ସମବାୟ ସମିତିର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଉପ-ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଚାଷୀ

November 22, 2019, ଓଡ଼ିଶା, ଗଞ୍ଜାମ, Swadhina Kumar Sahu
ସମବାୟ ସମିତିର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ଉପ-ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହେଲେ ଚାଷୀ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
November 22, 2019

ଗଞ୍ଜାମ ଜିଲ୍ଲା କୁକୁଡାଖଣ୍ଡି ସମବାୟ ସମ୍ମିତିର ମନମୁଖୀ କାର୍ଯ୍ୟ ବିରୁଦ୍ଧରେ ବ୍ରହ୍ମପୁର ଉପ-ଜିଲ୍ଲାପାଳଙ୍କ ଦ୍ବାରସ୍ତ ହୋଇଛନ୍ତି ବଉଳଝୋଳି ଗ୍ରାମର ଧାନଚାଷୀ । ଚାଷୀଙ୍କ ଠାରୁ ସମବାୟ ସମିତି ଧାନ ଖୁବଶୀଘ୍ର କିଣୁ ନଥିବା ବେଳେ ଧାନକୁ ସଂରକ୍ଷିତ ରଖିବା ନିମନ୍ତେ ସୁବିଧା ନାହିଁ, ଦିର୍ଘ ଦୁଇ ବର୍ଷ ହେଲା ଧାନ କୁଇଣ୍ଟାଲ ପିଚ୍ଛା ୮ରୁ୧୦ କିଲୋଗ୍ରାମ ଅଧିକ ନେଉଛନ୍ତି, ଚାଷୀକୁ ଧାନ ୧୫କି.ମି.ରୁ ଅଧିକ ଦୂରରେ ଥିବା ମିଲକୁ ନେଇ ଧାନ ଦେବାକୁ କହୁଛନ୍ତି ଯାହାରକି ଖର୍ଚ୍ଚ ମଧ୍ୟ ଚାଷୀ ନିଜେ ବହନ କରୁଛି ଏହା ସହ ଧାନ ଅଖା ବାବଦକୁ ସରକାରଙ୍କ ପକ୍ଷରୁ ଆସୁଥିବା ଟଙ୍କାକୁ ମଧ୍ୟ ଦିଆଯାଉ ନାହିଁ । ତେବେ ଏହି ବର୍ଷ ମଧ୍ୟ ତାହାର ପୁନରାବୃତି ନକରିବା ଓ ଚାଷୀକୁ ତାର ହକ ଦେବା ଦାବୀରେ ବଉଳଝୋଳି ଗ୍ରାମବାସୀ ଉପ-ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋବ ପ୍ରଦର୍ଶଣ କରିବା ସହ ଦାବୀପତ୍ର ପ୍ରଦାନ କରିଥିଲେ । ଉପ ଜିଲ୍ଲାପାଳ ଏନେଇ ଆଲୋଚନା କରିବା ସହ ଆଗାମୀ ଦିନରେ ଗ୍ରାମରେ ଏକ ବୈଠକ ଡାକିବା ସହ ସମସ୍ତ ଚାଷୀଙ୍କୁ ସଚେତନ କରାଯିବ ଓ ତାଙ୍କର ହକ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୂତି ଦେଇଛନ୍ତି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଖେମୁଣ୍ଡି ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

ଖେମୁଣ୍ଡି ମହାବିଦ୍ୟାଳୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର

Read More...

ବ୍ରହ୍ମପୁର କାରାଗାରରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳିତ

ବ୍ରହ୍ମପୁର କାରାଗାରରେ ବୀର ସହିଦ ଲକ୍ଷ୍ମଣ ନାୟକଙ୍କ ଜନ୍ମ ଜୟନ୍ତି ପାଳିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: