ସାନଖେମୁଣ୍ଡିରେ ବ୍ଲକସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା

November 25, 2019, ଖେଳ, ଗଞ୍ଜାମ, Kiran Behera
ସାନଖେମୁଣ୍ଡିରେ ବ୍ଲକସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା
Kiran Behera
[ Reporter,Digapahandi ]
Bhagyaprabha News Bureau
November 25, 2019

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଳକ ଚୁଡୁଙ୍ଗପୁର ସ୍ଥିତ ହାଇସ୍କୁଲ ପରିସରରେ ବ୍ଲକସ୍ତରୀୟ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଗଞ୍ଜାମ ଜିଲ୍ଲା ଆନୁକୂଲ୍ୟରେ ଆୟୋଜିତ କ୍ରୀଡା ପ୍ରତିଯୋଗିତାରେ ଅଂଚଳର ବିଭିନ୍ନ ବିଦ୍ୟାଳୟରୁ ଭିନ୍ନକ୍ଷମ କ୍ରୀଡା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ। ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସଙ୍ଗୀତ ବେହେରା, ବିଡିଓ ଶ୍ରୀ ଗାୟତ୍ରୀ ଦତ୍ତ ନାୟକ, ତହସିଲଦାର ଶ୍ରୀ ଅମିତ କୁମାର ନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରତିଯୋଗୀତାଙ୍କୁ ଉତ୍ସାହିତ କରିବା ସହିତ ପୁରସ୍କାର ବିତରଣ କରିଥିଲେ। ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଅତିରିକ୍ତ ବ୍ଲକ ଶିକ୍ଷାଧିକାରୀ ଶ୍ରୀ କୈଳାସ ଚନ୍ଦ୍ର ପାଣିଗ୍ରାହୀ, ସାନଖେମୁଣ୍ଡି ହାଇସ୍କୁଲ ପ୍ରଧାନଶିକ୍ଷକ ପ୍ରଶାନ୍ତ କୁମାର ପ୍ରଧାନ, ଯୋଗ ଦେଇଥିଲେ। କ୍ରୀଡା ଶିକ୍ଷକ ଭଗବାନ ବେହେରାଙ୍କ ବ୍ୟତୀତ ଶଙ୍କର୍ଷଣ ସେଠି, ହରିହର ସାମନ୍ତରା, ପ୍ରଶାନ୍ତ ମଲ୍ଲିକ, ଦିଲ୍ଲୀପ ସ୍ୱାଇଁ, ଟୁକୁଲା ପାଢ଼ୀ ପ୍ରମୁଖ କ୍ରୀଡା କାର୍ଯ୍ୟକ୍ରମ ସମ୍ପାଦନ କରିଥିଲେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବେଙ୍ଗାଲୁରୁରେ ଓଡିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବେଙ୍ଗାଲୁରୁରେ ଓଡିଆ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

Read More...

ପାଟପୁର ପୋଲିସ ସମିତି ପକ୍ଷରୁ ସଚେତନତା ଶିବିର

ପାଟପୁର ପୋଲିସ ସମିତି ପକ୍ଷରୁ ସଚେତନତା ଶିବିର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: