ଜରୁରୀକାଳୀନ ନମ୍ୱର ୧୧୨ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ

February 19, 2019, ଦେଶଦୁନିଆ, , Bhagyaprabha News Bureau
ଜରୁରୀକାଳୀନ ନମ୍ୱର ୧୧୨ର ଶୁଭାରମ୍ଭ କଲେ କେନ୍ଦ୍ର ଗୃହ ମନ୍ତ୍ରୀ
Bhagyaprabha News Bureau
February 19, 2019

ଆଜିଠାରୁ ଆରମ୍ଭ ହେଲା ମହିଳାଙ୍କ ସୁରକ୍ଷା ପାଇଁ ଏକକ ଜରୁରୀ ନମ୍ୱର । ଜନସାଧାରଣଙ୍କୁ ସଙ୍ଗେସଙ୍ଗେ ସେବା ଯୋଗାଇଦେବା ପାଇଁ ଏହି ବ୍ୟବସ୍ଥା ହୋଇଛି । ବିଶେଷ କରି ମହିଳାଙ୍କ ସୁରକ୍ଷା ନିମନ୍ତେ କେନ୍ଦ୍ର ସରକାର ଏହିଭଳି ବଡ ପଦକ୍ଷେପ ନେଇଛନ୍ତି । ଗୃହମନ୍ତ୍ରୀ ରାଜନାଥ ସିଂ ଆଜି ମହିଳାଙ୍କ ସୁରକ୍ଷା ସହ ଜଡିତ ବିଭିନ୍ନ ଯୋଜନାକୁ ଉଦଘାଟନ କରିବେ । ଏଥିରେ ୧୬ଟି ରାଜ୍ୟର ଏମରଜେନ୍ସି ରେସପନ୍ସ ସିଷ୍ଟମ, ଇନଭେଷ୍ଟିଗେସନ ଟ୍ରାକିଂ ସିଷ୍ଟମ ଏବଂ ସେକ୍ସୁଆଲ ଅଫେନ୍ସ ସମ୍ବନ୍ଧିୟ ଏକ ପୋର୍ଟାଲ ସାମିଲ ରହିଛି ।ଗୃହ ମନ୍ତ୍ରଣାଳୟର ସୂଚନାନୁସାରେ ୧୬ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳରେ ଆରମ୍ଭ ହେବ । ଏହି ରାଜ୍ୟ ମଧ୍ୟରେ ଆନ୍ଧ୍ରପ୍ରଦେଶ, ଉତରାଖଣ୍ଡ, ଆଣ୍ଡାମାନ, ଦାଦ୍ରାନଗର ହାବେଳୀ, ଡାମନ ଏବଂ ଡିଉ, ପଂଜାବ, କେରଳ, ମଧ୍ୟପ୍ରଦେଶ, ରାଜସ୍ଥାନ, ଉତରପ୍ରଦେଶ, ତେଲେଙ୍ଗାନା, ତାମିଲନାଡୁ, ଗୁଜୁରାଜ, ପଣ୍ଡିଚେରୀ, ଲାକ୍ଷାଦ୍ୱୀପ ଏବଂ ଜମ୍ମୁ-କାଶ୍ମୀର ସାମିଲ ଅଛି । ଜରୁରୀକାଳୀନ ସେବା ପାଇଁ କେହି ବି ମୋବାଇଲରୁ ୧୧୨ ନମ୍ବର ଡାଏଲ କରିପାରିବେ । ଯଦି ସ୍ମାର୍ଟପୋନରେ ଏହି ନମ୍ବର ଡାଏଲ କରୁଛନ୍ତି ତେବେ ପାୱାର ବଟନକୁ କିଛି ସମୟ ପାଇଁ ବଦାଇକି ରଖିବାକୁ ହେବ । ସାଧାରଣ ଫୋନ ହୋଇଥିଲେ ୫ କିମ୍ବା ୯କୁ କ୍ଲିକ କରି ରଖିବାକୁ ହେବ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଶ୍ମୀରରେ ଅନୁପ୍ରବେଶ ଉପରେ ରୋକ ଲଗାଇବ ସେନା

କାଶ୍ମୀରରେ ଅନୁପ୍ରବେଶ ଉପରେ ରୋକ ଲଗାଇବ ସେନା

Read More...

ମାଟ୍ରିକ୍ ପରୀକ୍ଷାର ସମୀକ୍ଷା ବୈଠକ ଅନୁଷ୍ଠିତ

ମାଟ୍ରିକ୍ ପରୀକ୍ଷାର ସମୀକ୍ଷା ବୈଠକ ଅନୁଷ୍ଠିତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: