ମହାରାଷ୍ଟ୍ର ବିଧାନସଭାରେ ପ୍ଲୋର ଟେଷ୍ଟ !

November 26, 2019, ଦେଶଦୁନିଆ, , BHAGYAPRABHA NEWS
 ମହାରାଷ୍ଟ୍ର ବିଧାନସଭାରେ ପ୍ଲୋର ଟେଷ୍ଟ !
BHAGYAPRABHA NEWS
[ INPUT ]
Bhagyaprabha News Bureau
November 26, 2019

ମହାରାଷ୍ଟ୍ର ରାଜନୀତିକ ଅସ୍ଥିରତା ନେଇ ସୁପ୍ରିମକୋର୍ଟ ରାୟ ଶୁଣାଇଛନ୍ତି । ଆସନ୍ତାକାଲି ମହାରାଷ୍ଟ୍ରରେ ଆସ୍ଥା ଭୋଟ ଗ୍ରହଣ କରାଯିବ । ଆସନ୍ତାକାଲି ସଂଧ୍ୟା ୫ଟା ପୂର୍ବରୁ ଆସ୍ଥା ଭୋଟ ହେବ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଜି ସୁପ୍ରିମକୋର୍ଟ ରାୟ ଶୁଣାଇ କହିଛନ୍ତି ଯେ, ସଂସଦୀୟ କାର୍ଯ୍ୟରେ କୋର୍ଟ କୌଣସି ହସ୍ତକ୍ଷେପ କରିବାର ଅଧିକାର ନାହିଁ । ଆସନ୍ତାକାଲି ସଂଧ୍ୟା ୫ଟାରେ ମହାରାଷ୍ଟ୍ର ବିଧାନସଭାରେ ପ୍ଲୋର ଟେଷ୍ଟ କରାଯିବ । ପ୍ଲୋର ଟେଷ୍ଟର ସିଧା ପ୍ରସାରଣ କରିବାକୁ ଅନୁମତି ଦେଇଛନ୍ତି କୋର୍ଟ । ପ୍ରଥମେ ପ୍ରୋଟେମ ସ୍ପିକର ନିର୍ବାଚନ ହେବ । ଏହାପରେ ପ୍ରୋଟେମ ସ୍ପିକରଙ୍କୁ ଶପଥ ଗ୍ରହଣ କରାଇବେ ରାଜ୍ୟପାଳ । ତୃତୀୟ ସୋପାନରେ ନିର୍ବାଚିତ ବିଧାୟକଙ୍କୁ ଶପଥ ପାଠ କରାଇବେ ପ୍ରୋଟେମ ସ୍ପିକର । ଏହାପରେ ଗୃହରେ ପ୍ଲୋର ଟେଷ୍ଟ କରାଇବେ ପ୍ରୋଟେମ୍ ସ୍ପିକର । ଶେଷରେ ଭୋଟ ଗଣତି କରି ପରିଣାମ ଘୋଷଣା କରିବେ ପ୍ରୋଟେମ୍ ସ୍ପିକର । ସୂଚନାଯୋଗ୍ୟ, ନିର୍ବାଚନ ପରଠାରୁ ମହାରାଷ୍ଟ୍ରରେ ରାଜନୈତିକ ଅସ୍ଥିରତା ଲାଗି ରହିଛି । କୌଣସି ଦଳ ସରକାର ଗଢ଼ିବା ପାଇଁ ସମର୍ଥ ନହେବାରୁ ରାଜ୍ୟରେ ରାଷ୍ଟ୍ରପତି ଶାସନ ଜାରି ହୋଇଥିଲା । ତେବେ ପରବର୍ତୀ ସମୟରେ ଶିବସେନା, କଂଗ୍ରେସ ଓ ଏନସିପି ମିଶି ସରକାର ଗଢ଼ିବାକୁ ନିଷ୍ପତି ନେଇଥିଲେ । କିନ୍ତୁ ଏହି ତିନି ଦଳ ରାଜ୍ୟପାଳଙ୍କୁ ଭେଟିବା ପୂର୍ବରୁ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡ଼ନାଭିସ ଶପଥ ନେଇଥିଲେ । ଏନସିପିର ବିଧାୟକ ଦଳ ନେତା ଅଜିତ ପାୱାର ବିଜେପିକୁ ସମର୍ଥନ ଜଣାଇ ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ । ଯାହା ମହାରାଷ୍ଟ୍ର ରାଜନୀତିରେ ବେଶ ଚର୍ଚ୍ଚା ସୃଷ୍ଟି କରିଥିଲା । ତେବେ ପରବର୍ତୀ ସମୟରେ ଏନସିପିର ବିଧାୟକମାନେ ଅଜିତଙ୍କ ସହ ନଯାଇ ଶରଦ ପାୱାରଙ୍କ ସହ ରହିବାକୁ ନିଷ୍ପତି ନେଇଥିଲେ । ଆସ୍ଥା ଭୋଟ ପାଇଁ ରାଜ୍ୟପାଳ ନଭେମ୍ବର ୩୦କୁ ଧାର୍ଯ୍ୟ କରିଥିଲେବି ଏହାକୁ ତିନି ଦଳ ଚ୍ୟାଲେଞ୍ଜ କରିଥିଲେ ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ରହ୍ମପୁର ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ବିରୋଧ , ଯାତାୟତ ବାଧାପ୍ରାପ୍ତ

ବ୍ରହ୍ମପୁର ବସଷ୍ଟାଣ୍ଡ ସ୍ଥାନାନ୍ତରଣକୁ ବିରୋଧ , ଯାତାୟତ ବାଧାପ୍ରାପ୍ତ

Read More...

ବିଭିନ୍ନ ଦାବୀନେଇ ଆଦିବାସୀଙ୍କ ଖପ୍ରାଖୋଲ ବ୍ଲକ ଘେରାଉ କଲେ

ବିଭିନ୍ନ ଦାବୀନେଇ ଆଦିବାସୀଙ୍କ ଖପ୍ରାଖୋଲ ବ୍ଲକ ଘେରାଉ କଲେ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: