ସର୍ବନିମ୍ନ ମଜୁରୀ ପ୍ରଦାନ ନକଲେ ଆନ୍ଦୋଳନ କରିବ ସାଉଥକୋ

October 19, 2019, ଓଡ଼ିଶା, ଗଞ୍ଜାମ, BHAGYAPRABHA NEWS
ସର୍ବନିମ୍ନ ମଜୁରୀ ପ୍ରଦାନ ନକଲେ ଆନ୍ଦୋଳନ କରିବ ସାଉଥକୋ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 19, 2019

ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ପକ୍ଷରୁ ବ୍ରହ୍ମପୁର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମୀଳନୀରେ ଶ୍ରମ ନିର୍ଦ୍ଦେର୍ଶାଳୟକୁ ଦରମା ବୃଦ୍ଧି କରିବା ନିମନ୍ତେ ଚେତାବନୀ ଦିଆଯାଇଛି । ଦୀର୍ଘ ୧୫ବର୍ଷ ହେବ କାର୍ଯ୍ୟ କରି ଆସୁିଥିଲେ ମଧ୍ୟ ଉଚିତ ପ୍ରାପ୍ୟ ପାଇପାରୁନଥିବାରୁ ଆଗାମୀ ଦିନରେ ଶ୍ରମ ନିର୍ଦ୍ଦେଶାଳୟ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ ନକରାଗଲେ ବିକ୍ଷୋଭ ପ୍ରଦର୍ଶନ କରିବା ପାଇଁ ଆଜି ଏକ ସାମ୍ୱାଦିକ ସମ୍ମିଳନୀରେ ଚେତାବନୀ ଦେଇଛନ୍ତି । ସୁଚନାଯୋଗ୍ୟ, ଗଂଜାମ , ଗଜପତି,କନ୍ଧମାଳ, ବୌଦ୍ଧ, ନୂବରଙ୍ଗପୁର, କୋରାପୁଟ, ରାୟଗଡା,ଏବଂ ମାଲକାନଗିରି ଆଦି ୮ଟି ଜିଲ୍ଲାର ବିଦ୍ୟୁତ ଉପଭୋକ୍ତାଙ୍କୁ ମିଟର ରିଡିଂ ସେବା ଯୋଗାଇ ଆସୁଥିବା ପ୍ରାୟ ୩ହଜାରରୁ ଉର୍ଦ୍ଧ ମିଟର ରିଡିଂ ଶ୍ରମିକଙ୍କୁ ଉଚିତ ମଜୁରୀ ମିଳୁନଥିବାରୁ ଗତ କିଛି ଦିନ ହେବ କାର୍ଯ୍ୟବନ୍ଦ କରିଛନ୍ତି । ପୁର୍ବରୁ ସାଉଥକୋ ମିଟର ରିଡିଂ ଶ୍ରମିକ ସଂଘ ନିଜର ସମସ୍ୟା ସମ୍ପର୍କରେ ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଠାରୁ ଆରମ୍ଭ କରି ଶ୍ରମ ନିର୍ଦ୍ଦେଶାଳୟ ,ରାଜ୍ୟ ସରକାର ଙ୍କ ବରିଷ୍ଠ ଅଧିକାରୀ ଙ୍କୁ ଅବଗତ କରିଥିବା ବେଳେ ସବୁଠି ଜଣାଥିଲେ ମଧ୍ୟ ସେଥିପ୍ରତି କେହି ଦୃଷ୍ଟି ଦେଇନଥିବା ଅଭିଯୋଗ କରିଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବସ ଓଲଟି ଜୁଡୋ ଖେଳାଳି ଆହତ

ବସ ଓଲଟି ଜୁଡୋ ଖେଳାଳି ଆହତ

Read More...

ରିଲିଜ ହେଲା ଫିଲ୍ମ ପାଗଳପନ୍ତୀର ମୋଶନ ପୋଷ୍ଟର

ରିଲିଜ ହେଲା ଫିଲ୍ମ ପାଗଳପନ୍ତୀର ମୋଶନ ପୋଷ୍ଟର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: