ଆକ୍ରମଣ ଓ ପ୍ରତିଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଗିରଫ

November 07, 2019, ଅପରାଧ, ଗଞ୍ଜାମ, Kiran Behera
ଆକ୍ରମଣ ଓ ପ୍ରତିଆକ୍ରମଣ ମାମଲା: ଜଣେ ଅଭିଯୁକ୍ତ ଗିରଫ
Kiran Behera
[ Reporter,Digapahandi ]
Bhagyaprabha News Bureau
November 07, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଆଙ୍କୋରଡା ଗ୍ରାମର ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ଚାଲିଥିବା ଝଗଡା ସମାଧାନ କରିବାକୁ ଯାଇଥିବା ଦେବ ନାଇକଙ୍କୁ ରୁନା ନାଇକ ନିସ୍ତୁକ ମାଡ଼ ମାରିଥିବାଅଭିଯୋଗ ହୋଇଛି।ଦେବଙ୍କ ସ୍ତ୍ରୀ ଜମ୍ଭୁ ଛଡ଼ାଇବାକୁ ଯିବାରୁ ତାଙ୍କୁ ରୁନା ନାଇକ ଅସଦାଚରଣ କରିଥିବା ସମ୍ପର୍କରେ ଜମ୍ଭୁ ବୁଧବାର ଏତଲା ଦେଇଥିଲେ। ଥାନା ମାମଲା ନଂ ୨୨୬/୧୯ ଦଫା ୨୯୪/୩୨୩/୩୪୧/୫୦୬/୩୫(ଖ) ଅନୁଯାୟୀ ଗୁରୁବାର ଅଭିଯୁକ୍ତଙ୍କୁଗିରଫ କରି ଅପରାହ୍ନରେ କୋର୍ଟଚାଲାଣ କରାଯାଇଥିଲା ।ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲହାଜତକୁ ପଠାଇ ଦିଆଯାଇଛି। ବୁଧବାର ଗ୍ରାମର ରୁନା ଓ ତାଙ୍କ ପଡୋଶୀଙ୍କ ମଧ୍ୟରେ ଶୌଚାଳୟ ନିର୍ମାଣକୁ କେନ୍ଦ୍ରକରି ଝଗଡା କରୁଥିଲେ । ଦେବ ସେଠାରେ ପହଞ୍ଚି ଉଭୟଙ୍କୁ ବୁଝାସୁଝା କରୁଥିବା ବେଳେ ରୁନା ଏଥିରେ ଉତ୍ତେଜିତ ହୋଇ ଦେବଙ୍କୁ ଆକ୍ରମଣ କରିଥିବା ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି । ଅପରପକ୍ଷରେ ଦେବ ଓ ତାଙ୍କ ସ୍ତ୍ରୀରୁନାଙ୍କୁ ଆକ୍ରମଣ କରିଥିବା ନେଇ ଥାନା ମାମଲା ନଂ ୨୨୭/୧୯ ଅନୁଯାୟୀ ପାଲଟା ମକଦ୍ଦମା ରୁଜ୍ଜୁ କରାଯାଇଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ମାମଲା , ଅପହର୍ତ୍ତା ଫେରାର

କଲେଜ ଛାତ୍ରୀଙ୍କୁ ଅପହରଣ ଅଭିଯୋଗ ମାମଲା , ଅପହର୍ତ୍ତା ଫେରାର

Read More...

ମୁଲ୍ୟବାନ ହାତି ଦାନ୍ତ ଓ ବାଘ ଚମଡା ଜବତ

ମୁଲ୍ୟବାନ ହାତି ଦାନ୍ତ ଓ ବାଘ ଚମଡା ଜବତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: