ମତ୍ସ୍ୟ ଖାଦ୍ୟ ପ୍ରଶିକ୍ଷଣ ଶବିର ଉଦଯାପିତ

February 15, 2019, ଓଡ଼ିଶା, ଗଞ୍ଜାମ, Bhagyaprabha News Bureau
ମତ୍ସ୍ୟ ଖାଦ୍ୟ ପ୍ରଶିକ୍ଷଣ ଶବିର ଉଦଯାପିତ
Bhagyaprabha News Bureau
February 15, 2019

ଗଞ୍ଜାମ ଜିଲ୍ଲା ଭଂଜନଗର ଉପଖଣ୍ଡ ଦୁବ ଗ୍ରାମର ମତ୍ସ୍ୟ ଯାଆଁଳ କେନ୍ଦ୍ରରେ ମତ୍ସ୍ୟ ଯାଆଁଳ ଚାଷ ପାଇଁ ଉପଯୁକ୍ତ ଖାଦ୍ୟ ପ୍ରସ୍ତୁତି ଓ ପରିଚାଳନା ବିଷୟରେ ଏକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଉପଖଣ୍ଡର ବିଭିନ୍ନ ବ୍ଳକର ୮୦ ରୁ ଅଧିକ ମାଛ ଚାଷୀ ଯୋଗ ଦେଇ ପ୍ରଶିକ୍ଷିତ ହୋଇଥିଲେ । ଅଧିବେଶନର ପ୍ରାରମ୍ଭରେ ସିଫା ଭୁବନେଶ୍ୱରର ପ୍ରଧାନ ବୈଜ୍ଞାନିକ ଡ. କୃଷ୍ଣଚନ୍ଦ୍ର ଦାସ ସିଫା ଦ୍ୱାରା ବିକଶିତ ହୋଇଥିବା କାର୍ପ ମାଛ ଯାଆଁଳ ମାନଙ୍କ ନିମନ୍ତେ ଏକ ବିଶେଷ ଖାଦ୍ୟ “ କାର୍ପ ପ୍ରାୟ ଫିଡ “ ର ଉପଯୋଗ ଓ ଉପକାରିତା ବିଷୟରେ ଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସିଫାର ପ୍ରଧାନ ବୈଜ୍ଞାନିକ ତଥା ମତ୍ସ୍ୟ ପୋଷଣ ବିଭାଗର ମୁଖ୍ୟ ଡ. କେଦାରନାଥ ମହନ୍ତ , ପ୍ରଧାନ ବୈଜ୍ଞାନିକ ଡ. ପ୍ରିୟବ୍ରତ ସ୍ୱାଇଁ , ଜାତୀୟ ମତ୍ସ୍ୟ ଉନ୍ନୟନ ପରିଷଦଡ. ସୁରେଶ ଚନ୍ଦ୍ର ରଥ ,କୌଶଲ୍ୟାଗଙ୍ଗର ମୁଖ୍ୟ ଡ. ମାନସ ସିହ୍ନା ଏବଂ ଆବଜିପାରବର ହେଚେରୀର କନସଲଟାଣ୍ଟ ଡ. ଦିଲ୍ଲିପ କୁମାର ପ୍ରଧାନ ପ୍ରମୁଖ ମତ୍ସ୍ୟ ପୋଷଣ ଓ ମତ୍ସ୍ୟ ଅଭିବୃଦ୍ଧିର ବିଭିନ୍ନ ଦିଗ ଉପରେ ପ୍ରଶିକ୍ଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ମାଛ ଚାଷୀଙ୍କ ନିମନ୍ତେ ପ୍ରସ୍ତୁତ କରାଯାଇଥିବା ଏକ ପୁସ୍ତିକାକୁ ଉନ୍ମୋଚନ କରାଯାଇ ଚାଷୀମାନଙ୍କୁ ବିତରଣ କରାଯାଇଥିଲା ଏବଂ ମତ୍ସ୍ୟ ଖାଦ୍ୟ ପରିଚାଳନାର କ୍ଷେତ୍ର ପ୍ରଦର୍ଶନ ମଧ୍ୟ କରାଯାଇଥିଲା । କାର୍ଯ୍ୟକ୍ରମର ଶେଷରେ ସିଫାର ପ୍ରଧାନ ବୈଜ୍ଞାନିକ ଡ.ସୁରେଶ ଚନ୍ଦ୍ର ରଥ ଧନ୍ୟବାଦ ଅର୍ପଣ କରିଥିଲେ ଓ ଦୁବ ମତ୍ସ୍ୟ ଯାଆଁଳ କେନ୍ଦ୍ରର ନିର୍ଦ୍ଦେଶକ ସୁଶାନ୍ତ ପ୍ରଧାନ ଏପରି ଏକ ଅଭିନବ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତାଙ୍କ ଫାର୍ମରେ କରାଯାଇଥିବାରୁସିଫା ଭୁବନେଶ୍ୱର ଜାତୀୟ ମତ୍ସ୍ୟ ବିକାଶ ପରିଷଦ , ହାଇଦ୍ରାବାଦଙ୍କ ନିମନ୍ତେ କୃତଜ୍ଞତା ଜ୍ଞାପନ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଲଓ୍ୱାମା ଆତଙ୍କୀ ଆକ୍ରମଣରେ ସହିଦଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ

ପୁଲଓ୍ୱାମା ଆତଙ୍କୀ ଆକ୍ରମଣରେ ସହିଦଙ୍କ ମଧ୍ୟରେ ୨ ଓଡ଼ିଆ ଯବାନ

Read More...

ବିଏସଏନଏଲ କ୍ଷତିରେ ଚାଲୁଥିବା ଖବରକୁ ଖଣ୍ଡନ କଲା ଓଡିଶା ଶାଖା

ବିଏସଏନଏଲ କ୍ଷତିରେ ଚାଲୁଥିବା ଖବରକୁ ଖଣ୍ଡନ କଲା ଓଡିଶା ଶାଖା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: