ଆରମ୍ଭ ହେଲା ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା

December 31, 2019, ଓଡ଼ିଶା, ବଲାଙ୍ଗୀର, Gupteswar Prusty
 ଆରମ୍ଭ ହେଲା ବଲାଙ୍ଗୀରର ପ୍ରସିଦ୍ଧ ଶୁଲିଆ ଯାତ୍ରା
Gupteswar Prusty
[ Reporter-balangir ]
Bhagyaprabha News Bureau
December 31, 2019

ବଲାଙ୍ଗୀର ଜିଲ୍ଲା ମହୋତ୍ସବ ପାଇଁ ଦୁଲୁକିଲା ଶୁଲିଆ ପୀଠ । ପ୍ରଥମ ଥର ପାଇଁ ଆଦିବାସୀ କଳା, ସଂସ୍କୃତିକୁ ବଜାୟ ରଖିବାକୁ ଆରମ୍ଭ ହୋଇଛି ଶୁଲିଆ ମହୋତ୍ସବ । ଶହ ଶହ ପଶୁ, ପକ୍ଷୀଙ୍କ ବଳିରେ ସାନଖଳା ଓ ବଡଖଳା ରକ୍ତ ରଞ୍ଜିତ ହେବ ଯାହାକୁ ନେଇ ବାଜୁଛି ପାରମ୍ପାରିକ ଢୋଲ ତାସା ନିଶାନ । ହାତରେ ରହିଛି ପାରମ୍ପାରିକ ଅସ୍ତ୍ର ସସ୍ତ୍ର। ଝୁଲି ଝୁଲି ନାଚି ନାଚି ବେଶ ଉତ୍ସାହର ସହ ନିଜ କଳା ଦେଖାଉଛନ୍ତି ଆଦିବାସୀ ସମ୍ପ୍ରଦାୟ ଲୋକ।


1577782097.jpg


ଚଳିତ ଥର ପ୍ରଥମ ଥର କରି ଆରମ୍ଭ ହୋଇଛି ଶୁଲିଆ ମହୋତ୍ସବ। ପ୍ରଥମ ସନ୍ଧ୍ୟାରେ ପାରମ୍ପାରିକ ନୃତ୍ୟ ଗୀତ ସହ ଜମିଥିଲା ରାବଣ ଦରବାର । ବଲାଙ୍ଗୀର ଏବଂ ସୂବର୍ଣ୍ଣପୁର ଜିଲ୍ଲାର ନାମିଦାମି କଳାକାର ସେମାନଙ୍କ କ ଳା ପ୍ରଦର୍ଶନ କରିଥିଲେ ।ପରେ ପରେ ସୁବର୍ଣ୍ଣ ପୁରର ବିଶିଷ୍ଟ ଗୀତିକାର ଶାସ୍ବତ ତ୍ରିପାଠିଙ୍କ ରଙ୍ଗବତୀ ଗୀତରେ ଝୁମିଥିଲେ ଦର୍ଶକ। ହାଡଭଙ୍ଗା ଶୀତରେ ମହେ।ତ୍ସବକୁ ସମସ୍ତେ ମନ ଭରି ଉପଭେ।ଗ କରିଥିଲେ ।


1577782114.jpg


ସେପଟେ ହଜାର ହଜାର ବର୍ଷର ପରମ୍ପରା ଶୂଲିଆ ଯାତ୍ରା ପାଇଁ ଶେଷ ହେ।ଇଛି ପ୍ରସ୍ତୁତି । ରାତି ପାହିଲେ ପଶୁ,ପକ୍ଷୀଙ୍କ ବଳିରେ ରକ୍ତ ରଞ୍ଜିତ ହେବ ଶୁଲିଆ ପୀଠ ଆସନ୍ତା କାଲି ସକାଳ ୮ ଟାରେ ପୂଜା ଆରମ୍ଭ ହେବା ପରେ ପ୍ରଥମେ ଗୋଟିଏ ଧଳା କୁକୁଡା ଓ ପରେ ଗୋଟିଏ ଧଳା ଛେଳି ବଳି ପଡିବା ପରେ ଆରମ୍ଭ ହେବ ବଳି ପ୍ରଥା ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ମା'ତାରିଣୀଙ୍କ ପୀଠ ପରିଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

ମା'ତାରିଣୀଙ୍କ ପୀଠ ପରିଦର୍ଶନ କଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

Read More...

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

ଭିଜିଲାନ୍ସ ଜାଲରେ ମୁଖ୍ୟ କିରାଣୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: