ପୋଲସରା ଅଞ୍ଚଳରେ ବୋମାମାଡ଼ , ୨ ଆହାତ

October 27, 2019, ଅପରାଧ, ଗଞ୍ଜାମ, BHAGYAPRABHA NEWS
ପୋଲସରା ଅଞ୍ଚଳରେ ବୋମାମାଡ଼ , ୨ ଆହାତ
BHAGYAPRABHA NEWS
[ INPUT ]
Bhagyaprabha News Bureau
October 27, 2019

ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅଞ୍ଚଳରେ ସିରିଜ୍‌ ବୋମାମାଡ଼ରେ ୨ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ହେଲେ ଅମୀୟ କୁମାର ମଲିକ ଓ ଶଙ୍କର ବେହେରା। ଜଣଙ୍କର ଆଖିରେ ଆଘାତ ଲାଗିଥିବାବେଳେ ଅନ୍ୟ ଜଣଙ୍କର ଗୋଡ଼ରେ ଆଘାତ ଲାଗିଛି।ସୂଚନାନୁସାରେ, ବଜାର ଛକ, ରାଣୀପଡ଼ା ଛକ ଓ ବାଲିଘାଇ ଛକରେ ଦୁର୍ବୃତ୍ତମାନେ ଏକକାଳୀନ ୫ଟି ସିରିଜ୍‌ ବୋମାମାଡ଼ କରି ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ଗତକାଲି ରାତି ୯ଟାରୁ ୯ଟା ୩୦ ମିନିଟ୍‌ ମଧ୍ୟରେ ଏହି ଘଟଣା ଘଟିଛି। କେଉଁ କାରଣରୁ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିଲେ ତାହା ଅସ୍ପଷ୍ଟ ରହିଛି।ବଜାର ଛକରେ ଥିବା ଏକ ସରକାରୀ ବିଦେଶୀ ମଦ ଦୋକାନକୁ ଟାର୍ଗେଟ୍‌ ଦୁର୍ବୃତ୍ତମାନେ ବୋମାମାଡ଼ କରିଥିବା ସନ୍ଦେହ କରାଯାଉଛି।ବୋମାମାଡ଼ ନେଇ ଜଣାପଡ଼ିବା ପରେ ଲୋକଙ୍କ ମଧ୍ୟରେ ଏକ ଭୟର ବାତାବରଣ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ଘଟଣାସ୍ଥଳରେ ଗଞ୍ଜାମ ଏସ୍‌ପି ବ୍ରିଜେସ ରୟ ପହଞ୍ଚି ଘଟଣାର ତଦନ୍ତ କରିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାର୍ତ୍ତିକ ମାସର ତୃତୀୟ ସୋମବାର ବଟେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼।

କାର୍ତ୍ତିକ ମାସର ତୃତୀୟ ସୋମବାର ବଟେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼।

Read More...

"ମନ୍ କି ବାତ୍" ରେ ସ୍ଥାନ ପାଇପାରେ ଗ୍ରୀନ ଦୀପାବଳି !

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: