ପିନକାକ୍ ସିଲେଟ୍ ଚାମ୍ପିଆନସିପରେ ପଦକ ହାସଲକାରୀ ୫ ଖେଳାଳୀଙ୍କୁ ବ୍ରହ୍ମପୁରରେ ଭବ୍ୟ ସମ୍ୱର୍ଦ୍ଧନା

January 13, 2020, ଖେଳ, ଗଞ୍ଜାମ, Swadhina Kumar Sahu
ପିନକାକ୍ ସିଲେଟ୍ ଚାମ୍ପିଆନସିପରେ ପଦକ ହାସଲକାରୀ ୫ ଖେଳାଳୀଙ୍କୁ ବ୍ରହ୍ମପୁରରେ ଭବ୍ୟ ସମ୍ୱର୍ଦ୍ଧନା
Swadhina Kumar Sahu
[ District Reporter ,Ganjam ]
Bhagyaprabha News Bureau
January 13, 2020

ଝାରସୁଗୁଡାଠାରେ ଚଳିତ ମାସ ୧୧ ଓ ୧୨ ତାରିଖରେ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ଦ୍ୱିତୀୟପୂର୍ବାଞ୍ଚଳ ପିନକାକ୍ ସିଲେଟ୍ କରାଟେ ଚାମ୍ପିଆନସିପରେ ପଦକ ହାସଲ କରିଥିବା ବ୍ରହ୍ମପୁରର ୫ ଖେଳାଳୀ ସୋମବାର ଦିନ ରେଳ ଷ୍ଟେସନରେ ପହଞ୍ଚିବା ପରେ ପୁଷ୍ପଗୁଚ୍ଛ ଦେଇ ସମସ୍ତଙ୍କୁ ଭବ୍ୟ ସମ୍ୱର୍ଦ୍ଧିତ କରାଯାଇଥିଲା । ଏହି ପ୍ରତିଯୋଗିତାରେ ବ୍ରହ୍ମପୁର ସହରର ବାସୁଦେବନଗର ମା ସରସ୍ୱତୀ ଶିଶୁ ମନ୍ଦିରର ୫ଜଣ ବାଳକ ଓ ବାଳିକା ନିଜର ଶ୍ରେଷ୍ଠ ପ୍ରଦର୍ଶନ କରି ପଦକ ହାସଲ କରି ବ୍ରହ୍ମପୁର ସହର ପାଇଁ ଗୌରବ ଆଣିଛନ୍ତି ବୋଲି ସହରବାସୀ ପ୍ରଶଂସା କରି କହିଛନ୍ତି । ଏହି ପ୍ରତିଯୋଗିତାରେ ୭ଟି ରାଜ୍ୟରୁ ଖେଳାଳୀମାନେ ଅଂଶଗ୍ରହଣ କରିଥିବା ବେଳେ ଉଚ୍ଛକୋଟୀର ଖେଳ ପ୍ରଦର୍ଶନ କରି ଗୋଟିଏ ସ୍ୱର୍ଣ୍ଣ ପଦକ ସହ ଚାରୋଟି ବ୍ରୋଞ୍ଜ୍ ପଦକ ହାସଲ କରିପାରିଛନ୍ତି । ସପ୍ତମ ଶ୍ରେଣୀର ଛାତ୍ର ରୁଦ୍ର ପ୍ରସାଦ ନନ୍ଦ ସ୍ୱର୍ଣ୍ଣ ପଦକ ପାଇଥିବା ବେଳେ ଷଷ୍ଠ ଶ୍ରେଣୀର ଛାତ୍ର ବିଥଲ ମିଶ୍ର , ନବମ ଶ୍ରେଣୀର ଛାତ୍ର ସୁରଜ ମହାରାଣା, ସପ୍ତମ ଶ୍ରେଣୀର ଛାତ୍ର ସୂର୍ଯ୍ୟାଶୁ ଦଳବେହେରା ଓ ଅଷ୍ଟମ ଶ୍ରେଣୀର ଛାତ୍ରୀ ଶ୍ରୁତିକା ଦାଶ ବ୍ରୋଞ୍ଜ ପଦକ ପାଇଛନ୍ତି । କରାଟେ କୋଚ୍ ବିପିନ୍ ନାୟକ ଓ ସନାତନ ନାୟକଙ୍କ ତତ୍ତ୍ୱବଧାନରେ ଏହି ଖେଳାଳୀମାନେ ସଫଳତା ହାସଲ କରିଥିବା ବେଳେ ଆଗାମୀ ଦିନରେ ଝାଡଖଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ଜାତୀୟ ସ୍ତରୀୟ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିବେ ଆଉ ଏଥିରେ ମଧ୍ୟ ନିଶ୍ଟୟ ସଫଳତା ହାସଲ କରିବେ ବୋଲି ଉଭୟ ଖେଳାଳୀ ଓ କୋଚ୍ ପ୍ରକାଶ କରିଛନ୍ତି ।ଆଉ ଏହି ସଫଳତାର ଶ୍ରେୟ ନିଜ ପରିବାର ବର୍ଗ ଓ କୋଚଙ୍କୁ ଶ୍ରେୟ ଦେଇଛନ୍ତି ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣୀ

ସୁପ୍ରିମକୋର୍ଟରେ ପୋଲାଭରମ ମାମଲାର ଶୁଣାଣୀ

Read More...

ଦାଦନ ଖଟିବାକୁ ଯାଇଥିବା ଓଡିଆ ଯୁବକର ଗଳିତ ଶବ ମୁମ୍ବାଇ ରେଳଧାରଣାରୁ ଉଦ୍ଧାର

ଦାଦନ ଖଟିବାକୁ ଯାଇଥିବା ଓଡିଆ ଯୁବକର ଗଳିତ ଶବ ମୁମ୍ବାଇ ରେଳଧାରଣାରୁ ଉଦ୍ଧାର

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: