ହରିଆଣାର ପ୍ରଚାର ମଇଦାନରେ ରାହୁଲ

October 18, 2019, ରାଜନୀତି, , Bhagyaprabha News Bureau
ହରିଆଣାର ପ୍ରଚାର ମଇଦାନରେ ରାହୁଲ
Bhagyaprabha News Bureau
October 18, 2019

ଆଜି ହରିୟାଣାରେ ବିଧାନସଭା ନିର୍ବାଚନ ପ୍ରଚାରର ଶେଷ ଦିନ । ଉଭୟ ବିଜେପି ଓ କଂଗ୍ରେସର ଦୁଇ ହେଭିୱେଟ୍‌ ନେତା ମଇଦାନକୁ ଓହ୍ଲାଇବେ । କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଶେଷ ମୂହୂର୍ତ୍ତରେ ନିଜ ଗସ୍ତ ବାତିଲ କରି ତାଙ୍କ ସ୍ଥାନରେ ପୁଅ ରାହୁଲ ଗାନ୍ଧୀ ପ୍ରଚାର ମିଇଦାନକୁ ଓହ୍ଲାଇବାର ସୂଚନା ମିଳିଛି । ହରିୟାଣାରେ ପୁଣି ଥରେ କ୍ଷମତାକୁ ଫେରିବାକୁ କଂଗ୍ରେସ ଜୋରଦାର ପ୍ରୟାସ କରୁଛି । ସେଥିଲାଗି ଆଜି ଖୋଦ ହାଇକମାଣ୍ଡ ପ୍ରଚାର କରିଥାଆନ୍ତେ । ମହେନ୍ଦ୍ରଗଡ଼ରେ ସୋନିଆ ଗାନ୍ଧୀ ଦଳୀୟ ପ୍ରାର୍ଥୀରାୱ ଦାନ ସିଂହଙ୍କ ପାଇଁ ପ୍ରଚାର କରିଥାଆନ୍ତେ । ମାତ୍ର ଶେଷ ମୂହୂର୍ତ୍ତରେ କାର୍ଯ୍ୟକ୍ରମରେ ପରିବର୍ତ୍ତନ କରାଯାଇଛି । ମାତ୍ର ତାଙ୍କ ବଦଳରେ ରାହୁଲ ଗାନ୍ଧୀ ଜନସଭା କରିବେ । ଏହି ସମୟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ହୁଡ୍ଡା, କଂଗ୍ରେସ ରାଜ୍ୟ ଅଧ୍ୟକ୍ଷ ସୈଲଜାଙ୍କ ସହିତ ଅନ୍ୟ ପ୍ରମୁଖ ନେତା ଉପସ୍ଥିତ ରହିବେ । ମହେନ୍ଦ୍ରଗଡ଼ର ଖେଳ ଷ୍ଟାଡିୟମ୍‌ରେ ସାଧାରଣ ସଭାର ଆୟୋଜନ କରାଯାଇଛି । ସେଠାରେ ରାହୁଲ ଜନତାଙ୍କୁ ସମ୍ବୋଧନ କରିବେ । ଏଥିପାଇଁ ସମସ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଅନ୍ୟପକ୍ଷେ,ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ହରିୟାଣାରେ ପ୍ରଚାର କରିବେ । ଗୋହାନା ଏବଂ ହିସାରରେ ନିର୍ବାଚନୀ ରାଲି କରିବାର କାର୍ଯ୍ୟକ୍ରମ ରହିଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ ପୁର୍ବରୁ ପରାଜିତ ସ୍ୱିକାର କଲା କଂଗ୍ରେସ - ସୁର ରାଉତରାୟ

ନିର୍ବାଚନ ପୁର୍ବରୁ ପରାଜିତ ସ୍ୱିକାର କଲା କଂଗ୍ରେସ - ସୁର ରାଉତରାୟ

Read More...

ଭାରସାମ୍ୟ ହରାଇ ଓଲଟିଲା ବସ , ୨୦ ଆହାତ

ଭାରସାମ୍ୟ ହରାଇ ଓଲଟିଲା ବସ , ୨୦ ଆହାତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: