ଅଜଣା ରୋଗରେ ହାତୀ ମୃତ୍

October 07, 2019, ଓଡ଼ିଶା, ଖୋର୍ଦ୍ଧା, Bhagyaprabha News Bureau
ଅଜଣା ରୋଗରେ ହାତୀ ମୃତ୍
Bhagyaprabha News Bureau
October 07, 2019

କେନ୍ଦୁଝର ଜିଲ୍ଲା ଉପରିସୁମଠ ଗ୍ରାମ ନିକଟରେ ଅସୁସ୍ଥ ଥିବା ମାଈ ହାତୀର ମୃତ୍ୟୁ ହୋଇଛି । ହାତୀ ଅସୁସ୍ଥ ହୋଇ ପଡି ରହିଥିବା ବେଳେ ଏହାର ଚିକିତ୍ସା ପାଇଁ ଶିମିଳିପାଳ ଓ ନନ୍ଦନକାନନରୁ ୨ଟି ଡାକ୍ତରୀ ଦଳ ଚିକିତ୍ସା କରିଥିଲେ । ହେଲେ ହାତୀକୁ ସୁସ୍ଥ କରିପାରିଲେନି । ତେବେ ହାତୀଟି କେଉଁ ସଂକ୍ରମଣର ଶିକାର ହୋଇଥିଲା ତାହା ଜଣାପଡିନାହିଁ । ଶବ ବ୍ୟବଚ୍ଛେଦ ପରେ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡିବ ବୋଲି କହିଛି ବନବିଭାଗ । ନନ୍ଦନକାନନରେ ୪ଟି ହାତୀର ଜୀବନ ଯିବା ପରେ କେନ୍ଦୁଝର ଜିଲ୍ଲା ଉପରସୁମଠ ଜଙ୍ଗଲରେ ଏକ ମାଈ ହାତୀ ଅସୁସ୍ଥ ହୋଇ ପଡ଼ି ଛଟପଟ ହେଉଥିଲା ।କିଛି ଦିନ ତଳେ ଏକ ୫ଟିକିଆ ହାତୀପଲ ସ୍ଥାନୀୟ ଅଂଚଳକୁ ପଶିଆସି ଧାନ ଖାଉଥିବାର ଦେଖିବାକୁ ମିଳିଥିଲା । ତେବେ ସେହି ହାତୀ ମଧ୍ୟରୁ ଏକ ହାତୀ ଧାନ ଖାଇବା ପରେ ଅସୁସ୍ଥ ହୋଇପଡ଼ିଥିବା ଗ୍ରାମବାସୀ ଦେଖିବାକୁ ପାଇଥିଲେ । ବନବିଭାଗର ଏକ ଫ୍ଲାଇଂ ସ୍କ୍ୱାର୍ଡ଼ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ହାତୀର ଚିକିତ୍ସା ନିମନ୍ତେ ଶିମିଳିପାଳ ଓ ନନ୍ଦନକାନନରୁ ୨ଟି ଡାକ୍ତରୀ ଦଳ ଆସିଥିଲେ, ମାତ୍ର ସେମାନେ ହାତୀଟି କେଉଁ ସଂକ୍ରମଣର ଶିକାର ହୋଇଥିଲା ତାହା ଚିହ୍ନଟ କରିପାରିନଥିଲେ। ତେବେ ହାତୀର ଦେହରେ କୌଣସି କ୍ଷତ ଚିହ୍ନ ନଥିବାରୁ ଏହା ହରପିସ ଭୁତାଣୁଜନିତ ବୋଲି ଅନୁମାନ କରାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହାବଳି ଯାତ୍ରା ପାଇଁ ଉତ୍ସବମୁଖର ସୋନପୁର ସହର

ମହାବଳି ଯାତ୍ରା ପାଇଁ ଉତ୍ସବମୁଖର ସୋନପୁର ସହର

Read More...

ଜନସଭାକୁ ସମ୍ବୋଧିତ କରିବେ ମୋଦୀ

ଜନସଭାକୁ ସମ୍ବୋଧିତ କରିବେ ମୋଦୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: