ପହିଲି ଭୋଗ ପ୍ରସାଦ ସେବନ କଲେ ବାଚସ୍ପତି ଓ ବ୍ରହ୍ମପୁର ସାଂସଦ

December 26, 2019, ଓଡ଼ିଶା, ଗଞ୍ଜାମ, Kiran Behera
ପହିଲି ଭୋଗ ପ୍ରସାଦ ସେବନ କଲେ ବାଚସ୍ପତି ଓ ବ୍ରହ୍ମପୁର ସାଂସଦ
Kiran Behera
[ Reporter,Digapahandi ]
Bhagyaprabha News Bureau
December 26, 2019

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଳକ ଅନ୍ତର୍ଗତ ଖମ୍ୱାରିଗାଁର ପ୍ରସିଦ୍ଧ ଶୈବପୀଠ ଉଜ୍ଜଳେଶ୍ୱର ମନ୍ଦିରରେ ଆୟୋଜିତ ହୋଇଥିବା ପହିଲି ଭୋଗ କାର୍ଯ୍ୟକ୍ରମରେ ଓଡିଶା ବିଧାନସଭା ବାଚସ୍ପତି ତଥା ସ୍ଥାନୀୟ ବିଧାୟକ ଡ. ସୂର୍ଯ୍ୟ ନାରାୟଣ ପାତ୍ର ଓ ବ୍ରହ୍ମପୁର ସାଂସଦ ଚନ୍ଦ୍ର ଶେଖର ସାହୁ ଯୋଗଦେଇ ପ୍ରସାଦ ସେବନ କରି ଫେରିଥିବା ଜଣାପଡିଛି । ମନ୍ଦିର ପରିଚାଳନା କମିଟିର ଅନୁରୋଧ କ୍ରମେ ଶ୍ରୀ ପାତ୍ର ଓ ସାହୁ ସେଠାରେ ପହଞ୍ଚିବା ପରେ ଗ୍ରାମବାସୀ ଓ ମନ୍ଦିର କମିଟି ସଦସ୍ୟମାନେ ଉଭୟଙ୍କୁ ସମ୍ୱର୍ଦ୍ଧିତ କରିବା ସହ ପାଛୋଟି ନେଇ ରାମ ଓ ହନୁମାନ ମନ୍ଦିର ପରିଦର୍ଶନ କରାଇଥିଲେ । ବିଭିନ୍ନ ଦେବାଦେବୀଙ୍କ ଦର୍ଶନ ପରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ପହିଲି ଭୋଗ ସେବନ କରିଥିଲେ । ଏହି ଅବସରରେ ଉପସ୍ଥିତ ଥିବା ବିଭିନ୍ନ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିଗଣ ନିଜ ନିଜ ଅଞ୍ଚଳର ସମସ୍ୟା ସମ୍ପର୍କରେ ଆଲୋଚନା କରିଥିଲେ । ବାଚସ୍ପତିଙ୍କ ଏହି ଗସ୍ତ ସମୟରେ ମନ୍ଦିର ପରିଚାଳନା କମିଟି ସଭାପତି ବିଜୟ କୁମାର ପାଣିଗ୍ରାହୀ , ସଂପାଦକ ରାଜେନ୍ଦ୍ର ପ୍ରସାଦ ପାଠୀ , ସ୍ଥାନୀୟ ବ୍ଳକ ଅଧ୍ୟକ୍ଷ ବିପିନ ଚନ୍ଦ୍ର ପ୍ରଧାନ , ସରପଞ୍ଚ ସଂଘ ସଭାପତି କେ . ହରିବନ୍ଧୁ ରେଡ୍ଡୀ , ବ୍ଳକ ସଭାପତି ଉଦୟନାଥ ସ୍ୱାଇଁ , ନଗର ସଭାପତି ପ୍ରମୋଦ କୁମାର ପାଣିଗ୍ରାହୀ , ଭି . ରବିନାରାୟଣ ରାଜୁ , ସରପଞ୍ଚ ବିଭୂତି ଭୂଷଣ ମହାପାତ୍ର , ବି . କ୍ରିଷ୍ଣାରାଓ ସୁବୁଦ୍ଧି , ହୃଦୟ ରଞ୍ଜନ ମେକାପ , ରଞ୍ଜନ କୁମାର ପାଣିଗ୍ରାହୀ , ଭୀମସେନ ସାହୁ , ମନୋଜ କୁମାର ସାହୁ ,ଚିତ୍ରସେନ ଗୌଡ , ଭଗବାନ ବାଡତ୍ୟା ,ରାଧାକାନ୍ତ ମହାଙ୍କୁଡ , ପିତାମ୍ୱର ଗୌଡ ପ୍ରମୁଖ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦିଗପହଣ୍ଡିରେ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ

ଦିଗପହଣ୍ଡିରେ ବିଜେଡିର ୨୩ ତମ ପ୍ରତିଷ୍ଠା ଦିବସ ପାଳିତ

Read More...

ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ବୈଠକ

ଦିଗପହଣ୍ଡି ବ୍ଳକ ଠିକାଦାର ସଂଘର ବୈଠକ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: