ୟ ବୁଦ୍ଧିଜୀବୀମାନଙ୍କର ମଧ୍ୟ ମତ ନେବାକୁ କୁହାଯାଇଛି । ଅକ୍ଟୋବର ୨୨ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ।


ସୁପ୍ରିମକୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ତିନି ଜଣିଆ ଖଣ୍ଡପୀଠ ଏହି ମାମଲାକୁ ଶୁଣାଣି କରିଛନ୍ତି ।


ଆମିକସ୍ କ୍ୟୁରି ରଣଜିତ୍ କୁମାରଙ୍କ ଶ୍ରୀମନ୍ଦିର ପରିଦର୍ଶନ ସଂପର୍କିତ ଏକ ନୋଟ୍ସୁପ୍ରିମକୋର୍ଟରେ ଦାଖଲ କରିଛନ୍ତି । ଗତ ସେପ୍ଟେମ୍ବର ୧୭ ଶୁଣାଣିରେ ଆମିକସ୍ କ୍ୟୁରି ରିପୋର୍ଟ ଦାଖଲ କରିବା ପାଇଁ ଦୁଇ ସପ୍ତାହ ସମୟ ମାଗିଥିଲେ । ଏହାପରେ ଆମିକସ୍ କ୍ୟୁରି ଗତ ମାସ ୨୭ରେ ଏକ ନୋଟ୍ ଦାଖଲ କରିଥିଲେ ।


ଏହି ନୋଟ୍ ରେ ଆମିକସ୍ କ୍ୟୁରି ତାଙ୍କ ସେପ୍ଟେମ୍ବର ୭ରେ ଶ୍ରୀମନ୍ଦିର ପରିଦର୍ଶନ ସମୟରେ ମେଘନାଦ ପ୍ରାଚୀର ଚାରିପଟୁ ୭୫ ମିଟର ପର୍ଯ୍ୟନ୍ତ ଉଚ୍ଛେଦ ପାଇଁ ସରକାରଙ୍କ ଦ୍ବାରା ଯେଉଁ ସବୁ ପଦକ୍ଷେପ ନିଆଯାଇଛି ସେ ସଂପର୍କରେ ଉଲ୍ଲେଖ କରିଥିଲେ ।






Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଳିକାଟୁ ପୌରପରିଷଦ ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ

ହିଞ୍ଜିଳିକାଟୁ ପୌରପରିଷଦ ର ନୂତନ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କାର୍ଯ୍ୟଭାର ଗ୍ରହଣ

Read More...

ରେଳୱେ ଷ୍ଟେସନ ସ୍ବଚ୍ଛତା ରାଙ୍କି, ୮୭ତମ ସ୍ଥାନରେ ଭୁବନେଶ୍ବର

ରେଳୱେ ଷ୍ଟେସନ ସ୍ବଚ୍ଛତା ରାଙ୍କି, ୮୭ତମ ସ୍ଥାନରେ ଭୁବନେଶ୍ବର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: