ଲୋଚାପଡାରେ ଜୁଆ ଆଡ୍ଡା ଚଢ଼ଉ,ପୋଲିସ କୁ ଚୋବାଇ ୧୧ ଗିରଫ

October 06, 2019, ଅପରାଧ, ଗଞ୍ଜାମ, Bhagyaprabha News Bureau
ଲୋଚାପଡାରେ ଜୁଆ ଆଡ୍ଡା ଚଢ଼ଉ,ପୋଲିସ କୁ ଚୋବାଇ ୧୧ ଗିରଫ
Bhagyaprabha News Bureau
October 06, 2019

ଗଞ୍ଜାମ ଜିଲ୍ଲାକୁକୁଡାଖଣ୍ଡି ବ୍ଲକରେ ସଦରଥାନା ପୋଲିସ ଲୋଚାପଡା ଖଞିପଡିଆ ସାହି ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରି ୧୧ଜଣ ଜୁଆଡିକୁ ଗିରଫ କରି କୋଟ ଚାଲାଣ କରିଛି।ଗିରଫ ବ୍ୟକ୍ତି ମାନେ ହେଲେ ମହେନ୍ଦ୍ର ସାହୁ,ଗଣେଷ ସାହୁ,ମହେସ ସାହୁ,ବୃନ୍ଦାବନ ବେହେରା,ଦିପକ ସାହୁ,ମନୋଜକୁମାର ସାହୁ,ଶ୍ରୀହରି ପାତ୍ର,ହୀନ ସାହୁ ,ମୁରଲୀଧର ସାହୁ,କୁନା ସେଠୀ,ସନ୍ତୋଷ ପ୍ରଧାନ ।ସଦରଥାନା ଅଧିକାରୀ ସନ୍ତୋଷିନୀ ଓରାମ କଂ ନେତୃତ୍ବରେ ଏକ ଟିମ ଲୋଚାପଡା ଖଞିପଡିଆ ସାହି ଠାରେ ଚାଲିଥିବା ଏକ ଜୁଆ ଆଡ୍ଡା ଉପରେ ଚଢଉ କରିଥିଲା।ଉକ୍ତ ସମୟରେ ପୋଲିସ ଉପର କୁ ଜୁଆଡି ମାନେ ଆକ୍ରମଣ କରିଥିଲେ ।ଏସଆଇ ବିଭୁତି ସେଠୀ କୁଂ ଚୋବାଇଦେଇଥିଲେ।ପୋଲିସ ଗାଡିର ଲାଇଟ ମଧ୍ୟଭାଗିଂଦେଇଥିଲେ ଜୁଆଡି ମାନେ।ପୋଲିସ ସେମାନକଂ ନିକଟରୁ ୫ଟା ଠେଗାଂ,୭ଟି ମୋବାଇଲ,୮୭୭୦ ଟକାଂ ଜବତ କରିଛି। ୨୬୧/୧୯ରେ ଏକ ମାମାଲା ରୁଜୁ କରି ୧୪୭/୧୪୮/୩୪୧/୩୨୩/୩୨୪/୩୦୭/୫୦୬/୩୫୩/୩୩୨/୪୨୭/୨୯୪/୧୪୯ ଆଇପିସିରେ ଗିରଫ କରିଛି।ଶନିବାର ଜୁଆଡିକୁଂ କୋଟ ଚାଲାଣ ପୂବରୁ ଥାନା ର ଗେଟ ବନ୍ଦ କରିଦିଆଯାଇଥିଲା।କାଳେ ସ୍ଥାନୀୟ ବାସିନ୍ଦା ଥାନା ଘେରାଉ କି ବିଷୋଭ କରିବା ଭୟରେ ପୋଲିସ କବାଟ ବନ୍ଦକରି ରହିଥିଲା।ପୋଲିସ କୁ ଜୁଆଡିକଂ ଭୟ ଏତେ ଘାରିଥିଲା ଯେ ଏକ ମିନି ବସରେ ଜୁଆଡିକୁଂ କୋଟକୁ ପଠାଯାଇଥିଲା।ସଦର ଏସଡିପିଓ ଥାନା କୁ ଯାଇ ଘଟଣାର ଅନୁସନ୍ଧାନ କରିଥିଲେ।ଜୁଆଡିକଂ ଭୟରେ ସଦରପୋଲିସ କବାଟ ଦେଇ ରହିବା ସାଧାରଣରେ ଆଲୋଡନ ସୃଷ୍ଟି କରିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶାରଦୀୟ ଦୁର୍ଗାପୂଜାରେ ଉତ୍ସବ ମୁଖର କେନ୍ଦୁଝର ସହର

ଶାରଦୀୟ ଦୁର୍ଗାପୂଜାରେ ଉତ୍ସବ ମୁଖର କେନ୍ଦୁଝର ସହର

Read More...

ଆରଟିଓ ଅଫିସ ସ୍ଥାନାନ୍ତର ଦାବି

ଆରଟିଓ ଅଫିସ ସ୍ଥାନାନ୍ତର ଦାବି

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: