ରକ୍ତଦାନ ଶିବିର ପାଇଁ ତୈଳିକ ବୈଶ୍ୟ ସମାଜର ପ୍ରସ୍ତୁତି ବୈଠକ

October 14, 2019, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ରକ୍ତଦାନ ଶିବିର ପାଇଁ ତୈଳିକ ବୈଶ୍ୟ ସମାଜର ପ୍ରସ୍ତୁତି ବୈଠକ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
October 14, 2019

ଆଙ୍କୁଶପୁର ଗଡ କୋଠଘର ଠାରେ ମହୁରି ମଣ୍ଡଳ ହଳଦିଆ ତୈଳିକ ବୈଶ୍ୟ ସମାଜର ରକ୍ତଦାନ ଶିବିର ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ତୈଳିକ ବୈଶ୍ୟ ସମାଜ ପକ୍ଷରୁ ଆସନ୍ତା ୨୦ ତାରିଖରେ ବ୍ରହ୍ମପୁର ପାଣିଗ୍ରାହି ପେଣ୍ଠ କାଳୀ ମନ୍ଦିର କଲ୍ୟାଣ ମଣ୍ଡପ ଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରିବା ବିଷୟରେ ଆଲୋଚନା ହୋଇଥିଲା । ଏହା ସହ ସମାଜକୁ ସରକାରଙ୍କ ପକ୍ଷରୁ ସ୍ୱୀକୃତି ପ୍ରାପ୍ତ ଲାଭ କରିଥିବା ବିଷୟ ଆଲୋଚନା କରିବା ସହ ଏହାକୁ ଏକ ପ୍ରତିଷ୍ଠିତ ସମାଜ ଭାବେ ପରିଣତ କରିବା ପାଇଁ ସମସ୍ତେ ସଂକଳ୍ପ ନେଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କୀର୍ତ୍ତନ ସାହୁ ସଭାପତିତ୍ୱ କରୁଥିବା ବେଳେ ଉପ-ସଭାପତି ପର୍ଶୁରାମ ସାହୁ ଓ ସମ୍ପାଦକ ଗୋପିନାଥ ସାହୁ ସମସ୍ତ ବିବରଣୀ ପଠନ କରିଥିଲେ । ନାରାୟଣ ସାହୁ, ବସନ୍ତ ସାହୁ, ମଧୁ ସୂଦନ ସାହୁ, ରବିନ୍ଦ୍ର ପ୍ରଧାନ, କାଳୁ ଚରମ ସାହୁଙ୍କ ସମେତ ସମସ୍ତ ଅଞ୍ଚଳର ପ୍ରତିନିଧି ମାନେ ଯୋଗଦାନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସାରା ବିଶ୍ୱରେ ପାଳିତ ହେଉଛି

ସାରା ବିଶ୍ୱରେ ପାଳିତ ହେଉଛି "ଗ୍ଲୋବାଲ ହ୍ୟାଣ୍ଡ ୱାସିଙ୍ଗ ଡ଼େ"

Read More...

ବିଶ୍ୱର ଶ୍ରେଷ୍ଠ ୨୫ଟି କ୍ଷୁଦ୍ର ଚଳଚ୍ଚିତ୍ର ତାଲିକାରେ ସାମିଲ ହେଲା ଓଡିଆ ଚଳଚ୍ଚିତ୍ର 'ବ୍ଲାଇଣ୍ଡ'

ବିଶ୍ୱର ଶ୍ରେଷ୍ଠ ୨୫ଟି କ୍ଷୁଦ୍ର ଚଳଚ୍ଚିତ୍ର ତାଲିକାରେ ସାମିଲ ହେଲା ଓଡିଆ ଚଳଚ୍ଚିତ୍ର 'ବ୍ଲାଇଣ୍ଡ'

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: