କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା

November 01, 2019, ଶିକ୍ଷା, ଗଞ୍ଜାମ, Kiran Behera
କେନ୍ଦ୍ରୀୟ ବିଦ୍ୟାଳୟରେ ଆଇନ ସଚେତନତା
Kiran Behera
[ Reporter,Digapahandi ]
Bhagyaprabha News Bureau
November 01, 2019

ଦିଗପହଣ୍ଡି କେନ୍ଦ୍ରୀୟ ବିଦ୍ୟାଳୟ ପରିସରରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି।ତାଲୁକା ଆଇନ ସହାୟତା କମିଟି ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ ସଞ୍ଜୟ କୁମାର ଶୁଭବ୍ରତ ଆଚାର୍ଯ୍ୟ ଅଧ୍ଯକ୍ଷତା କରିଥିଲେ।ଖେମୁଣ୍ଡି ଓକିଲ ସଂଘର ସଭାପତି ରସାନନ୍ଦ ରାଉତ, ସମ୍ପାଦକ ହରପ୍ରସାଦ ରଥ,କେନ୍ଦ୍ରୀୟ ବିଦ୍ୟାଳୟ ଅଧ୍ୟକ୍ଷ ବଳରାମ ମହାନ୍ତି, ଆଇସିଡିଏସ ସୁପ୍ରଭାଇଜର କନକଲତା ବେହେରା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ।ଏଥିରେ ଶିଶୁମାନଙ୍କ ପାଇଁ ରହିଥିବା ବିଭିନ୍ନ ଅଧିକାର, ଶିଶୁ ସୁରକ୍ଷା ଆଇନ, ଜୁଭେନାଇଲ ଜଷ୍ଟିସ ଆକ୍ଟ,ସୂଚନା ଓ ପ୍ରଯୁକ୍ତି ଆଇନ ଏବଂ ସମାଜର ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ରହିଥିବା ମୁକ୍ତ ଆଇନ ସହାୟତା ବ୍ଯବସ୍ଥା ଉପରେ ସଚେତନ କରାଯାଇଥିଲା।ଟିଏଲ୍ଏସସି ସଂପାଦକ କିଶୋର ଚନ୍ଦ୍ର ଗନ୍ତାୟତ ଏବଂ ବିଚାର ବିଭାଗୀୟ କର୍ମଚାରୀ କାଳିଆ ନାୟକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଶେଷରେ ଶିକ୍ଷକ ସଞ୍ଜୟ କୁମାର ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

ଭଞ୍ଜନଗର ବ୍ଳକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ

Read More...

ଘୋଡ଼ାହାଡ଼ ନଦୀରେ ବୁଡ଼ି ମହିଳା ମୃତ

ଘୋଡ଼ାହାଡ଼ ନଦୀରେ ବୁଡ଼ି ମହିଳା ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: