ରାଜ୍ୟସଭାରେ ପାରିତ ହୋଇପାରେ ଏନ୍ ଆର ସି ବିଲ୍

December 11, 2019, ଦେଶଦୁନିଆ, , BHAGYAPRABHA NEWS
ରାଜ୍ୟସଭାରେ ପାରିତ  ହୋଇପାରେ ଏନ୍ ଆର ସି ବିଲ୍
BHAGYAPRABHA NEWS
[ INPUT ]
Bhagyaprabha News Bureau
December 11, 2019

ଲୋକସଭା ପରେ ଆଜି ରାଜ୍ୟସଭାରେ ହେବ ନାଗରିକ ସଂଶୋଧନ ବିଲ। ଏଥିପାଇଁ ବିଜେପି ତାର ସମସ୍ତ ସଦସ୍ୟମାନଙ୍କୁ ହ୍ୟୁପ ଜରିକରି ସଂସଦରେ ରହିବା ବାଧ୍ୟତା ମୂଳକ କରିଛି । ରାଜ୍ୟ ସଭାରେ ମୋଟ ସଦସ୍ୟ ସଂଖ୍ୟା ୨୪୫ ଜଣ ସଦସ୍ୟ ଥିବାବେଳେ ସେଥିମଧ୍ୟରୁ ପାଞ୍ଚଟି ସ୍ଥାନ ଖାଲିଥିବାଛି ତେବେ ଏହି ବିଲ୍ କୁ ପାସ କରିବାକୁ ସରକାରଙ୍କୁ ୧୨୧ ଜଣ ସଦସ୍ୟଙ୍କ ସମର୍ଥନ ଆବଶ୍ୟକ।ଏନ୍ ଡି ଏ ପାଖରେ ଏବେ ୧୦୬ ଜଣ ସଦସ୍ୟ ଥିବାବେଳେ ୟୁପିଏ ପାଖରେ ୬୦ଜଣ ସଦସ୍ୟ ଆଛନ୍ତି।ଯେଉଁମାନଙ୍କୁ କି ମନେଇବା ପାଇଁ ଏବେ ବିଜେପି ଜୋରସୋରରେ ଲାଗିପଡିଛି। ସେମାନଙ୍କ ଭିତରେ ଏଆଇଡିଏମକେର ୧୧, ବିଜେଡିର ୭,ୟା ଇ ଏସ ଆର କଂଗ୍ରେସର ୨,ଟିଡିପିର ୨ ,ସିବିଶେନାର ୩ ଓ ଅନ୍ୟାନ୍ୟ ୬ ଜଣ ଲେଖାଏଁ ସଦସ୍ୟ ଯଦି ସେମାନଙ୍କର ସମର୍ଥନ ଜଣାଇଦିଅନ୍ତି ଏନ୍ ଆର ସି ବିଲ୍ ରାଜ୍ୟ ସଭାରେ ପାସ ହୋଇ ଯିବ। ଅନ୍ୟ ପକ୍ଷରେ ବିରୋଧୀ ମାନେ ମଧ୍ୟ ବିଲ୍ କୁ ଅଟକାଇବା ପାଇଁ ରଣନୀତି ପ୍ରସ୍ତୁତ କରିଥିବା କହିଛନ୍ତି। ସୁଚନାନୁସାରେ ଲୋକସଭାରେ ଏହି ବିଲ୍ ସପକ୍ଷରେ ୩୧୧ ଭୋଟ୍ ପଡିଥିବାବେଳେ ବିପକ୍ଷରେ ମାତ୍ର ୮୦ଟି ଭୋଟ୍ ପଡିଥିଲା । ବିରୋଧୀ ଧାରା ୧୪ର ଆଳ ଦେଖାଇ ନାଗରିକ ସଂଶୋଧନ ବିଲ ଅସମ୍ବିଧାନୀକ ବୋଲି ଯୁକ୍ତି ଦର୍ଶାଇଥିଲେ। କିନ୍ତୁ ଗୃହ ମନ୍ତ୍ରୀ ଅମିତ ଶାହା ଇନ୍ଦିରା ଗାନ୍ଧୀଙ୍କ ୧୯୭୧ ମସିହାର ବାଂଲାଦେଶ ଗଠନ ବେଳେ ଧାରା ୧୪ର ଉଦାହରଣ ଦେଇ ବିରୋଧୀଙ୍କୁ କଡା ଜବାବ ଦେଇଥିଲେ। । ଅନ୍ୟପଟେ ଲୋକସଭାରେ ବିଲକୁ ପାରିତ କରିଥିବା ଶିବସେନା ରାଜ୍ୟସଭାରେ ଏହି ବିଲକୁ ବିରୋଦଦ୍ଧ କରି ବିଜେପିର ଅଡୁଆ ବଢାଇପାରେ ବୋଲି ଅନୁମାନ କରାଯାଉଛି । ଦଳର ମୁଖ୍ୟ ଉଦ୍ଧବ ଠାକରେ କହିଛନ୍ତି, ଲୋକସଭାରେ ନାଗରିକତା ବିଲରେ କିଛି ସଂଶୋଧନ ଦାବି କରାଯାଇଛି । ଯାହାର ଉତର ଗୃହମନନ୍ତ୍ରୀ ଅମିତ ଶାହା ଦେଇ ନାହାନ୍ତି । ତେଣୁ ରାଜ୍ୟସଭାରେ ବିସ୍ତୃତ ଆଲୋଚନା ନ ହେଲେ ଦଳ ସମର୍ଥନ ଦେବ ନାହିଁ ବୋଲି ଉଦ୍ଧବ ଠାକରେ କହିଛନ୍ତି । ତେଣୁ ଶିବସେନା ଓ ଜେଡିୟୁ ଯଦି ବିଲକୁ ସମର୍ଥନ ନକଲେ ଏନଡିଏ ଅଡୁଆ ବଢିବା ସମ୍ଭାବନା ରହିଛି ।








Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସିରିଜ ହାତେଇବା ଲକ୍ଷ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ

ସିରିଜ ହାତେଇବା ଲକ୍ଷ୍ୟରେ ଭାରତ ଓ ୱେଷ୍ଟଇଣ୍ଡିଜ

Read More...

ଆସନ୍ତା ୨୪ରୁ ଗୋପାଳପୁର ବେଳାଭୂମୀ ମଦୋତ୍ସବ

ଆସନ୍ତା ୨୪ରୁ ଗୋପାଳପୁର ବେଳାଭୂମୀ ମଦୋତ୍ସବ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: