ସରିବ ବିଜେପୁରରେ ନିର୍ବାଚନୀ ପ୍ରଚାର

October 19, 2019, ରାଜନୀତି, ବରଗଡ଼, Bhagyaprabha News Bureau
ସରିବ ବିଜେପୁରରେ ନିର୍ବାଚନୀ ପ୍ରଚାର
Bhagyaprabha News Bureau
October 19, 2019

ବିଜେପୁର ଉପନିର୍ବାଚନ ପାଇଁ ସରଗରମ ଓଡିଶା ରାଜନୀତି । ଆସନ୍ତା ୨୧ରେ ହେବ ନିର୍ବାଚନ । ନିର୍ବାଚନୀ ପ୍ରଚାରର ଆଜି ହେଉଛି ଶେଷ ଦିନ । ନିର୍ବାଚନ କମିଶନଙ୍କ ଗାଇଡ୍ ଲାଇନ୍ ଅନୁଯାୟୀ ଆଜି ସନ୍ଧ୍ୟା ସୁଦ୍ଧା ବିଜେପୁରରେ ରାଜନୈତିକ ଦଳଗୁଡିକର ନିର୍ବାଚନୀ ପ୍ରଚାର ସମାପ୍ତ ହେବ । ଏଥିଲାଗି ସବୁ ରାଜନୈତିକ ଦଳ ଜୋରଦାର୍ ପ୍ରଚାର ଜାରି ରଖିଛନ୍ତି । କିଛି ଦଳ ବିଜେପୁରରେ ଡେରା ପକାଇଥିବାବେଳେ ଗତକାଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଓ ବିଜେପି ପକ୍ଷରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ନିଜ ପ୍ରାର୍ଥୀଙ୍କ ପ୍ରଚାର ଲାଗି ଏକ ରୋଡ୍ ଶୋ' ମଧ୍ୟ କରିଥିଲେ । ବିଜେଡ଼ିରୁ ରୀତା ସାହୁ, ବିଜେପି ପକ୍ଷରୁ ସନତ ଗଡ଼ତିଆ ଓ କଂଗ୍ରେସ ଦିଲ୍ଲୀପ ପଣ୍ଡାଙ୍କ ମଧ୍ୟରେ ଚାଲିଛି ଲଢେଇ। ବିଜେଡି ପ୍ରାର୍ଥୀ ରୀତା ସାହୁଙ୍କ ପାଇଁ ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ, ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ପ୍ରଚାର କରିବେ । ସେହିପରି ସନତ ଗଡତିଆ ରାଜ୍ୟ ସଭାପତି ବସନ୍ତ ପଣ୍ଡା, ସାଂସଦ ସୁରେଶ ପୂଜାରୀ ଓ କେ.ଭି. ସିଂଦେଓ ପ୍ରମୁଖଙ୍କ ସହିତ ବୁଲି ବୁଲି ଜନ ସମର୍ଥନ ଲୋଡ଼ିବେ । ମାତ୍ର କଂଗ୍ରେସର ଦିଲୀପ ପଣ୍ଡା ଏକା ପଡ଼ି ଯାଇଥିବା ଜଣାପଡିଛି । ଆସନ୍ତା ୨୧ରେ ଭୋଟ୍ ଗ୍ରହଣ ହେବ। ଏଥିପାଇଁ ଆଜି ପଦ୍ମପୁର ଆରଏମସି ପଡ଼ିଆରେ ପୋଲିଂ ଅଧିକାରୀଙ୍କୁ ଭିଭିପାଟ୍ ଓ ଇଭିଏମ ମେସିନ୍ ଦିଆଯିବ । ଏହା ପରେ ସେମାନେ କଡ଼ା ସୁରକ୍ଷା ମଧ୍ୟରେ ଦିଆଯାଇଥିବା ବୁଥ୍‌କୁ ଗସ୍ତ କରିବେ । ସୁଚନାଯୋଗ୍ୟ, ଆସନ୍ତା୨୪ ତାରିଖରେ ଭୋଟ ଗଣତି ହୋଇ ଫଳାଫଳ ପ୍ରକାଶ ପାଇବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୃତ୍ୟୁର  ୮ଦିନ ପରେ ବି ଗାଁରେ ପହଞ୍ଚିନି ମରଶରୀର

ମୃତ୍ୟୁର ୮ଦିନ ପରେ ବି ଗାଁରେ ପହଞ୍ଚିନି ମରଶରୀର

Read More...

ବିଜେପୁର ଉପ -ନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

ବିଜେପୁର ଉପ -ନିର୍ବାଚନ ପାଇଁ ପ୍ରସ୍ତୁତ ପ୍ରଶାସନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: