୨୪ ତମ ଜିଲ୍ଲାସ୍ତରୀୟ ନିରାକାରୀ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ

January 01, 2020, ଓଡ଼ିଶା, ଗଞ୍ଜାମ, Kiran Behera
୨୪ ତମ ଜିଲ୍ଲାସ୍ତରୀୟ ନିରାକାରୀ ସତସଙ୍ଗ କାର୍ଯ୍ୟକ୍ରମ ଆୟୋଜିତ
Kiran Behera
[ Reporter,Digapahandi ]
Bhagyaprabha News Bureau
January 01, 2020

ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚାଙ୍ଗୁଡିଦେବୀ ପାହାଡ ନିକଟରେ ସନ୍ଥ ନିରାକାରୀ ମିଶନ ପକ୍ଷରୁ ୨୪ ତମ ଜିଲ୍ଲାସ୍ତରୀୟ ନିରାକାରୀ ସତସଙ୍ଗ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମିଶନ କମିଟିର ଆବାହକ ଏନ୍ . ରଘୁନାଥଙ୍କ ସଂଯୋଜନାରେ ଆୟୋଜିତ ସତସଙ୍ଗ କାର୍ଯ୍ୟକ୍ରମରେ ସୁଦୂର ଦିଲ୍ଲୀରୁ ଆସିଥିବା କେନ୍ଦ୍ରୀୟ ପ୍ରଚାରକ ସନ୍ଥଶ୍ରୀ ଗଜେନ୍ଦ୍ର କୁମାର ଦ୍ବିବେଦୀ ଗୁରୁ ଆସନ ଗ୍ରହଣ କରିବା ପରେ ମାନବ ସେବା ହିଁ ଈଶ୍ୱର ସେବା ବୋଲି କହିଥିଲେ । ଏହି ଅବସରରେ ସମାଜରେ ମନୁଷ୍ୟ ସୁଖଶାନ୍ତିର ଉପାଦାନ ମନେ କରି ମନୁଷ୍ୟ ବିପୁଳ ଧନସମ୍ପଦର ଅଧିକାରୀ ହୋଇବା ପରେ ଲାଳସା କରିଥାନ୍ତି । ଏହାକୁ ପରିତ୍ୟାଗ ନକଲେ ପରମାନନ୍ଦ ପ୍ରାପ୍ତ କରିବା ପରିବର୍ତ୍ତେ ମାୟାଜାଲରେ ଛନ୍ଦି ହୋଇ ଦୁଃଖକୁ ଆଦରିଥାନ୍ତି । ଜାତି , ଧର୍ମ ଓ ସମ୍ପ୍ରଦାୟ ନିର୍ବିଶେଷରେ ସମସ୍ତେ ଭାତୃଭାବ ପ୍ରତିଷ୍ଠା ପାଇଁ ଅହିଂସା , ସତ୍ୟ, ପ୍ରେମ ଓ ଆଧ୍ୟାତ୍ମିକ ଚେତନା ଭଳି ଆଦର୍ଶ ମାର୍ଗରେ ପରିଚାଳିତ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଥିଲେ। ବ୍ରହ୍ମତତ୍ତ୍ବ ଦର୍ଶନ କରି ମାନବ ଏକତ୍ବ ଓ ପ୍ରେମ ପ୍ରତିଷ୍ଠା ପାଇଁ ଆଲୋଚନା କରିଥିଲେ । ଏହି ମିଶନରେ ସ୍ଥାନୀୟ ତହସିଲଦାର ଅଦୈତ୍ୟ କୁମାର ସ୍ବାଇଁ , କମିଟି ସଭାପତି ଆର୍. ଧନୁଜୀ , ସଂପାଦକ ଡି. ସନାତନ ଦୋରା , କୋଷାଧ୍ୟକ୍ଷ ଆର୍ . ଭଗବାନ ଯୋଗ ଦେଇଥିଲେ । ଏଥିସହ ଡି. ଆଦିକନ୍ଦ , କୈଳାସ ରେଡ୍ଡୀ , ଡମ୍ବରୁ ସେଠୀ , ସିମାଞ୍ଚଳ ରାଉଳ , ବିଜୟ ରେଡ୍ଡୀ , ଏମ୍ . ପ୍ରକାଶ , ଟି. ହରିଶ୍ଚନ୍ଦ୍ର , ଟି . ନାଗେଶ୍ଵର , ଆର୍ . ଦୀନବନ୍ଧୁ , ତ୍ରିଲୋଚନ ସାହୁ , ବିନୋଦ ସାହୁ , ଡି. ନରସିଂହ , ଭାସ୍କର ରେଡ୍ଡୀ ପ୍ରମୁଖ ସହ ସେବାଦଳ ଭାଇଭଉଣୀ ଓ ବିଭିନ୍ନ ଶାଖାର ସଭ୍ୟ ପରିଚାଳନା କରିବାରେ ସହାୟତା ପ୍ରଦାନ କରିଥିଲେ । ଏଥିରେ ୧୦ ହଜାରରୁ ଉର୍ଦ୍ଧ୍ବ ସନ୍ଥ ଯୋଗ ଦେଇଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରକ୍ତଦାନ ଶିବିରରେ ଅତିଥି ପାଲଟିଲେ ରକ୍ତଦାତା

ରକ୍ତଦାନ ଶିବିରରେ ଅତିଥି ପାଲଟିଲେ ରକ୍ତଦାତା

Read More...

ଆହତ ଛାତ୍ରୀଙ୍କ ପରିବାରକୁ ଗୁରୁ କଲ୍ୟାଣ ପାଣ୍ଠିରୁ ସହାୟତା

ଆହତ ଛାତ୍ରୀଙ୍କ ପରିବାରକୁ ଗୁରୁ କଲ୍ୟାଣ ପାଣ୍ଠିରୁ ସହାୟତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: