ବୋଲର ଅଟୋ ମୁହାଁମୁହିଁ ଧକ୍କା ୫ ଜଣ ଗୁରୁତର ୫ ଜଣ ଆହତ ହୋଇଛନ୍ତି ।

December 10, 2019, ଅପରାଧ, କନ୍ଧମାଳ, Bhagyaprabha News Bureau
ବୋଲର ଅଟୋ ମୁହାଁମୁହିଁ ଧକ୍କା  ୫ ଜଣ ଗୁରୁତର ୫ ଜଣ ଆହତ ହୋଇଛନ୍ତି ।
Bhagyaprabha News Bureau
December 10, 2019

କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବକ୍ଳ ବ୍ରାହ୍ମଣିଗାଁ ଥାନା ଅନ୍ତର୍ଗତ ବଙ୍ଗରଦୁଆ ଘାଟିରେ ଆଜି ସକାଳୁ ୮ ଘଣ୍ଟା ସମୟରେ ବୋଲର ଅଟୋ ମୁହାଁମୁହିଁ ଧକ୍କା ହେବା ସହ ୫ ଜଣ ଗୁରୁତର ହୋଇଥିବା ବେଳେ ୫ ଜଣ ଆହତ ହୋଇଛନ୍ତି । ବ୍ରାହ୍ମଣିଗାଁ ଠାରୁ ବାଲିଗୁଡା ଅଭିମୁଖେ ଯାଉଥିଲା ବୋଲର ଓ ଗଦାପୁର ଠାରୁ ବ୍ରାହ୍ମଣିଗାଁ ଆସୁଥଲା ଅଟୋ ମୁହାଁମୁହିଁ ଧକ୍କା ହେଲା ବଙ୍ଗରଦୁଆ ଘାଟିରେ । ବୋଲରେ ବସିଥିବା ଲୋକ ମାନଙ୍କୁ କିଛି ବି ହୋଇନାହି, କିନ୍ତୁ ଅଟୋରେ ବସି ଥିବା ଯାତ୍ରି ଗଣ ଗୁରୁତର ଆହତ ହୋଇଛନ୍ତି । ସେମାନଙ୍କୁ ସ୍ତାନୀୟ ଲୋକେ ବ୍ରାହ୍ମଣିଗାଁ ମେଡିକାଲକୁ ପ୍ରାଥମିକ ଚିକିତ୍ସା ପାଇଁ ଆଣିଥିଲେ । ତା ପରେ ଗୁରୁତର ବ୍ୟକ୍ତି ମାନଙ୍କୁ ବହ୍ନପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଯାଇଥିଲା ।ସେମାନେ ହେଲେ ଝିନ୍ଜରିଗୁଡା ପଞ୍ଚାୟତ ଗଡମା ଗ୍ରାମର ଆଇବ ମଲିକ, ଆହରଣ ମୁଠାମାଝି, ଅନନ୍ତ ମାଝୀ, ଆଉ କୁମ୍ଭାରିଗା ପଞ୍ଚାୟତର ଲାଣ୍ଡାଗୁଡି ଗ୍ରାମର ମାଧୁରି ବଳିଆର ସଂ, ଏବଂ ସରାମଳି ପଞ୍ଚାୟତ ର ମାର୍ଦିପଙ୍କା ଗ୍ରାମର ସୟେନ୍ଦ୍ରି ମାଝୀ, ଏମାନଙ୍କ ବହ୍ନପୁର ବଡ ମେଡିକାଲ କୁ ସ୍ଥାନାନ୍ତର କରାଗଲା । ଆହତ ମାନେ ହେଲେ ରେଣୁ ପ୍ରଧାନ, ନମିତା ପ୍ରଧାନ,ସୁବର୍ଣ୍ଣ କପାଟ ପାତ୍ର ପ୍ରାଥମିକ ଚିକିତ୍ସା ପରେ ନିଜ ଘରକୁ ଯାଇଥିଲେ




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

ଦିଗପହଣ୍ଡିରେ ବିଶ୍ୱ ମାନବ ଅଧିକାର ଦିବସ ପାଳିତ

Read More...

ଭିଜିଲାନ୍ସ ଜାଲରେ କେସିଙ୍ଗା ରେଞ୍ଜର

ଭିଜିଲାନ୍ସ ଜାଲରେ କେସିଙ୍ଗା ରେଞ୍ଜର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: