ଆଜିଠାରୁ ଲାଗୁହେଲା ନାଗରିକତା ସଂଶୋଧନ ଆଇନ

January 11, 2020, ଦେଶଦୁନିଆ, , BHAGYAPRABHA NEWS
ଆଜିଠାରୁ ଲାଗୁହେଲା ନାଗରିକତା ସଂଶୋଧନ ଆଇନ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 11, 2020

ଆଜିଠାରୁ ସମଗ୍ର ଦେଶରେ ଲାଗୁହେଲା ନାଗରିକତା ସଂଶୋଧନ ଆଇନ । ଏ ସମ୍ପର୍କରେ କେନ୍ଦ୍ର ସରକାର ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଅନେକ ସ୍ଥାନରେ ହିଂସା ଯୋଗୁଁ ଜଟିଳ ସମସ୍ୟା ଉପୁଜିଛି। ଏହାକୁ ଚ୍ୟାଲେଂଜ କରି ସୁପ୍ରିମ୍ କୋର୍ଟରେ ମଧ୍ୟ ଏକାଧିକ ମାମଲା ରୁଜୁ ହୋଇଛି। ତେବେ ନାଗରିକତା ସଂଶୋଧନ ଆଇନ ଦେଶ ହିତରେ ଏକ ବଡ଼ ପଦକ୍ଷେପ ବୋଲି ସରକାର ଦର୍ଶାଇବା ସହ ଏହା ଲାଗୁ କରିବା ପାଇଁ ପ୍ରତିବଦ୍ଧତା ଦେଖାଇଥିଲେ। ଆଜି ଏ ବାବଦ ବିଜ୍ଞପ୍ତି ଜାରି ହେବା ସହିତ ୧୦ ଜାନୁଆରୀ ୨୦୨୦ରୁ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁ ହୋଇଛି।ନାଗରିକତା ଅଧିନିୟମ, ୧୯୫୫ରେ ପରିବର୍ତ୍ତନ ଆଣି କେନ୍ଦ୍ର ସରକାର ନାଗରିକତା ସଂଶୋଧନ ବିଲ୍ ସଂସଦରେ ଉପସ୍ଥାପନ କରିଥିଲେ। ଏହି ବିଲ୍ ସଂସଦରେ ଗୃହୀତ ହେବାପରେ ରାଷ୍ଟ୍ରପତିଙ୍କ ମଂଜୁରି ସହିତ ଆଇନରେ ପରିଣତ ହୋଇଥିଲା। ଏବେ ସରକାର ବିଜ୍ଞପ୍ତି ଜାରି କରି ଏହି ଆଇନକୁ ସମଗ୍ର ଦେଶରେ ଲାଗୁ କରିଛନ୍ତି। ଏହା ଫଳରେ ପାକିସ୍ତାନ, ବାଂଲାଦେଶ, ଆଫଗାନିସ୍ତାନରୁ ଉତ୍ପୀଡ଼ନର ଶିକାର ହୋଇ ଭାରତ ଆସୁଥିବା ହିନ୍ଦୁ, ଜୈନ, ବୌଦ୍ଧ, ଶିଖ୍, ଖ୍ରିଷ୍ଟୀୟାନ ଏବଂ ପାର୍ସୀ ଶରଣାର୍ଥୀ ଭାରତର ନାଗରିକତା ସହଜରେ ପାଇପାରିବେ। ଏ ପର୍ୟ୍ୟନ୍ତ ସେମାନଙ୍କୁ ବେଆଇନ ଶରଣାର୍ଥୀ ଭାବେ ଗ୍ରହଣ କରାଯାଉଥିଲା । ୩୧ ଡିସେମ୍ବର ୨୦୧୪ ପୂର୍ବରୁ ଭାରତ ଆସିଥିବା ଏହି ସଂପ୍ରଦାୟର ଶରଣାର୍ଥୀଙ୍କୁ ଏବେ ଭାରତର ନାଗରିକତା ମିଳିବାରେ କୌଣସି ବିଶେଷ ପ୍ରତିବନ୍ଧକ ରହିବନାହିଁ। ତେବେ ଆସାମ ସମେତ ଉତ୍ତର ପୂର୍ବାଞ୍ଚଳର କେତେକ ଅଂଚଳରେ ବିଶେଷ କାରଣ ଯୋଗୁଁ ଏହି ଆଇନ ଲାଗୁ ହେବନାହିଁ। କେନ୍ଦ୍ର ସରକାର ଏଥିପାଇଁ କେତେକ ବିକଳ୍ପ ବ୍ୟବସ୍ଥା ଗ୍ରହଣ କରିଛନ୍ତି। ସିଏଏ ଦ୍ବାରା କୌଣସି ଜଣେ ବି ଭାରତୀୟଙ୍କର ନାଗରିକତା ପ୍ରଭାବିତ ହେବନାହିଁ ଏବଂ ଏ ନେଇ ସମସ୍ତେ ଆଶ୍ବସ୍ତ ରହିବା ଉଚିତ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

ସମ୍ବଲପୁରରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହ

Read More...

ବାଷ୍ପ ଉତ୍ପାଦନ କାରଖାନାରେ ବିସ୍ଫୋରଣ ,  ୫ ମୃତ

ବାଷ୍ପ ଉତ୍ପାଦନ କାରଖାନାରେ ବିସ୍ଫୋରଣ , ୫ ମୃତ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: