ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟଳୟ ରେ ଡ୍ରାଇଭିଙ୍ଗି ଲାଇସେନ୍ସ କ୍ୟାମ୍ପ ଅନୁଷ୍ଠିତ

October 09, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟଳୟ ରେ ଡ୍ରାଇଭିଙ୍ଗି ଲାଇସେନ୍ସ କ୍ୟାମ୍ପ ଅନୁଷ୍ଠିତ
Bhagyaprabha News Bureau
October 09, 2019

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ବ୍ଲକ୍ କାର୍ଯ୍ୟଳୟ ରେ ଡ୍ରାଇଭିଙ୍ଗି ଲାଇସେନ୍ସ କ୍ୟାମ୍ପ ଅନୁଷ୍ଠିତ ହିଞ୍ଜିଳିକାଟୁ ସରକାରଙ୍କ ନୂତନ ଭାବେ ଘୋଷଣା ହୋଇଥିବା ମୋଟର ଯାନ ବାହାନ ଆଇନ୍ କୁ ରାଜ୍ୟ ରେ କଡ଼ାକଡ଼ି ଭାବେ ପାଳନ କରାଯାଇଥିବା ବେଳେ ଲୋକ ଙ୍କୁ ଡ୍ରାଇଭର୍ ଲାଇସେନ୍ସ, ପ୍ରଦୂଷଣ ପ୍ରମାଣ ପତ୍ର ପାଇଁ ଜିଲ୍ଲା ରେ ଥିବା ଆର୍.ଟିଓ କାର୍ଯ୍ୟାଳୟ ନାହିଁ ନଥିବା ଭିଡ ଲାଗି ରହୁଛି।ହିଞ୍ଜିଳି ବ୍ଲକ ର ଲୋକଙ୍କ ସୁବିଧା ପାଇଁ ହିଞ୍ଜିଳିକାଟୁ ବ୍ଲକ୍ ପ୍ରଶାସନ ପକ୍ଷରୁ ପରିବହନ କମିଶନରଙ୍କୁ ଅନୁରୋଧକ୍ରମେ ଗଞ୍ଜାମ ଆର୍.ଟିଓ ଅଫିସ କର୍ମଚାରୀ ମାନଙ୍କୁ ନେଇ ବୁଧବାର ଠାରୁ ୩ଦିନ ଧରି ହିଞ୍ଜିଳିକାଟୁ ବ୍ଲକ୍ ପରିସର ରେ ସ୍ଵତନ୍ତ୍ର କ୍ୟାମ୍ପ୍ ଅନୁଷ୍ଠିତ ହୋଯାଇଅଛି। ଏହି କ୍ୟାମ୍ପକୁ ଗଞ୍ଜାମ ଆର୍.ଟିଓ ସଞ୍ଜୟ ବିଶ୍ଵାଳ, ହିଞ୍ଜିଳିକାଟୁ ବିଡ଼ିଓ ପ୍ରସନ୍ନ କୁମାର ପାତ୍ର, ବ୍ଲକ ଅଧ୍ୟକ୍ଷ ଏନ.ରଘୁନାଥ ପ୍ରଥମେ ରିବିନ୍ କାଟି ଶୁଭଉଘାଟନ କରିଥିଲେ। ବୁଧବାର ୧୨୫ ଜଣଙ୍କୁ ଲାର୍ଣିଂ ଲାଇସେନ୍ସ,୧୩୯ ଜଣଙ୍କୁ ପ୍ରଦୂଷଣ ପ୍ରମାଣ ପତ୍ର, ୧୪ ଜଣକୁ ଇଁସୁରାନ୍ସ ପାଇଁ ସୀକୃତି ମିଳିଥିବା ସୂଚନା ମିଳିଛି। ଏହି କାର୍ଯ୍ୟକ୍ରମ ରେ କ୍ଲାର୍କ ଉଦ୍ଧବ ସେଠୀ, ଆ.ଏମ.ଭି, ଏମ୍ଆର ମିଶ୍ର, ଡି.ଇଓ,ପ୍ରକାଶ ରାଓ, ମୋହନ ରେଡ୍ଡୀ, ଗୌରୀ ପାଢ଼ୀ, ଶୁଭେନ୍ଦୁ ସାହୁ, ସନ୍ତୋଷ ସେଠୀ ବ୍ଲକ ଓ ଆର୍ ଟିଓ ଅଫିସ ର ଆନ୍ୟନ କର୍ମଚାରୀ ମାନେ ଉପସ୍ଥିତ ଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଜ୍ରପାତ ନେଲା ଚାଷୀଙ୍କ ଜୀବନ :୧୮ ଘଣ୍ଟା ପରେ ମୃତଦେହ ଜବତ

ବଜ୍ରପାତ ନେଲା ଚାଷୀଙ୍କ ଜୀବନ :୧୮ ଘଣ୍ଟା ପରେ ମୃତଦେହ ଜବତ

Read More...

ଜାତୀୟସ୍ତରୀୟ ଖୋଖୋରେ ଚମକିଲା ଓଡିଶା ଦଳ

ଜାତୀୟସ୍ତରୀୟ ଖୋଖୋରେ ଚମକିଲା ଓଡିଶା ଦଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: