ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପାଇଁ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

February 15, 2019, ଓଡ଼ିଶା, , Bhagyaprabha News Bureau
 ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପାଇଁ  ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ
Bhagyaprabha News Bureau
February 15, 2019

ପୁଲୱାମା ଆତଙ୍କୀ ହମଲାରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନ ଜଗତସିଂହପୁର ଜିଲ୍ଲା ନାଉଗାଁ ଶିଖର ଗାଁର ପ୍ରସନ୍ନ କୁମାର ସାହୁ ଓ କଟକ ଜିଲ୍ଲାର ରତନପୁର ଗାଁର ମନୋଜ ବେହେରାଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ସେମାନଙ୍କ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି । ଟେଲିଫୋନ ମାଧ୍ୟରେ ପରିବାର ଲୋକଙ୍କ ସହ ସେ କଥା ହୋଇଛନ୍ତି। ଏଥିସହିତ ସହିଦଙ୍କ ପରିବାରକୁ ଭେଟିବାକୁ ସ୍ୱାସ୍ଥ୍ୟ ଓ ଅର୍ଥମନ୍ତ୍ରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। ସଚିବାଳୟ ପ୍ରକୋଷ୍ଠରେ ମୁଖ୍ୟମନ୍ତ୍ରୀ ଏକ ମିନିଟ୍‍ ନୀରବ ପ୍ରାର୍ଥନା କରିଛନ୍ତି। ତେବେ ଏହି ଆକ୍ରମଣରେ ସେ ଗଭୀର ମର୍ମାହତ ହୋଇଥିବା କହିବା ସହ ଏହି ହୃଦୟ ବିଦାରକ ଘଟଣାକୁ ଦୃଢ ନିନ୍ଦା କରିଛନ୍ତି। ଗତକାଲି ଆତଙ୍କବାଦୀ ହମଲାରେ ଏହି ଦୁଇ ଓଡିଆ ବୀର ସହିଦ ହୋଇଛନ୍ତି । ପ୍ରସନ୍ନ ସିଆରପିଏଫର ୬୧ ବାଟାଲିୟନରେ କାର୍ଯ୍ୟରତ ଥିଲେ ।ଗତରାତି ପ୍ରାୟ ୧୨ଟାରୁ ଗୋଟାଏ ଭିତରେ ନାଉଗାଁ ଥାନାଙ୍କ ପ୍ରସନ୍ନଙ୍କ ସହିଦ୍ ହେବା ଖବର ଆସିଥିଲା । ତାପରେ ପୋଲିସ ଏହି ଖବର ପ୍ରସନ୍ନଙ୍କ ଘରେ ଜଣାଇଥିଲା । ଆଜି ତାଙ୍କ ମରଶରୀର ଆସିବ ବୋଲି ଜଣାପଡିଛି । ଏହି ଖବର ପାଇବା ପରେ ତାଙ୍କ ଜନ୍ମମାଟି ଶିଖର ଗାଁରେ ଶୋକାକୂଳ ପରିବେଷ ସୃଷ୍ଟି ହୋଇଛି । ସେହିପରି ନିଆଳି ରତନପୁର ଗାଁର ମନୋଜ ବେହେରା ପୁଲୱାମା ଆକ୍ରମଣରେ ଦେଶ ପାଇଁ ସହିଦ ହୋଇଛନ୍ତି । ସେ ମାତ୍ର କିଛି ଦିନ ତଳେ ଗାଁକୁ ଆସି ଫେରିଥିଲେ । ଏହି ଖବର ଆସିବା ପରେ ଗାଁରେ ଶୋକର ଛାୟା ଖେଳିଯାଇଛି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ବରିଷ୍ଠ ନାଗରିକ ତୀର୍ଥଯାତ୍ରୀ ଟ୍ରେନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

Read More...

ପୁଲୱାମା ପ୍ରତିଶୋଧ ନେବ ସିଆରପିଏଫ୍‌

ପୁଲୱାମା ପ୍ରତିଶୋଧ ନେବ ସିଆରପିଏଫ୍‌

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: