ମଞ୍ଚମହର୍ଷି ଗଣନାଥ ଜେନାଙ୍କୁ ଗୋବରା କଳାକାର ସଙ୍ଘପକ୍ଷରୁ ଭବ୍ୟ ସମ୍ୱର୍ଦ୍ଧନା

February 16, 2019, ମନୋରଞ୍ଜନ, ଗଞ୍ଜାମ, Bhagyaprabha News Bureau
ମଞ୍ଚମହର୍ଷି ଗଣନାଥ ଜେନାଙ୍କୁ ଗୋବରା କଳାକାର ସଙ୍ଘପକ୍ଷରୁ ଭବ୍ୟ ସମ୍ୱର୍ଦ୍ଧନା
Bhagyaprabha News Bureau
February 16, 2019

ମଞ୍ଚମହର୍ଷି ଜେନାଙ୍କ ପଟ୍ଟଶିଷ୍ୟ ନାଟ୍ୟବିଦ୍ୟାବୁଦ୍ଧ ପ୍ରଫୁଲ୍ଲ ବେହେରାଙ୍କ ସଂଯୋଜନା କ୍ରମେ ଉପେନ୍ଦ୍ର ଭଞ୍ଜ ଲୋକନୃତ୍ୟ ପରିଷଦ, ଆନନ୍ଦ ସଂଗୀତାୟନ, ମଂଚଜ୍ୟୋତି, ଶିଳାପଦ୍ମ, ଜାତୀୟ ସଙ୍ଗୀତ କଳାକେନ୍ଦ୍ର, ମା ଉଖୁଡେଇ କଳାକାର ସଙ୍ଘ, ନିଖିଳ ଉତ୍କଳ ଆଳୀୟ ଖଣ୍ଡାୟତ ସଙ୍ଘ, ଉପେନ୍ଦ୍ର ଭଞ୍ଜ ସାହିତ୍ୟ ପରିଷଦ, ଚନ୍ଦ୍ରକଳ୍ପେଶ୍ୱର ନାଟ୍ୟ ସଙ୍ଘ,ବିପ୍ଳବ ଯୁବ ଛାତ୍ର ସଂସଦ, ଅରବିନ୍ଦ ଶିକ୍ଷା ନିକେତନ, ଶଶା ସାଂସ୍କୃତିକ ପ୍ରତିଷ୍ଠାନ, ବିଶ୍ୱଭାରତୀ, ନାଟଗାଁ ପଂଚାୟତ ପ୍ରଭୃତି ଶତାଧିକ ଅନୁଷ୍ଠାନ ପକ୍ଷରୁ ଶିଯୁକ୍ତ ଜେନାଙ୍କୁ ମାନପତ୍ର, ଉପାୟନ ଓ ପୁଷ୍ପଗୁଛ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ନାଟ୍ୟକାର ପ୍ରଫୁଲ୍ଲ ବେହେରାଙ୍କ ରଚିତ ଓ ନିର୍ଦ୍ଦେଶିତ " ଗଣ ଚେତନାରେ ଗଣନାଥ" ନାଟକକୁ ବିଶ୍ୱଭାରତୀର ଛାତ୍ରଛାତ୍ରୀମାନେ ପରିବେଷଣ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶକ ରବି ଦଶସ୍ୱାଗତ ଭାଷଣ ଦେଇଥିବାବେଳେ ନାଟ୍ୟମହାରଥୀ ଶିଶିରକାନ୍ତ ଦାଶ, ପିଷ୍ଟପ ରଥ, ରାଧାସ୍ୱାମୀ ରାଜୁ ପ୍ରମୁଖ କଳାକାରମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।


1550317099.jpg


ପରିଶେଷରେ ଆନ୍ତର୍ଜାତୀୟ ଖ୍ୟାତିସମ୍ପନ୍ନ ପଶୁମୁଖା ନୃତ୍ୟବିତ ନାରାୟଣ ମହାରଣା ଧନ୍ୟବାଦ ଅର୍ପଣ କରିଥିଲେ । ପ୍ରଥିତଯଶା ନାଟ୍ୟନିର୍ଦ୍ଦେଶକ ମଞ୍ଚମହର୍ଷି ଗଣନାଥ ଜେନାଙ୍କୁ ଗୋବରା କଳାକାର ସଙ୍ଘ ଆୟୋଜିତ ଏକ ଭବ୍ୟ ସମ୍ବର୍ଦ୍ଧନା ଡଭାରେ ଜିଲ୍ଲାର ବିଭିନ୍ନ କଲନୁଷ୍ଠାନ ଦ୍ୱାରା ଉଛ୍ୱସିତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଅଶୀ ବର୍ଷରେ ପଦାର୍ପଣ କରିଥିବା ନିର୍ଦ୍ଦେଶକ ଜେନା ଜୀବନର ଷଠିଏରୁ ଉର୍ଦ୍ଧ୍ଵ ବର୍ଷ ଶ୍ରୀମା ଥିଏଟର, ଆପଣଙ୍କ ଥିଏଟର, ଉତ୍କଳ ଥିଏଟର, କବିଚନ୍ଦ୍ର ଥିଏଟର, ବ୍ରଜସୁନ୍ଦର ଥିଏଟର, ନିଜେ ଗଢିଥିବା କଟକ ଜନତା ଥିଏଟର ପ୍ରଭୃତି ବ୍ୟବସାୟିକ ଥିଏଟର ଦଳରେ ଉଭୟ ଅଭିନେତା ଓ ନିର୍ଦ୍ଦେଶକ ଭାବରେ ପ୍ରଭୁତ ସୁନାମ ଅର୍ଜନ କରିଥିବା ପରିଲକ୍ଷିତ । ସର୍ବୋପରି ଗଂଜାମ ଜିଲ୍ଲାର ନାଟ୍ୟ ସଂସ୍କୃତି କ୍ଷେତ୍ରରେ ତାଙ୍କର ଅବଦାନ ମଧ୍ୟ ବିଶେଷ ପ୍ରଶଂସନୀୟ । ବରିଷ୍ଠ କଳାକାର ସନ୍ତୋଷ କୁମାର ମଲ୍ଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସାଂସ୍କୃତିକ ସଭାରେ ମୁଖ୍ୟ ଅତିଥି ଏସଡିପିଓ ଉତ୍କଳ କେଶରୀ ଦାଶ, ମୁଖ୍ୟବକ୍ତା ନୃତ୍ୟାଚାର୍ଯ୍ୟ ସୁବାସ ଚନ୍ଦ୍ର ସାହୁ ରୋଶନ, ବିଶିଷ୍ଠ ଅତିଥି କବି ପ୍ରଶାନ୍ତ ମହାନ୍ତି, ସମ୍ମାନିତ ଅତିଥି ସ୍ୱରଗୌରବ କୃଷ୍ଣ ପ୍ରସାଦ ସାବତ, ଶିକ୍ଷାବିତ ସୀମାଞ୍ଚଳ ଗୌଡ଼, ସାମ୍ବାଦିକ ଜୟକୃଷ୍ଣ ପଟ୍ଟନାୟକ, ନାଟ୍ୟକାର ସୁରେନ୍ଦ୍ର କୁମାର ଜେନା, ବରିଷ୍ଠ କଳାକାର ଉମାଶାଙ୍କର ଦାଶ, ସବୁଜ କୁମାର ସ୍ୱାଇଁ ପ୍ରମୁଖ ଯୋଗଦେଇ ଉପରୋକ୍ତ ବକ୍ତବ୍ୟ ପ୍ରଦାନ କରିଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋ ସ୍କୁଲ ଯୋଜନା ମାଧ୍ୟମରେ ପୁରାତନ ଛାତ୍ରଙ୍କ ଏକ ଲକ୍ଷ ଟଙ୍କାର ସହାୟତା

ମୋ ସ୍କୁଲ ଯୋଜନା ମାଧ୍ୟମରେ ପୁରାତନ ଛାତ୍ରଙ୍କ ଏକ ଲକ୍ଷ ଟଙ୍କାର ସହାୟତା

Read More...

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସିଦ୍ଧୁ

ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ସିଦ୍ଧୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: