ବାଲେଶ୍ୱରରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ

October 17, 2019, ଅପରାଧ, ବାଲେଶ୍ବର, Bhagyaprabha News Bureau
ବାଲେଶ୍ୱରରେ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ
Bhagyaprabha News Bureau
October 17, 2019

ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଂଚଳର ଏକ ବଡ ଧରଣର ବ୍ରାଉନସୁଗାର କାରବାର ପଦାକୁ ଆସିଛି । ଚଢାଉ କରି କେତେ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି ଜାଣିଲେ ଆପଣଙ୍କର ହୋସ ଉଡିଯିବ । ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ଏକ କୋଟିରୁ ଉର୍ଦ୍ଧ୍ଵ ହେବ ବୋଲି ଆକଳନ କରାଯାଇଛି । ଘଟଣାସ୍ଥଳରୁ ପ୍ରାୟ କୋଟିଏ ଟଙ୍କାର ବ୍ରାଉନସୁଗାର ଜବତ କରିଛି ପୋଲିସ । ତେବେ କେଉଁଠି ଓ କେମିତି ଜବତ ହେଲା, ଆସନ୍ତୁ ଘଟଣାର ସବିଶେଷ ବିବରଣୀ ଜାଣିବା ।ସୂଚନାନୁସାରେ, ଆଜି ବାଲେଶ୍ୱର ଅବକାରୀ ବିଭାଗ ଓ ଜଳେଶ୍ୱର ପୋଲିସକୁ ବ୍ରାଉନ ସୁଗାର ରାକେଟ୍ ବାବଦରେ ସୂଚନା ମିଳିଥିଲା । ଉଭୟ ଟିମ୍ ମିଳିତ ଭାବେ ଷ୍ଟେସନ ବଜାର ସ୍ଥିତ ମିଲ୍ ବାଡିରେ ଜଣଙ୍କ ଘରେ ଚଢାଉ କରିଥିଲେ । ସେଠାରେ ପ୍ରାୟ ୧କେଜିର ବ୍ରାଉନ ସୁଗାର ଥିବା ଦେଖିବାକୁ ମିଳିଥିଲା ।ଏହାକୁ ପୋଲିସ ଜବତ କରିଛି । ଏହି ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ପ୍ରାୟ ୧କୋଟି ଟଙ୍କା ହେବ ବୋଲି ଜଣାପଡିଛି । ଚଢାଉ ବେଳେ ପୋଲିସ ଜଣେ ବେପାରୀଙ୍କୁ ଗିରଫ କରିବା ସହ ତାଙ୍କ ଠାରୁ ଏକ ବନ୍ଧୁକ ମଧ୍ୟ ଜବତ କରିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସେନାରେ ସାମିଲ ହେଲା  'ଧନୁଷ'

ସେନାରେ ସାମିଲ ହେଲା 'ଧନୁଷ'

Read More...

ବଲାଙ୍ଗୀର ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

ବଲାଙ୍ଗୀର ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: