ନୌସେନାର ପ୍ରଥମ ମହିଳା ପାଇଲଟ ହେବେ ଶିବାଙ୍ଗୀ

November 23, 2019, ଦେଶଦୁନିଆ, , BHAGYAPRABHA NEWS
ନୌସେନାର ପ୍ରଥମ ମହିଳା ପାଇଲଟ ହେବେ ଶିବାଙ୍ଗୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 23, 2019

ଲେଫଟେଣ୍ଟ ଜେନେରାଲ ଶିବାଙ୍ଗୀ ଭାରତୀୟ ନୌସେନାରେ ଯୋଗ ଦେବାକୁ ଯାଉଛନ୍ତି । ଜଣେ ପ୍ରଥମ ମହିଳା ପାଇଲଟ ହୋଇ ନୌସେନାରେ ଯୋଗ ଦେବାରେ ଶିବାଙ୍ଗୀ ହେଉଛନ୍ତି ପ୍ରଥମ । ଆସନ୍ତା ଡିସେମ୍ବର ୨ ତାରିଖରେ ଶିବାଙ୍ଗୀ ଫିକ୍ସଡ଼ ବିଙ୍ଗ ଡୋରନିୟର ସର୍ଵଭିଲାନ୍ସ ବିମାନର ପ୍ଲେନ ଉଡାଇବେ । ଏହା ସହ ଶିବାଙ୍ଗୀ କୋଚି ଠାରେ ଅପରେସନ ଡ୍ୟୁଟିରେ ମଧ୍ୟ ସାମିଲ ହେବେ । ବର୍ତ୍ତମାନ ତାଙ୍କ ଟ୍ରେନିଂ ଦକ୍ଷିଣୀ କମାନ ଠାରେ ଚାଲିଛି । ଟ୍ରେନିଂ ଶେଷ ହେବା ପରେ ଶିବାଙ୍ଗୀ ଡିସେମ୍ବର ୨ ତାରିଖରେ ନିଜ କମାନ ଚଲାଇବାର ଯୋଜନା ରହିଛି । ଏହା ସହ ଶିବାଙ୍ଗୀ ପ୍ରଥମ ମହିଳା ପାଇଲଟ ଭାବେ ଭାରତୀୟ ନୌସେନାରେ ସାମିଲ ହେବାର ସୌଭାଗ୍ୟ ନିଜ ନାଁରେ କରିଛନ୍ତି । ସୁଚନାଯୋଗ୍ୟ, ଶିବାଙ୍ଗୀ ହେଉଛନ୍ତି ବିହାର ରାଜ୍ୟ ମୁଜାଫରପୁର ସହରର ମୂଳ ବାସିନ୍ଦା ।ସେ ସେଠାକାର ଡିଏଭି ପବ୍ଲିକ ସ୍କୁଲରେ ୧୨ କ୍ଲାସ ପର୍ଯ୍ୟନ୍ତ ପାଠ ପଢି ଥିଲେ । ଏହା ପରେ ସେ 'ସିକିମ ମଣିପାଳ ଇନଷ୍ଟିଟ୍ୟୁଟ ଅଫ ଟେକ୍ନୋଲୋଜି'ରୁ ନିଜ ବି -ଟେକ ପାଠପଢା ଶେଷ କରିଥିଲେ । ଭାରତୀୟ ନୌସେନା ଏକାଡେମୀରେ ଶିବାଙ୍ଗୀଙ୍କୁ ୨୭ ଏନଓସି କୋର୍ସ ଶେଷ କରିବା ପରେ ହିଁ ଜଣେ ଏସଏସଇ ଭାବେ ସାମିଲ କରାଯାଇଛି । ପୂର୍ବ ବର୍ଷ ଜୁନ ମାସରେ ଭାଇସ ଆଡମିରାଲ ଏ. କେ ଚାବଲା ଔପଚାରିକ ଭାବେ ନିଯୁକ୍ତି ଦେଇଥିଲେ । କହି ରଖିବା ଉଚିତ ହେବ କି ଚଳିତ ବର୍ଷ ଭାବନା କାନ୍ତ ଭାରତୀୟ ବାୟୁସେନାର ପ୍ରଥମ ମହିଳା ପାଇଲଟ ଭାବେ ନିଯୁକ୍ତି ପାଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ

ଜନନାୟକ ନବକୃଷ୍ଣ ଚୌଧୁରୀଙ୍କ ଜନ୍ମଦିନ

Read More...

ଇତିହାସ ରଚିଲା ଛବିରାଣୀ

ଇତିହାସ ରଚିଲା ଛବିରାଣୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: