ବ୍ଳକସ୍ତରୀୟ ଗୋଷ୍ଠୀ ସୁରକ୍ଷା ଯୋଜନା କର୍ମଶାଳା

October 17, 2019, ବିଶେଷ, ଗଞ୍ଜାମ, Kiran Behera
ବ୍ଳକସ୍ତରୀୟ ଗୋଷ୍ଠୀ ସୁରକ୍ଷା ଯୋଜନା କର୍ମଶାଳା
Kiran Behera
[ Reporter,Digapahandi ]
Bhagyaprabha News Bureau
October 17, 2019

ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ସ୍ଥାନୀୟ ପଞ୍ଚାୟତ ସମିତି କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲା ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ବିଭାଗ ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷରୁ ବ୍ଳକସ୍ତରୀୟ ଗୋଷ୍ଠୀ ସୁରକ୍ଷା ଯୋଜନା କର୍ମଶାଳା ସମ୍ପର୍କରେ ବୁଧବାର ଦିନ ଏକ ସଚେତନତା କାର୍ଯ୍ୟକ୍ରମ ସ୍ଥାନୀୟ ବ୍ଲକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡିଓ ହଳଧର ଶବରଙ୍କ ଅଧ୍ୟକ୍ଷତାରେ ଏବଂ ଶ୍ରଦ୍ଧା ସଂସ୍ଥା ଚିକିଟି ବ୍ଲକ ଓ ବ୍ଲକ ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ହୋଇଥିବା ଏହି କର୍ମଶାଳାରେ ଉକ୍ତ ସଂସ୍ଥାର ସଭାପତି ପ୍ରଦୀପ କୁମାର ପଣ୍ଡା ସଂଯୋଜନା କରିବା ସହ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଗୃହପାଳିତ ପ୍ରାଣୀସମ୍ପଦ ଓ ଲୋକମାନଙ୍କୁ ଏବଂ ଧନଜୀବନକୁ କିଭଳି ସୁରକ୍ଷିତ ଉପାୟରେ ଉଦ୍ଧାର କରାଯାଇପାରିବ ସେନେଇ ରହିଥିବା କୌଶଳ ସମ୍ପର୍କରେ ଉପସ୍ଥିତ ଥିବା ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , ବ୍ଳକ ସହକାରୀ ଯନ୍ତ୍ରୀ ଗଙ୍ଗାଧର ଲେଙ୍କା , ଦମକଳବାହିନୀ ଅଧିକାରୀ ବିଜୟ କୁମାର ନାୟକ , ସିଡିପିଓ ଯଶୋବନ୍ତୀ ସାହୁ , ସହକାରୀ ଯନ୍ତ୍ରୀ ସନାତନ ସ୍ବାଇଁ , ଭେଟନାରୀ ଅଫିସର ମୀନତି ଦୋରା , କନିଷ୍ଠ ଯନ୍ତ୍ରୀ ଏସ୍.ଏନ୍. ତ୍ରିପାଠୀ , ବ୍ଲକ ସାମାଜିକ ସମୀକ୍ଷକ ଶଙ୍କର ମିଶ୍ର ପ୍ରମୁଖ ସହ ସହ ସମସ୍ତ ସରକାରୀ ବିଭଗର କର୍ମକର୍ତ୍ତା ଓ ସରପଞ୍ଚ ଉପସ୍ଥିତ ଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପଖଣ୍ଡ ବ୍ଳକସ୍ତରୀୟ କର୍ମ ନିଯୁକ୍ତି ପରାମର୍ଶ ଶିବିର

ଉପଖଣ୍ଡ ବ୍ଳକସ୍ତରୀୟ କର୍ମ ନିଯୁକ୍ତି ପରାମର୍ଶ ଶିବିର

Read More...

ଦୋକାନରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ ଓ ଧମକମାମଲା

ଦୋକାନରେ ପଶି ବ୍ୟବସାୟୀଙ୍କୁ ଆକ୍ରମଣ ଓ ଧମକମାମଲା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: