ଆଜି ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ

October 22, 2019, ଦେଶଦୁନିଆ, , BHAGYAPRABHA NEWS
ଆଜି ସାରା ଦେଶରେ ବନ୍ଦ ରହିବ ବ୍ୟାଙ୍କ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 22, 2019

ସରକାରୀ ବ୍ୟାଙ୍କଗୁଡ଼ିକ ମଧ୍ୟରେ ହେବାକୁ ଯାଉଥିବା ମିଶ୍ରଣକୁ ବି‌ରୋଧ କରି ଆଜି ଦୁଇଟି କର୍ମଚାରୀ ସଂଘ 'ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ ଓ ଭାରତୀୟ ବ୍ୟାଙ୍କ କର୍ମଚାରୀ ମହାସଂଘ ତରଫରୁ ସାରା ଦେଶରେ ୨୪ ଘଣ୍ଟିଆ ଧର୍ମଘଟ କରାଯାଇଛି ।ଏହି ଧର୍ମଘଟକୁ କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସର୍ବଭାରତୀୟ ଶ୍ରମିକ ସଂଗଠନ କଂଗ୍ରେସ ସମର୍ଥନ ପ୍ରଦାନ କରିଛନ୍ତି।ବ୍ୟାଙ୍କ ଅଫ୍ ମହାରାଷ୍ଟ୍ର ଓ ସିଣ୍ଡିକେଟ୍‌ ବ୍ୟାଙ୍କ ଏହି ଧର୍ମଘଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି। ଏଆଇବିଇଏର ସାଧାରଣ ସମ୍ପାଦକ ଭେଙ୍କଟଚଲମ୍ କହିଛନ୍ତି ଯେ, ଶ୍ରମ ମନ୍ତ୍ରଣାଳୟର କେନ୍ଦ୍ରୀୟ ଶ୍ରମ କମିସନରଙ୍କ ସହ ଦିଲ୍ଲୀରେ ଆଲୋଚନା ହୋଇଥିଲା। ଏଥିରେ ଭାରତୀୟ ବ୍ୟାଙ୍କ ସଂଘ (ଆଇବିଏ) ଓ ଅର୍ଥ ମନ୍ତ୍ରଣାଳୟ ଏବଂ ଆର୍ଥିକ ସେବା ବିଭାଗର ପ୍ରତିନିଧି ଅଂଶଗ୍ରହଣ କରିଥିଲେ।ଧର୍ମଘଟ ନକରିବାକୁ ଆଇବିଏ ତରଫରୁ କର୍ମଚାରୀ ସଂଘଙ୍କୁ ଅନୁରୋଧ କରାଯାଇଥିଲା। କିନ୍ତୁ ସଂଘ ଯେଉଁ ଦାବି ଉପସ୍ଥାପନ କରିଥିଲେ ତାହାକୁ ସମାଧାନ କରିବା ଲାଗି ଆଇବିଏ କୌଣସି ପଦକ୍ଷେପ ଗ୍ରହଣ କରିନଥିଲା। ‌ବୈଠକରୁ କୌଣସି ସକାରାତ୍ମକ ଫଳ ନମିଳିବାରୁ ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ଧର୍ମଘଟ କରିବାକୁ ଆମେ ନିଷ୍ପତ୍ତି ନେଇଛୁ ବୋଲି ସେ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୋଲିସ ହେପାଜତରେ ବ୍ରହ୍ମପୁର ବାଣବଜାର

ପୋଲିସ ହେପାଜତରେ ବ୍ରହ୍ମପୁର ବାଣବଜାର

Read More...

 ଭାରତ ସହ ଯୋଗାଯୋଗ ଛିନ୍ନ କଲା ପାକିସ୍ତାନ

ଭାରତ ସହ ଯୋଗାଯୋଗ ଛିନ୍ନ କଲା ପାକିସ୍ତାନ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: