ଦୁଇ ବାଇକ୍ ମୁହାଁମୁହିଁ ଧକ୍କା :୨ ଜଣ ମୃତ, ୨ ଗୁରୁତର ଆହତ

November 23, 2019, ଅପରାଧ, କନ୍ଧମାଳ, BHAGYAPRABHA NEWS
ଦୁଇ ବାଇକ୍ ମୁହାଁମୁହିଁ ଧକ୍କା :୨ ଜଣ ମୃତ, ୨ ଗୁରୁତର ଆହତ
BHAGYAPRABHA NEWS
[ INPUT ]
Bhagyaprabha News Bureau
November 23, 2019

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ବ୍ରାହ୍ମଣିଗାଁ ଥାନା ଅନ୍ତର୍ଗତ କଡମ୍ବା ଛକ ଠାରେ ଆଜି ଅପରାହ୍ନରେ ଦୁଇଟି ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ୨ ଜଣ ଯୁବକଙ୍କ ମୃତ ହୋଇଥିବା ବେଳେ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ମୃତକମାନେ ହେଲେ କୁମ୍ଭାରିଗାଁ ପଞ୍ଚାୟତ ରାଜନଗଡ ଗ୍ରାମର ପାଉଲ ଶବର ଓ ଗଜପତି ଜିଲ୍ଲା ମୋହନା ବ୍ଳକ କଟାମା ପଞ୍ଚାୟତ ଡନିଗାଁ ଗ୍ରାମର ଅର୍ଜୁନ ମନ୍ତ୍ରୀ ବୋଲି ଜଣାପଡିଛି । ଗୁରୁତର ମାନେ ହେଲେ ସୀମାଞ୍ଚଳ ନାୟକ ଓ ନରେନ୍ଦ୍ର ନାୟକ । ଆଜି ଅପରାହ୍ନରେ ଅର୍ଜୁନ ମନ୍ତ୍ରୀ ଓ ନରେନ୍ଦ୍ର ନାୟକ ମିଶି ବ୍ରାହ୍ମଣିଗାଁ ରୁଷିମାଳ ମହାବିଦ୍ୟାଳୟ ଛାତ୍ର କଲେଜରେ ପାଠ ପଢା ସରିବା ପରେ ନିଜ ଗ୍ରାମକୁ ଫେରୁଥିଲେ । ବୀପରୀତ ଦିଗରୁ ରାଜନଗଡ ଯାଉଥିବା ପାଉଲ ସବର ଓ ସୀମାଞ୍ଚଳ ନାୟକଙ୍କ ବାଇକ ମଧ୍ୟରେ କଡମ୍ବା ଛକରେ ଦୁର୍ଘଟଣା ହୋଇଥିଲା । ଘଟଣାପରେ ସ୍ଥାନୀୟ ଲୋକେ ଉଦ୍ଧାର କରି ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ବ୍ରାହ୍ମଣିଗାଁ ମେଡିକାଲରେ ଭର୍ତ୍ତି କରିଥିଲେ । ଚିକିତ୍ସାଧିନ ଅବସ୍ଥାରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଦୁଇଜଣଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଘଟଣାପରେ ଏସଆଇ ସଂଗ୍ରାମ କେଶରୀ ଜେନା, ଏଏସଆଇ ପ୍ରମୋଦ କୁମାର ଦିପ୍ ଏହାର ତଦନ୍ତ କରୁଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡି ପୋଲିସର ଜୁଆଆଡ୍ଡା ଉପରେ ଚଢାଉ

ଦିଗପହଣ୍ଡି ପୋଲିସର ଜୁଆଆଡ୍ଡା ଉପରେ ଚଢାଉ

Read More...

ବସ ଚାପାରେ ଅଙ୍ଗନୱାଡି ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

ବସ ଚାପାରେ ଅଙ୍ଗନୱାଡି ଛାତ୍ର ମୃତ୍ୟୁକୁ ନେଇ ଉତ୍ତେଜନା : ଉତ୍ତ୍ୟକ୍ତ ଲୋକଙ୍କ ରାସ୍ତା ଅବରୋଧ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: