ଶିବସେନାକୁ ବଡ ଝଟକା , ୨୬ ନେତାଙ୍କ ସହ ୩୦୦ କାର୍ଯ୍ୟକର୍ତ୍ତାଙ୍କ ଦଳରୁ ଇସ୍ତଫା

October 10, 2019, ରାଜନୀତି, , Bhagyaprabha News Bureau
ଶିବସେନାକୁ ବଡ ଝଟକା , ୨୬ ନେତାଙ୍କ ସହ ୩୦୦ କାର୍ଯ୍ୟକର୍ତ୍ତାଙ୍କ ଦଳରୁ ଇସ୍ତଫା
Bhagyaprabha News Bureau
October 10, 2019

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ ଶିବସେନାକୁ ଏକ ବଡ ଝଟକା ଲାଗିଛି । ଦଳର ୨୬ଜଣ ନେତାଙ୍କ ସହ ୩୦୦ କାର୍ଯ୍ୟକର୍ତା ଇସ୍ତଫା ଦେଇଛନ୍ତି । ଟିକେଟ୍ ବଂଟନକୁ ନେଇ ଅସନ୍ତୁଷ୍ଟ ଥିବା ଏହି ନେତା ଓ କର୍ମୀମାନେ ଦଳ ଛାଡିବା ସହ ମୁଖ୍ୟ ଉଦ୍ଧବ ଠାକରେଙ୍କୁ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି ।ମହାରାଷ୍ଟ୍ରରେ ୨୮୮ଟି ବିଧାନସଭା ଆସନ ରହିଛି । ଏଥିପାଇଁ ଅକ୍ଟୋବର ୨୧ରୁ ମତଦାନ ହେବ । ଉଦ୍ଧବ ଠାକରେଙ୍କ ଶିବସେନା ଭାରତୀୟ ଜନତା ପାର୍ଟି ସହ ମେଂଟ କରିଛି । ୨୮୮ରୁ ୧୫୦ଟି ଆସନରେ ବିଜେପି ନିର୍ବାଚନ ଲଢୁଛି । ଶିବସେନାକୁ ୧୨୪ଟି ଆସନ ମିଳିଛି । ଅନ୍ୟ ୧୪ଟି ଆସନରେ ଅନ୍ୟ ସହଯୋଗୀ ଦଳମାନେ ନିର୍ବାଚନ ଲଢୁଛନ୍ତି ।୨୦୧୪ ବିଧାନସଭା ନିର୍ବାଚନରେ ବିଜେପି ଓ ଶିବସେନା ମଧ୍ୟରେ ମେଂଟ ହୋଇପାରି ନଥିଲା ।ଦୁଇ ଦଳ ପୃଥକ ଭାବେ ନିର୍ବାଚନ ଲଢୁଥିଲେ । ପରେ ଶିବସେନା ବିଜେପିକୁ ସମର୍ଥନ କରିଥିଲା । ଚଳିତ ଥର ମେଂଟ ପୂର୍ବରୁ ବହୁତ ଚର୍ଚ୍ଚା ହେଉଥିଲା । କିନ୍ତୁ ମିଳିତ ଭାବେ ଦୁଇ ଦଳ ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆରମ୍ଭ ହେଲା 'ରାଷ୍ଟ୍ରୀୟ ଡାକ ସପ୍ତାହ'

ଆରମ୍ଭ ହେଲା 'ରାଷ୍ଟ୍ରୀୟ ଡାକ ସପ୍ତାହ'

Read More...

ତହସିଲଦାରଙ୍କ ଅଚାନକ ଦିଗପହଣ୍ଡି ମେଡିକାଲ ଉପରେ ଚଢାଉ

ତହସିଲଦାରଙ୍କ ଅଚାନକ ଦିଗପହଣ୍ଡି ମେଡିକାଲ ଉପରେ ଚଢାଉ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: