ଆସନ୍ତାକାଲି ସୁପ୍ରମିକୋର୍ଟରେ ପ୍ରକାଶ ପାଇବ ମହାରାଷ୍ଟ୍ର ରାୟ !

November 25, 2019, ଦେଶଦୁନିଆ, , BHAGYAPRABHA NEWS
ଆସନ୍ତାକାଲି ସୁପ୍ରମିକୋର୍ଟରେ ପ୍ରକାଶ ପାଇବ ମହାରାଷ୍ଟ୍ର ରାୟ !
BHAGYAPRABHA NEWS
[ INPUT ]
Bhagyaprabha News Bureau
November 25, 2019

ଆସନ୍ତାକାଲି ସୁପ୍ରମିକୋର୍ଟରେ ମହାରାଷ୍ଟ୍ର ରାୟ ପ୍ରକାଶ ପାଇବ । ଆସନ୍ତାକାଲି ସକାଳ ୧୦ଟା୩୦ରେ ସୁପ୍ରିମକୋର୍ଟ ରାୟ ଶୁଣାଇବେ । ସମସ୍ତ ପକ୍ଷଙ୍କ ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ନିଜର ରାୟକୁ ସଂରକ୍ଷିତ ରଖିଛନ୍ତି । ଆଜି ଫ୍ଲୋର ଟେଷ୍ଟ ନେଇ ବିରୋଧୀ ଆବେଦନ କରିଥିଲେ । ଶିବସେନା-ଏନସିପି-କଂଗ୍ରେସ ପକ୍ଷରୁ ସୁପ୍ରିମକୋର୍ଟରେ ମିଳିତ ପିଟିସନ ଦାୟର ହୋଇଥିଲା । ତେବେେ ଆଜି ଫ୍ଲୋର ଟେଷ୍ଟ ପାଇଁ ନିଦେ୍ର୍ଧଶ ନଦେଇ କୋର୍ଟ ରାୟକୁ ସଂରକ୍ଷିତ ରଖିଛନ୍ତି ।ମହାରାଷ୍ଟ୍ରରେ ବିଜେପି ସରକାର ଗଠନ କରିବା ପରେ ଏହା ବିରୋଧରେ ଏନସିପି, କଂଗ୍ରେସ ଏବଂ ଶିବସେନା ସୁପ୍ରିମକୋର୍ଟରେ ପିଟିଶନ ଦାଖଲ କରିଥିଲେ। ଏହି ପିଟିଶନ ଆଧାରରେ ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା। ଶୁଣାଣି ସମୟରେ ବିଜେପି ଏବଂ ଅଜିତ ପୱାରଙ୍କଠାରୁ ରାଜ୍ୟପାଳ ପାଇଥିବା ସମର୍ଥନ ପତ୍ରକୁ ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ କୋର୍ଟରେ ଦାଖଲ କରିଥିଲେ। ଏହା ସହିତ ସବୁ ପକ୍ଷମାନେ ନିଜ ନିଜର ଯୁକ୍ତି ଉପସ୍ଥାପନ କରିଥିଲେ। ସବୁ ପକ୍ଷର ଦଲିଲ ଶୁଣିବା ପରେ ସୁପ୍ରିମକୋର୍ଟ ମଙ୍ଗଳବାର ମାମଲାର ରାୟ ପ୍ରକାଶ କରିବେ ବୋଲି ଜଣାଇଛନ୍ତି। ରାଜ୍ୟପାଳଙ୍କ ପକ୍ଷରୁ ସଲିସିଟର ଜେନେରାଲ, ତୁଷାର ମେହେଟ୍ଟା, ବିଜେପି ପକ୍ଷରୁ ମୁକୁଲ ରୋହତଗୀ, କଂଗ୍ରେସ-ଏନସିପି ତରଫରୁ ଅଭିଷେକ ମନୁ ସିଂଙ୍ଘୱୀ ଏବଂ ଶିବସେନା ପକ୍ଷରୁ କପିଲ ଶିବଲ ମାମଲା ପରିଚାଳନା କରୁଥିଲେ।


Dailyhunt




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବାଣୀବିହାର ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ !

ବାଣୀବିହାର ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ !

Read More...

ସୌଭାଗ୍ୟ ଯୋଜନା ଏବେ ଦୁର୍ଭାଗ୍ୟ ଯୋଜନା

ସୌଭାଗ୍ୟ ଯୋଜନା ଏବେ ଦୁର୍ଭାଗ୍ୟ ଯୋଜନା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: