ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଜେଲ ଫେରନ୍ତା ବାବୁ ମୃତ

October 23, 2019, ଅପରାଧ, ଗଞ୍ଜାମ, Swadhina Kumar Sahu
ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଆକ୍ରମଣ, ଜେଲ ଫେରନ୍ତା ବାବୁ ମୃତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
October 23, 2019

ଗଞ୍ଜାମ ଜିଲ୍ଲା ଶେରଗଡ଼ ବ୍ଲକ ଅନ୍ତର୍ଗତ ବାଦଗଡ଼ ଗ୍ରାମ ଶିବ ମନ୍ଦିର ରାସ୍ତାରେ ସେହି ଗ୍ରାମର ବାବୁ ପ୍ରଧାନଙ୍କୁ କିଛି ଯୁବକ ସଂଘଗଦ୍ଧ ଭାବେ ଖଣ୍ଡାରେ ଆକ୍ରମଣ କରିଥିଲେ । ସୂଚନା ଅନୁସାରେ ବାବୁ ଦୀର୍ଘ ଦିନ ହେଲା କୌଣସି ଏକ ମାମଲାରେ ଜେଲରେ ଥିଲେ । ବର୍ତ୍ତମାନ ସେ ଜେଲରୁ ଫେରିବା ପରେ ନିଜ ଗ୍ରାମକୁ ନ ଆସି ଅନ୍ୟତ୍ର ରହୁଥିଲେ, ଗ୍ରାମରେ କୋଠିଶାଳ ଯାତ୍ରା ଚାଲିଥିବାରୁ ସେ ଏହାକୁ ଦେଖିବାକୁ ଗାଁକୁ ଆସୁଥିଲେ । ବାବୁ ଗ୍ରାମର ଶିବ ମନ୍ଦିର ରାସ୍ତା ଦେଇ ଯାଉଥିବା ବେଳେ ହଠାତ୍‌ କିଛି ଯୁବକ ଧାରୁଆ ଅସ୍ତ୍ରଶସ୍ତ୍ର ଧରି ତାଙ୍କୁ ଆକ୍ରମଣ କରିଥିଲେ, ଫଳରେ ବାବୁଙ୍କ ଦେହର ବିଭିନ୍ନ ସ୍ଥାନରେ ଗଭିର କ୍ଷତ ଦେଖାଦେଇଥିଲା ଓ ସେଠାରେ ସେ ଚେତାଶୂନ୍ୟ ହୋଇପଡିଥିଲେ । ଦୁର୍ବୁତ୍ତମାନେ ଉକ୍ତ ଜାଗାରୁ ପଲେଇଯିବା ପରେ ସ୍ଥାନୀୟ ଲୋକେ ବାବୁଙ୍କୁ ୧୦୮ ଯୋଗେ ପ୍ରଥମେ ଶେରଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ନେଇଥିଲେ ସେଠାରେ ତାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲକୁ ଅଣାଯାଇଥିଲା । ବ୍ରହ୍ମପୁର ବଡ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଛତ୍ରପୁର ରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ।

ଛତ୍ରପୁର ରେ ବ୍ଲକ ସ୍ତରୀୟ ନିଯୁକ୍ତି ପରାମର୍ଶ ଶିବିର ଅନୁଷ୍ଠିତ ।

Read More...

ବାରୁଡା ଗ୍ରାମପଞ୍ଚାୟତର ବିଜେଡି ଜନ ସମ୍ପର୍କ ପଦଯାତ୍ରା

ବାରୁଡା ଗ୍ରାମପଞ୍ଚାୟତର ବିଜେଡି ଜନ ସମ୍ପର୍କ ପଦଯାତ୍ରା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: