ନାଗରିକ ସମ୍ବର୍ଦ୍ଧନାରେ ଯୋଗଦେଲେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ

November 20, 2019, ବିଶେଷ, ଗଞ୍ଜାମ, Swadhina Kumar Sahu
ନାଗରିକ ସମ୍ବର୍ଦ୍ଧନାରେ ଯୋଗଦେଲେ ଆନ୍ଧ୍ର ପ୍ରଦେଶର ରାଜ୍ୟପାଳ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 20, 2019

ବ୍ରହ୍ମପୁର ଟାଉନ ହଲ ପରିସରରେ ଦକ୍ଷିଣ ଓଡିଶା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ସମ୍ୱର୍ଦ୍ଧନା ଉତ୍ସବରେ ଯୋଗ ଦେଲେ ଆନ୍ଧ୍ରାପ୍ରଦେଶର ମହାମହିମ ରାଜ୍ୟପାଳ ଶ୍ରୀଯୁକ୍ତ ବିଶ୍ୱଭୂଷଣ ହରିଚନ୍ଦନ ।ଏହି ଅବସରରେ ବ୍ରହ୍ମପୁର ସହରର ବିଭିନ୍ନ ସଂଗଠନ ପକ୍ଷରୁ ତାଙ୍କୁ ପୁଷ୍ପଗୁଛ ଦେଇ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ରାଜ୍ୟପାଳ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ହେଲିକେଫ୍ଟର ଜରିଆରେ ଆସି ସିଟି ହାଇସ୍କୁଲ ଖେଳପଡିଆ ଠାରେ ଓହ୍ଲାଇବା ପରେ ଟାଉନ ହଲ ପରିସରରେ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗଦେଇଥିଲେ । ଏହି ସମ୍ବର୍ଦ୍ଧିତ ଉତ୍ସବରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱ ଭୂଷଣ ହରିଚନ୍ଦନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଲୋକଙ୍କୁ ବାୟୁ ପ୍ରଦୂଷଣ ଚିନ୍ତାର ବିଷୟ ପାଲଟି ଥିବା ବେଳେ ସମସ୍ତେ ମିଳିମିଶି ଵୃକ୍ଷରୋପଣ କରିବା ନିମନ୍ତେ ଅନୁରୋଧ କରିଥିଲେ । ମୁଖ୍ୟବକ୍ତ ଭାବେ ଡାକ୍ତର ପ୍ରଫେସର ସୁଦର୍ଶନ ଆଚାର୍ଯ୍ୟ,ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ, ମାନ୍ୟବର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ବିଜେପି ସଦସ୍ୟ ଭୃଗୁବକ୍ସି ପାତ୍ର,ସୁବାଷ ମହାରଣା, ଡାକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ସାହୁ,ଗଞ୍ଜାମ ଜିଲ୍ଲା କଂଗ୍ରେସ କାର୍ଯ୍ୟ କାରି ସଭାପତି ପିତବାସ ପଣ୍ଡା,ମହାନ୍ ସଙ୍ଘର ସଭାପତି ସୁଶାନ୍ତ ସାବତ ପ୍ରମୁଖ ଉପସ୍ଥିତ ଥିଲେ । ଏହାସହ ବ୍ରହ୍ମପୁରର ବିଭିନ୍ନ ସଂଗଠନ ଆନ୍ଧ୍ର ମହାମହିମ ରାଜ୍ଯପାଳଙ୍କୁ ମିଶି ଶୁଭେଚ୍ଛା ଜଣାଇବା ସହ ସମ୍ବରଦ୍ଧନା କରିଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରଙ୍ଗେଇଲୁଣ୍ଡାର ଦୁଇ କରାଟେ ପ୍ରତିଯୋଗିଙ୍କୁ ସମ୍ବର୍ଦ୍ଧିତ

ରଙ୍ଗେଇଲୁଣ୍ଡାର ଦୁଇ କରାଟେ ପ୍ରତିଯୋଗିଙ୍କୁ ସମ୍ବର୍ଦ୍ଧିତ

Read More...

ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ପର୍ଯ୍ୟଟନକୁ ଅଧିକ ଆକୃଷ୍ଟ କରୁଛି ଚିଲିକା ହ୍ରଦ

ବିଦେଶୀ ପକ୍ଷୀଙ୍କ ଆଗମନକୁ ନେଇ ପର୍ଯ୍ୟଟନକୁ ଅଧିକ ଆକୃଷ୍ଟ କରୁଛି ଚିଲିକା ହ୍ରଦ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: