ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣୀ

December 17, 2019, ଦେଶଦୁନିଆ, , BHAGYAPRABHA NEWS
ଆଜି ସୁପ୍ରିମକୋର୍ଟରେ ନିର୍ଭୟା ମାମଲାର ଶୁଣାଣୀ
BHAGYAPRABHA NEWS
[ INPUT ]
Bhagyaprabha News Bureau
December 17, 2019

ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ସୁପ୍ରିମକୋର୍ଟରେ ମଙ୍ଗଳବାର ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହେବ। ଆଜି ଦୋଷୀ ଅକ୍ଷୟ ସିଂହର ମୃତ୍ୟୁଦଣ୍ଡର ପୁନର୍ବିଚାର ଆବେଦନ ଉପରେ ରାୟ ଶୁଣାଇବେ ସୁପ୍ରିମକୋର୍ଟ । ସିଜେଆଇ ଏସମ ବୋବଡେ, ଜଷ୍ଟିସ ଆର ଭାନୁମତି ଏବଂ ଜଷ୍ଟିସ ଅଶୋକ ଭୂଷଣଙ୍କ ଖଣ୍ଡପିଠ ଏହି ଆବେଦନରେ ଚୂଡ଼ାନ୍ତ ଶୁଣାଣି କରିବେ।ମୃତ୍ୟୁଦଣ୍ଡର ପୁନର୍ବିଚାର ପାଇଁ ଦୋଷୀ ଅକ୍ଷୟ ସିଂହ, ସୁପ୍ରିମକୋର୍ଟରେ ଆବେଦନ କରିଥିଲା । ଯଦି ପୁନର୍ବିଚାର ଆବେଦନକୁ ଖାରଜ କରିଦିଆଯାଏ, ତେବେ ନିର୍ଭୟା ମାମଲାରେ ଅପରାଧୀ ମାନଙ୍କର ମୃତ୍ୟୁଦଣ୍ଡ ପାଇବାର ପଥ ପରିଷ୍କାର ହୋଇଯିବ । ସେପଟେ ବଢୁଥିବା ପ୍ରଦୂଷଣ କାରଣରୁ ଆୟୁ କମି ଯାଉଥିବାରୁ ମୃତ୍ୟୁଦଣ୍ଡର ଆବଶ୍ୟକତା ନଥିବା କହି ନିଷ୍ପତ୍ତିର ପୁନର୍ବିଚାର ପାଇଁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ଏହାସହ ଅକ୍ଷୟ ନିଜ ଆବେଦନରେ କହିଛି ଯେ ମୃତ୍ୟୁଦଣ୍ଡ ଅପରାଧୀକୁ ମାରିବ ଅପରାଧକୁ ନୁହେଁ । ଏଣୁ ମୃତ୍ୟୁଦଣ୍ଡର ପୁନର୍ବିଚାର ସହ ସଂସ୍କାର ଆଣିବା ପାଇଁ ସୁଯୋଗ ଦେବା ଉଦ୍ଦେଶ୍ୟରେ ମୃତ୍ୟୁଦଣ୍ଡକୁ କୋହଳ କରିବାକୁ ଆବେଦନ କରିଛନ୍ତି ଅକ୍ଷୟଙ୍କ ଓକିଲ । ପୂର୍ବରୁ ଅନ୍ୟ ତିନି ଅଭିଯୁକ୍ତ ମୁକେଶ, ପବନ ଗୁପ୍ତା ଓ ବିନୟ ଶର୍ମା ସୁପ୍ରିମକୋର୍ଟରେ ଦାୟର କରିଥିବା ପୁନର୍ବିଚାର ଆବେଦନ ଖାରଜ ହୋଇସାରିଛି । ଏଣୁ ଆଜି ଅକ୍ଷୟର ପୁନର୍ବିଚାର ଆବେଦନ ଖାରଜ ହେଲେ ଫାଶୀ ପ୍ରକ୍ରିୟା ଆଗକୁ ବଢିବାର ସମ୍ଭାବନା ରହିଛି । କାରଣ ଦିଲ୍ଲୀ କୋର୍ଟରେ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟାକାଣ୍ଡ, ଅପରାଧୀ ମାନଙ୍କୁ ତୁରନ୍ତ ମୃତ୍ୟୁର ପରୱାନା ବା ଡେଥ ୱାରେଣ୍ଟ ଜାରି କରିବାକୁ ଆବେଦନ ହୋଇଛି । ଭିଡିଓ କନଫରେନ୍ସିଂ ଜରିଆରେ ମାମଲାର ଶୁଣାଣି ବି ଆରମ୍ଭ ହୋଇଥିଲା । ହେଲେ ସୁପ୍ରିମକୋର୍ଟରେ ପୁନର୍ବିଚାର ଆବେଦନ ଥିବାରୁ ଆଜିକୁ ଅପେକ୍ଷା କରିବା ପାଇଁ କହିଥିଲେ, ଦିଲ୍ଲୀ କୋର୍ଟ । ତେଣୁ ଆଜି ସୁପ୍ରିମକୋର୍ଟ ରାୟ ଆସିବା ପରେ ଆସନ୍ତାକାଲି ଅପରାଧୀଙ୍କୁ ମୃତ୍ୟୁର ପରୱାନା ଜାରି କରିବା ନେଇ ନିଷ୍ପତ୍ତି ନେଇପାରନ୍ତି ଦିଲ୍ଲୀ କୋର୍ଟ । ଅନ୍ୟପଟେ ପୂର୍ବରୁ ଅପରାଧୀ ବିନୟ ଶର୍ମାର ରାଜକ୍ଷମା ଆବେଦନକୁ ଖାରଜ କରିବା ପାଇଁ ଗୃହ ମନ୍ତ୍ରାଳୟ, ରାଷ୍ଟ୍ରପତିଙ୍କୁ ସୁପାରିଶ କରିସାରିଛି । ତେଣୁ ଦୋଷୀମାନଙ୍କୁ ଖୁବ୍ ଶୀଘ୍ର ଫାଶି ଖୁଣ୍ଟରେ ଝୁଲାଇ ଦିଆଯାଇପାରେ ବୋଲି କୁହାଯାଉଛି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଆଜି ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

Read More...

ଗୌତମୀରେ ଧାନମଣ୍ଡି ଉଦଘାଟିତ

ଗୌତମୀରେ ଧାନମଣ୍ଡି ଉଦଘାଟିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: