ଛତ୍ରପୁରରେ ଲୋକକଳା ଓ ଆଧୁନିକ କଳା ଉତ୍ସବ ଅନୁଷ୍ଠିତ

January 03, 2020, ମନୋରଞ୍ଜନ, ଗଞ୍ଜାମ, Swadhina Kumar Sahu
ଛତ୍ରପୁରରେ ଲୋକକଳା ଓ ଆଧୁନିକ କଳା ଉତ୍ସବ ଅନୁଷ୍ଠିତ
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 03, 2020

ଗଞ୍ଜାମ ଜିଲ୍ଲା ଛତ୍ରପୁର ସଂସ୍କୃତି ଭବନ ପରିସରରେ ସ୍ଥାନୀୟ ସମୀର ଫୀଉଜନ୍‌ ରଣପ୍ପା ଡ୍ୟାନ୍ସ ଗୃପ ପକ୍ଷରୁ ଲୋକକଳା ଓ ଆଧୁନିକ କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବ୍ଲକ ଅଧକ୍ଷ ଅତିଥି ରୂପେ ଯୋଗ ଦେଇ ଏହାକୁ ଉଦଘାଟନ କରିଥିଲେ । ରଣପ୍ପା ନୃତ୍ୟ ଗଞ୍ଜାମ ଜିଲ୍ଲାର ପ୍ରଶିଦ୍ଧ ନୃତ୍ୟ କଲା ହୋଇଥିବା ବେଳେ ଅନୁଷ୍ଠାନର କଳାକାର ମାନଙ୍କ ଦ୍ୱାରା ଆଧୂନିକ ଗିତର ତାଳେ ତାଳେ ରଣପ୍ପା ଢାଞ୍ଚାରେ ନୃତ୍ୟ ପରିବେଷଣ କରି ଉପସ୍ଥିତ ଦର୍ଶକଙ୍କ ମନମୋହିତ କରିଥିଲେ । ଏଥି ସହିତ ଢେଙ୍କାନାଳ ଜିଲ୍ଲାରୁ ଆସିଥିବା କୁନି କଳାକାର ଆଶୁତୋଷ ସାମଳଙ୍କ ଦ୍ୱାରା ପରିବେଷିତ ପାଇକ ନୃତ୍ୟ ଲୋକଙ୍କୁ ଆକୃଷ୍ଟ କରିଥିବା ବେଳେ ଏହି ଡ୍ୟାନ୍ସ ଗୃପ ପୂର୍ବରୁ ବିଭିନ୍ନ ରିୟାଲିଟି ଶୋ ମଧ୍ୟ ଅଂଶଗ୍ରହଣ କରି ନିଜର ପ୍ରତିଭା ପଦର୍ଶନ କରିଛି । ଏହି ଉତ୍ସବରେ ଛତ୍ରପୁର ସହରର ବିଭିନ୍ନ ଅନୁଷ୍ଠାନର କଳାକାରମାନେ ଅଂଶଗ୍ରହଣ କରିଥିବା ବେଳେ ସମୀର ଫୀଉଜନ୍‌ ରଣପ୍ପା ଡ୍ୟାନ୍ସ ଗୃପର ସମସ୍ତ ସଦସ୍ୟ ଏଥିରେ ସହଯୋଗ କରିଥିଲେ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିପିୟୁଟି ଛାତ୍ରଙ୍କ ଦ୍ୱାରା ଶିକ୍ଷାବିତ ଶାଇଦତ୍ତା ନନ୍ଦ ସମ୍ୱର୍ଦ୍ଧିତ

ବିପିୟୁଟି ଛାତ୍ରଙ୍କ ଦ୍ୱାରା ଶିକ୍ଷାବିତ ଶାଇଦତ୍ତା ନନ୍ଦ ସମ୍ୱର୍ଦ୍ଧିତ

Read More...

ଆଦର୍ଶ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

ଆଦର୍ଶ ବିଦ୍ୟାଳୟରେ ନୂତନ ଅଧ୍ୟକ୍ଷଙ୍କ ଦାୟିତ୍ୱ ଗ୍ରହଣ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: