ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର

November 29, 2019, ଅପରାଧ, ଗଞ୍ଜାମ, Kiran Behera
ଜଙ୍ଗଲରୁ ଗଳିତ ମୃତଦେହ ଉଦ୍ଧାର
Kiran Behera
[ Reporter,Digapahandi ]
Bhagyaprabha News Bureau
November 29, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ପୋଲିସ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ସାଢେ଼ ୧୧ ଟା ରେ ମହୁଡ଼ା ଚାଞ୍ଚଡା ପଲ୍ଲୀ ଗାଁ ନିକଟ ବୁରୁପଡା ଦୁର୍ଗମ ଜଙ୍ଗଲରୁ ଜଣେ ଯୁବକଙ୍କ ଗଳିତ ମୃତ ଦେହ ଉଦ୍ଧାର କରିଛନ୍ତି। ଯୁବକଙ୍କ ପରିଚୟ ମିଳି ପାରିନାହିଁ। ସେ ଜିନ୍ ପ୍ୟାଣ୍ଟ ଓ ଚେକ୍ ସାର୍ଟ ପିନ୍ଧିଛନ୍ତି। ଗତ ଗୁରୁବାର ମହୁଡ଼ା ସରପଞ୍ଚ ଙ୍କ ଠାରୁ ଏନେଇ ଖବର ପାଇଥିଲେ। ସକାଳେ ଥାନା ଏସ ଆଇ ବଳଭଦ୍ର ଗଣ୍ଡ ସଦଳବଳେ ଜଙ୍ଗଲରେ ପହଞ୍ଚି ବହୁସମୟ ଧରି ଖୋଜା ଖୋଜି କରିବା ପରେ ଗଛ ରେ ଝୁଲନ୍ତା ଅବସ୍ଥାରେ ମୃତଦେହଟିକୁ ପାଇଥିଲେ। ଏନେଇ ଥାନା ଅପମୃତ୍ୟୁ ମାମଲା ନଂ ୧୨/୧୯ ଅନୁଯାୟୀ ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠା ଯାଇଥିଲା। ପରେ ମୃତଦେହ ଟିକୁ ଦିଗପହଣ୍ଡି ଶ୍ମଶାନ ରେ ପୋତି ଦିଆଯାଇଥିବା ଜଣାପଡିଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ସବଡିଭିଜନାଲ ଲେଭଲ ଗ୍ରାମୀଣ ଡାକ ଜୀବନ ମେଳା ଅନୁଷ୍ଠିତ

ସବଡିଭିଜନାଲ ଲେଭଲ ଗ୍ରାମୀଣ ଡାକ ଜୀବନ ମେଳା ଅନୁଷ୍ଠିତ

Read More...

ଛଣମେରୀ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଅସୁସ୍ଥ

ଛଣମେରୀ ଆଦର୍ଶ ବିଦ୍ୟାଳୟ ଛାତ୍ରୀ ଅସୁସ୍ଥ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: