ହାଡ଼ଭଙ୍ଗା ଶୀତରେ ଥରୁଛି ଦିଗପହଣ୍ଡି ସହର ଓ ଗ୍ରାମାଞ୍ଚଳ

December 30, 2019, ଓଡ଼ିଶା, ଗଞ୍ଜାମ, Kiran Behera
ହାଡ଼ଭଙ୍ଗା ଶୀତରେ ଥରୁଛି ଦିଗପହଣ୍ଡି ସହର ଓ ଗ୍ରାମାଞ୍ଚଳ
Kiran Behera
[ Reporter,Digapahandi ]
Bhagyaprabha News Bureau
December 30, 2019

ସାରା ଓଡ଼ିଶା ଏବେ ଜାଡ଼ରେ ଥରୁଥିବା ବେଳେ ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମାଞ୍ଚଳ ଓ ପାହାଡିଆ ନିକଟବର୍ତ୍ତୀ ଗ୍ରାମରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଥିବା ପରିଲକ୍ଷିତ ହୋଇଛି । ବିଭିନ୍ନ ସ୍ଥାନରେ ଗତ ଦୁଇ ଦିନ ହେଲା ତୁଷାରପାତ ଲାଗିରହିଛି। ରାତିରେ ଥଣ୍ଡାର ପ୍ରକୋପ ଏତେ ଅଧିକ ରହୁଛି ଯେ ଲୋକ ଘରୁ ବାହାରିବାକୁ ଡରୁଛନ୍ତି। ଓଡ଼ିଶାରେ ଲୋକ କାଶ୍ମୀର ଭଳି ଥଣ୍ଡା ଅନୁଭବ କରୁଛନ୍ତି। ଏପରିକି ଦିଗପହଣ୍ଡି ନିକଟରେ ରହିଥିବା କେରାଣ୍ଡିମାଳ ପର୍ବତ ପାର୍ଶ୍ଵରେ ରହିଥିବା ବଡଡୁମ୍ବୁଳା , ଝରିପଦର , ବି. ତୁରୁବୁଡି ପ୍ରମୁଖ ଭଳି ଅନେକ ସ୍ଥାନରେ ଅସମ୍ଭାଳ ଶୀତ ଅନୁଭୂତ ହେଉଥିବା ଜଣାପଡିଛି । ପାରଦର ତାପମାତ୍ରା ହଠାତ୍ କମିଯିବା ଫଳରେ ଶୀତର ପ୍ରକୋପ ବଢିବାରେ ଲାଗିଛି । ଯାହାଫଳରେ ଦିନବେଳେ ପ୍ରବଳ ଥଣ୍ଡା ପବନ ବହିବା ସହ ସନ୍ଧ୍ୟାରେ ଜାଡ ପଡୁଥିବା ଦେଖାଯାଇଛି ଏବଂ ଜନଜୀବନ ଅସ୍ତବ୍ୟସ୍ତ ହୋଇଯାଇଛି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମୋଦିଙ୍କ କ୍ୟାମ୍ପେନ ଆରମ୍ଭ

ମୋଦିଙ୍କ କ୍ୟାମ୍ପେନ ଆରମ୍ଭ

Read More...

ଘୋଡାହଡ ନଦୀଗଣ୍ଡରେ ବୁଡି ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ

ଘୋଡାହଡ ନଦୀଗଣ୍ଡରେ ବୁଡି ଭିନ୍ନକ୍ଷମ ମହିଳାଙ୍କ ମୃତ୍ୟୁ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: