ଗଜଲକ୍ଷ୍ମୀ ପୂଜା ନେଇ ପଦ୍ମନାଭପୁର ଗ୍ରାମ ଚଳଚଞ୍ଚଳ

October 19, 2019, ବିଶେଷ, ଗଞ୍ଜାମ, Kiran Behera
ଗଜଲକ୍ଷ୍ମୀ ପୂଜା ନେଇ ପଦ୍ମନାଭପୁର ଗ୍ରାମ ଚଳଚଞ୍ଚଳ
Kiran Behera
[ Reporter,Digapahandi ]
Bhagyaprabha News Bureau
October 19, 2019

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ପଦ୍ମନାଭପୁର ଗ୍ରାମର ଓଡ଼ିଆ ସାହିରେ ଲକ୍ଷ୍ମୀ ପୂଜା କମିଟି ପକ୍ଷରୁ ପ୍ରଥମ ଥର ପାଇଁ ପଣ୍ଡିତ ଭବାନୀ ଶଙ୍କର ତ୍ରୀପାଠୀଙ୍କ ତତ୍ତ୍ଵାବଧାନରେ ମାଁ ଗଜଲକ୍ଷ୍ମୀ ପୂଜା କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିବା ଜଣାପଡିଛି । ଶୁକ୍ରବାର ଦିନ ଏହାର ଷଷ୍ଠ ଦିବସ ହୋଇଥିବା ବେଳେ ପଦ୍ମନାଭପୁର ଗ୍ରାମ ଚଳଚଞ୍ଚଳ ମଧ୍ୟ ଦେଖିବାକୁ ମିଳିଛି । ରବିବାର ଠାରୁ ଆରମ୍ଭ ହୋଇଥିବା ଭଗବତୀଙ୍କର ଏହି ପୂଜା କାର୍ଯ୍ୟକ୍ରମରେ ମାଁ ଙ୍କ ଦର୍ଶନ କରିବା ପାଇଁ ପ୍ରତ୍ୟେକ ଦିନ ପଦ୍ମନାଭପୁର ତଥା ଆଖପାଖ ଅଞ୍ଚଳର ଲୋକମାନଙ୍କ ମଧ୍ୟରେ ପ୍ରବଳ ଜନସମାଗମ ଦେଖିବାକୁ ମିଳିଥାଏ । ଏଥିସହ ପ୍ରତ୍ୟହ ସନ୍ଧ୍ୟା ସମୟରେ ମହାଆଳତି ସହ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଆସୁଥିବା ଦର୍ଶକ ମାନଙ୍କୁ ଆକର୍ଷିତ କରିଥାଏ । । ପଣ୍ଡିତ କାଳିଆ କାହ୍ନୁ ଦାସ , ପ୍ରକାଶ ରଥ , ଚନ୍ଦନ କୁମାର ଦାସ ପରିଚାଳନା କରିଥିବା ବେଳେ କର୍ତ୍ତା ଭାବେ ରୁଦ୍ରକେଶବ ପାଢ଼ୀ ଓ ସହଧର୍ମିଣୀ ବନିତା ପାଢ଼ୀ ଯୋଗ ଦେଇଥିଲେ । ଏହି ସମସ୍ତ କାର୍ଯ୍ୟକ୍ରମକୁ ପୂଜା କମିଟି ସଭାପତି ଭଗବାନ ସେଠୀ ସଂପାଦକ ଡି. ଦଣ୍ଡପାଣି ପାତ୍ର , କୋଷାଧ୍ୟକ୍ଷ ଏଲ୍. କୃଷ୍ଣ ପାତ୍ର , ଉପଦେଷ୍ଟା ଭାବେ ସରପଞ୍ଚ ବି. କ୍ରିଷ୍ଣାରାଓ ସୁବୁଦ୍ଧି , ସମିତି ସଭ୍ୟ ସୁଶାନ୍ତ ସେଠୀ , ସିଏଚ୍. ତ୍ରିପତୀ ସୁବୁଦ୍ଧି , ସିଏଚ୍. ଏଙ୍କେଟସ୍ ପୃଷ୍ଟି , ଏସ୍. ଟିଟୁ , ସିଏଚ୍. ଶଙ୍କର ସୁବୁଦ୍ଧି , ତ୍ରିନାଥ ସାହୁ , ପୂର୍ଣ୍ଣଚନ୍ଦ୍ର ସାହୁ , ତ୍ରିଲୋଚନ ଜାନୀ ପରିଚାଳନା କରୁଥିବା ବେଳେ ଗ୍ରାମବାସୀ ପୂର୍ଣ୍ଣ ସହଯୋଗ କରୁଥିବା ଦେଖାଯାଉଛି । ଏନେଇ ରବିବାର ଦିନ ମାଁ ପୂଜା ଉଦଯାପିତ ହେବ ବୋଲି ମୁଖ୍ୟ ଉପଦେଷ୍ଟା ବି. କ୍ରିଷ୍ଣାରାଓ ସୁବୁଦ୍ଧି ନିଜ ପ୍ରତିକ୍ରିୟାରେ କହିଥିବା ବେଳେ ଏହି ପୂଜା ପ୍ରତ୍ୟେକ ବର୍ଷ ମହାସମାରୋହରେ ପାଳିତ ହେବ ବୋଲି ସୂଚନା ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମହିଳା ମହାବିଦ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା

ମହିଳା ମହାବିଦ୍ୟାଳୟରେ ଡ୍ରାଇଭିଂ ଲାଇସେନ୍ସ ବ୍ୟବସ୍ଥା

Read More...

ପର୍ଯ୍ୟଟନ ପର୍ବ ଉପଲକ୍ଷେ ବ୍ଳକସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ

ପର୍ଯ୍ୟଟନ ପର୍ବ ଉପଲକ୍ଷେ ବ୍ଳକସ୍ତରୀୟ ତର୍କ ପ୍ରତିଯୋଗିତା ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: