୬୮ ବର୍ଷରେ ପାଦ ଥାପିଲେ ଜୀନତ ଅମାନ୍‌

November 19, 2019, ମନୋରଞ୍ଜନ, , Srabani Nayak
୬୮ ବର୍ଷରେ ପାଦ ଥାପିଲେ ଜୀନତ ଅମାନ୍‌
Srabani Nayak
[ Desk Head ]
Bhagyaprabha News Bureau
November 19, 2019

ଆଜି ହେଉଛି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଜୀନତ ଅମାନ୍‌ଙ୍କ ଜନ୍ମଦିନ।ସେ ୧୯୫୧ ମସିହା ଆଜିର ଦିନରେ ମୁମ୍ବାଇଠାରେ ଜନ୍ମ ହୋଇଥିଲେ । ତେବେ ଆଜି ତାଙ୍କ ଜନ୍ମଦିନ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି -


- ଦମ ମାରୋ ଦମ ଗୀତରୁ ଫେମସ ହୋଇଥିବା ଜୀନ୍ନତ ଅମାନ ବଲିଉଡରେ ଅନେକ ହିଟ ଫିଲ୍ମ ଦେଇଛନ୍ତି । ସତ୍ୟମ ଶିବମ ସୁନ୍ଦରମ ରୁ କ୍ୟାରିଅର ଆରମ୍ଭ କରିଥିବା ଜୀନତଙ୍କ ଅଭିନୟକୁ ଖୁବ ପସନ୍ଦ କରୁଥିଲେ ଦର୍ଶକ ।


- ହରେକୃଷ୍ଣ ହରେରାମା , ଅଜନବୀ , ପ୍ରେମ ପୁଜାରୀ , ହୀରା ପନା , ୟାଦୋଁ କି ବାରାତ , ରୋଟି କପଡା ଔର ମକାନ ପ୍ରମୁଖ ଫିଲ୍ମରେ ନଜର ଆସିଥିଲେ ଜୀନ୍ନତ ।


- ଜୀନତ ଅମାନଙ୍କ ପ୍ରେମ ପ୍ରସଙ୍ଗକୁ ନେଇ ଅନେକ ସମୟରେ ଚର୍ଚ୍ଚା ହୋଇଛି। କୁହାଯାଏ ଯେ ଜୀନତ ଅମାନଙ୍କୁ ଏଭରଗ୍ରିନ୍ ଷ୍ଟାର ଦେବ ଆନନ୍ଦ ହୃଦୟ ଦେଇଥିଲେ।


-ଜୀନତଙ୍କୁ ପ୍ରପୋଜ୍‌ କରିବା ଲାଗି ଦେବ ଆନନ୍ଦ ସେଠାରେ ଛୋଟ ପାର୍ଟି ରଖିଥିଲେ। ସେହି ପାର୍ଟିକୁ ସେ ନିଜର କେତେକ ଘନିଷ୍ଠ ବନ୍ଧୁ ଓ ଜୀନତ ଅମାନଙ୍କୁ ନିମନ୍ତ୍ରଣ କରିଥିଲେ।ସେହି ପାର୍ଟିରେ ଦେବ ଆନନ୍ଦ ଦେଖିଲେ କି ଜୀନତ୍‌ ଅମାନଙ୍କୁ ସୋ'ମ୍ୟାନ୍‌ ରାଜ କପୁର ନିଶାଶକ୍ତ ଅବସ୍ଥାରେ ନିଜ ବାହୁବନ୍ଧନରେ ରଖିଥିଲେ।ଜୀନତ ବି ରାଜ କପୁରଙ୍କର ସାଥ୍‌ ଦେଉଥିଲେ।


-ଏହି ଦୃଶ୍ୟ ଦେଖିବାପରେ ଦେବ ଆନନ୍ଦ ପାର୍ଟି ଛାଡି ଚାଲିଯାଇଥିଲେ ଓ ତା'ପରେ କେବେ ବି ଜୀନତ ଅମାନଙ୍କ କଥା ଭାବିଲେନି। ସେଇଠି ଦେବ-ଜୀନତଙ୍କ ଏକତରଫା ପ୍ରେମକାହାଣୀର ସମାପ୍ତି ହେଲା।


-ବଲିଉଡର ପ୍ରଖ୍ୟାତ ଅଭିନେତା-ନିର୍ମାତା-ନିର୍ଦ୍ଦେଶକ ସଂଜୟ ଖାନ୍‌ ଜରୀନ୍‌ ଖାନ୍‌ଙ୍କୁ ବିବାହ କରିଥିଲେ । ଜରୀନ୍‌ ସଂଜୟଙ୍କୁ ସ୍ୱାମୀ ରୂପେ ପାଇବା ଲାଗି ମଡେଲିଂ କ୍ୟାରିଅର୍‌କୁ ଜଳାଂଜଳି ଦେଇଥିଲେ । ବିବାହ ପରେ ସଂଜୟ ଖାନ୍‌ ତାଙ୍କ ଅଭିନୀତ ଫିଲ୍ମ 'ଅବଦୁଲ୍ଲା' ର ନାୟିକା ଜୀନତ ଅମାନ୍‌ ଙ୍କ ପ୍ରେମରେ ପଡ଼ିଥିଲେ ।


-ଏଭଳି ମଧ୍ୟ କୁହାଯାଏ ଯେ ସଂଜୟ-ଜୀନତ୍‌ ଗୋପନରେ ବିବାହ କରିଥିଲେ । କିନ୍ତୁ ଏହିଭଳି ସଂପର୍କକୁ ନେଇ ଖୁସି ନ ଥିଲେ ଜୀନତ୍‌ । ଏଣୁ ସେ ସଂଜୟଙ୍କ ସାଥ୍‌ ଛାଡିଥିଲେ ।ଏହାପରେ ସଂଜୟ-ଜୀନତ୍‌ଙ୍କ ପ୍ରେମସଂପର୍କର ସମାପ୍ତି ହୋଇଥିଲା।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତାଙ୍କ ଶ୍ରଦ୍ଧାଞ୍ଜଳୀ

ଇନ୍ଦିରା ଗାନ୍ଧୀଙ୍କ ଜନ୍ମଜୟନ୍ତୀ ଅବସରରେ ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀଙ୍କ ସମେତ ବିଭିନ୍ନ ନେତାଙ୍କ ଶ୍ରଦ୍ଧାଞ୍ଜଳୀ

Read More...

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

ଭିଜିଲାନ୍ସ ଜାଲରେ କଲେଜ ଅଧ୍ୟକ୍ଷ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: