ବ୍ରହ୍ମପୁର ନ୍ୟୁ ଡିପଲ୍ ସ୍କୁଲ୍ ଅଭିଭାବକ ସଂଘର ଧାରଣା ଷଷ୍ଠ ଦିନରେ-ଆସନ୍ତାକାଲି ମୁଖ୍ୟ ଫାଟକରେ ତାଲା ପକାଇବାକୁ ଚେତାବନୀ

February 13, 2019, ଶିକ୍ଷା, ଗଞ୍ଜାମ, Bhagyaprabha News Bureau
ବ୍ରହ୍ମପୁର ନ୍ୟୁ ଡିପଲ୍ ସ୍କୁଲ୍ ଅଭିଭାବକ ସଂଘର ଧାରଣା ଷଷ୍ଠ ଦିନରେ-ଆସନ୍ତାକାଲି ମୁଖ୍ୟ ଫାଟକରେ ତାଲା ପକାଇବାକୁ ଚେତାବନୀ
Bhagyaprabha News Bureau
February 13, 2019

ଗଞ୍ଜାମ ଜିଲ୍ଲା ଆମ୍ବପୁଆ ସ୍ଥିତ ନ୍ୟୁ ଡିପଲ୍ ସ୍କୁଲ ସାମନାରେ ସ୍କୁଲର ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଅସନ୍ତୁଷ୍ଟ ଅଭିଭାବକ ମାନେ ବିଗତ ଛଅ ଦିନ ହେଲା ଶାନ୍ତିପୂର୍ଣ୍ଣଭାବରେ ଧାରଣା ଦେଇ ଆସୁଥିବା ସତ୍ତ୍ୱେ ପ୍ରଶାସନ ଏବଂ କର୍ତ୍ତୁପକ୍ଷଙ୍କ ତରଫରୁ କୌଣସି ପଦକ୍ଷେପ ନିଆଯାଇନାହିଁ ଏବଂ ଏଥିପାଇଁ ଅଭିଭାବକ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି ।ଏହି ବେସରକାରୀ ସ୍କୁଲରେ ବିଗତ ଏକ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ଅଭିଭାବକ ଏବଂ ସ୍କୁଲ କର୍ତ୍ତୃପକ୍ଷଙ୍କ ମଧ୍ୟରେ କଥାବାର୍ତ୍ତା ଚାଲୁଥିବା ସତ୍ତ୍ବେ ସ୍କୁଲ୍ କର୍ତ୍ତୁପକ୍ଷ ଅଭିଭାବକ ମାନଙ୍କ ଦାବୀକୁ ଅଣଦେଖା କରିଆସୁଛନ୍ତି । ସ୍କୁଲ୍ ସମ୍ମୁଖରେ ଧାରଣାରେ ବସିଥିବା ଅନେକ ଅଭିଭାବକ ମତ ଦେଇଛନ୍ତି ଯେ ସ୍କୁଲ କର୍ତ୍ତୃପକ୍ଷ, ନ୍ୟୁ ଡିପଲ୍ ସ୍କୁଲ୍‌କୁ ମନମୁଖୀ ପରିଚାଳନା କରୁଥିବା ବିରୁଦ୍ଧରେ ତଥା ଗୁଣବତ୍ତା ଶିକ୍ଷା ପ୍ରଦାନ ଦାବୀରେ ଅଭିଭାବକମାନଙ୍କ ତରଫରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ସେମାନେ ଶାନ୍ତିପୂର୍ଣ୍ଣ ଧାରଣା ଦେବେ। ସେମାନେ ଉପସ୍ଥାପନ କରିଥିବା ଦାବୀ ଗୁଡ଼ିକ ମଧ୍ୟରେ;


୧. ତୁରନ୍ତ ବ୍ୟୁ ଡିପଲ୍ ସ୍କୁଲ୍ ଅଭିଭାବକ ସଂଘ ସ୍ଥାପନ ।


୨. ମନ ଇଛା ପାଠ୍ୟପୁସ୍ତକ, ପାଠ୍ୟ ଖସଡ଼ା ପ୍ରସ୍ତୁତି, ସ୍କୁଲ୍ ଫିସ୍ ବୃଦ୍ଧି ଓ ଜୋରିମାନା ଆଦାୟ ବନ୍ଦ ହେଉ ।


୩. ଛାତ୍ରଛାତ୍ରୀଙ୍କ ଧର୍ମୀୟ ଭାବନାକୁ ଆଘାତ ଦେବାପରି ଆଚରଣ ବନ୍ଦ କରାଯାଉ ।


୪. ତାଲିମପ୍ରାପ୍ତ ଯୋଗ୍ୟ ଓ ଦକ୍ଷତାପୂର୍ଣ୍ଣ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ଦିଆଯାଉ ।


୫. ନିୟମାନୁଯାୟୀ ଶିକ୍ଷକ ଓ ଛାତ୍ରଛାତ୍ରୀଙ୍କ ଅନୁପାତ ସ୍ଥିର ରଖାଯାଉ ।


୬. ଶ୍ରେଣୀ ବିଭାଗ, ଛାତ୍ରଛାତ୍ରୀ ସଂଖ୍ୟା ନିୟମାନୁଯାୟୀ ସୀମିତ କରାଯାଉ ଇତ୍ୟାଦି ।


କିଛି ଅଭିଭାବକ ଅଭିଯୋଗ କରିଛନ୍ତି ଯେ ଛାତ୍ରଛାତ୍ରୀଙ୍କ ସହ ଅଶାଳୀନ ବ୍ୟବହାର କରାଯାଉଛି୤ ପିଲାମାନଙ୍କ ମୁଣ୍ଡରୁ କ୍ଲିପ୍ ଏବଂ ରିବନ୍ ଖୋଲି ଦିଆଯାଉଛି । ରାକ୍ଷୀ ପିନ୍ଧିବାକୁ ବାରଣ କରାଯାଉଛି, ପିଲାମାନଙ୍କ ଅନିଚ୍ଛା ସତ୍ତ୍ବେ ସେମାନଙ୍କୁ ଖ୍ରୀଷ୍ଟମାସ୍ କାର୍ଯ୍ୟକ୍ରମରେ ଯୋଗଦେବାପାଇଁ ବାଧ୍ୟ କରାଯାଉଛି, ଚଳିତ ଶିକ୍ଷାବର୍ଷ ଆରମ୍ଭରେ ଅନୁଷ୍ଠାନ ତରଫରୁ ବାର୍ଷିକ୍ ଫି କୁ ଶତକଡ଼ା ପଚାଶ ଭାଗ ବୃଦ୍ଧି କରାଯାଇଥିଲା, ଯାହାର ବିରୋଧ ଅଭିଭାବକମାନେ କରିଥିଲେ ।


ଅଭିଭାବକ ମାନେ ଏହି ସବୁ ଦାବୀ ନେଇ ସ୍କୁଲ୍ କର୍ତ୍ତୃପକ୍ଷ ସମେତ ଜିଲ୍ଲାପାଳ, ଆରକ୍ଷୀ ଅଧୀକ୍ଷକ ଏବଂ ଜିଲ୍ଲା ଶିକ୍ଷାଧିକାରୀଙ୍କୁ ଲିଖିତ ଭାବରେ ଜଣାଇଥିଲେ ସୁଦ୍ଧା କୌଣସି ପଦକ୍ଷେପ ନିଆଯାଉନାହିଁ, ତେଣୁ ସେମାନଙ୍କର ଦାବୀ ତୁରନ୍ତ ଗ୍ରାହ୍ୟ ନ ହେଲେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ସୂଚନା ଦେଇଛନ୍ତି । ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ପୂର୍ବାହ୍ନ ସାଢ଼େ ସାତଟାରୁ ସାଢ଼େ ଦଶଟା ପର୍ଯ୍ୟନ୍ତ ଶାନ୍ତିପୂର୍ଣ୍ଣ ଧାରଣା ଅବ୍ୟାହତ ରହିବ ବୋଲି ଅଭିଭାବକ ମାନଙ୍କ ତରଫରୁ ସୂଚନା ଦିଆଯାଇଥିବା ବେଳେ ଆସନ୍ତାକାଲି ବିଦ୍ୟାଳୟର ମୁଖ୍ୟ ଫାଟକକୁ ତାଲା ପକାଯାଇ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଓଡ଼ିଶା ଲୋକସେବା ଅଧିକାର ଅଧିବେଶନ କର୍ମଶାଳା ଅନୁଷ୍ଠିତ

ଓଡ଼ିଶା ଲୋକସେବା ଅଧିକାର ଅଧିବେଶନ କର୍ମଶାଳା ଅନୁଷ୍ଠିତ

Read More...

ଛାତ୍ର ଗଢିବେ ରାଜନୈତିକ ଦଳ

ଛାତ୍ର ଗଢିବେ ରାଜନୈତିକ ଦଳ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: