ମୁକେଶର ଦୟା ଆବେଦନ ଖାରଜ କଲେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର୍‌

January 16, 2020, ଦେଶଦୁନିଆ, , BHAGYAPRABHA NEWS
ମୁକେଶର ଦୟା ଆବେଦନ ଖାରଜ କଲେ ଦିଲ୍ଲୀ ଲେଫ୍ଟନାଣ୍ଟ ଗଭର୍ଣ୍ଣର୍‌
BHAGYAPRABHA NEWS
[ INPUT ]
Bhagyaprabha News Bureau
January 16, 2020

ନିର୍ଭୟା ଗଣଦୁଷ୍କର୍ମ ମାମଲାର ଅନ୍ୟତମ ଦୋଷୀ ମୁକେଶର ଦୟା ଆବେଦନକୁ ଗୁରୁବାର ଦିନ ଦିଲ୍ଲୀର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଖାରଜ କରି ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ନିମନ୍ତେ ଗୃହ ମନ୍ତ୍ରାଳୟକୁ ସେ ଫାଇଲ୍‌ ପଠାଇ ଦେଇଛନ୍ତି। ମୁକେଶଙ୍କ ଦୟା ଆବେଦନକୁ ପ୍ରଥମେ ଦିଲ୍ଲୀ ସରକାର ଖାରଜ କରିଥିଲେ। 'ଖାରଜ' ବୋଲି ଉଲ୍ଲେଖ କରି ସେ ଦୟା ଆବେଦନକୁ ସରକାର ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ଙ୍କ ନିକଟକୁ ପଠାଇ ଦେଇଥିଲେ। ଦିଲ୍ଲୀ ସରକାରଙ୍କ ଏହି ନିଷ୍ପତ୍ତି ବା ଅନୁମୋଦନକୁ ଲେଫ୍ଟନାଣ୍ଟ୍‌ ଗଭର୍ଣ୍ଣର୍‌ ଅନୀଲ ବୈଜଲ୍‌ ଗ୍ରହଣ କରି ସେ ଫାଇଲ୍‌କୁ କେନ୍ଦ୍ର ଗୃହ ମନ୍ତ୍ରାଳୟକୁ ପଠାଇ ଦେଇଛନ୍ତି। ଜାନୁଆରି ୨୨ ତାରିଖ ଦିନ ଦୋଷୀମାନଙ୍କୁ ଫାଶୀ ଦେଇ ପାରିବେ ନାହିଁ ବୋଲି ରାଜ୍ୟ ସରକାର କହିବା ପରେ ମୃତ୍ୟୁ ପର୍‌ଓ୍ଵାନା ଉପରେ ଦିଲ୍ଲୀ ହାଇକୋର୍ଟ ରହିତାଦେଶ ଜାରି କରିବାକୁ ମନା କରି ଦେଇଥିଲେ। ଏ ଘଟଣାର ଦିନକ ପରେ ଆଜିର ଘଟଣା ଘଟିଛି।ଦିଲ୍ଲୀ ହାଇକୋର୍ଟ କହିଥିଲେ କି, ଜାନୁଆରି ୨୨ ତାରିଖ ସକାଳ ୭ଟା ବେଳେ ୪ ଦୋଷୀଙ୍କୁ ଫାଶୀ ଦେବାରେ କୌଣସି ଭୁଲ୍‌ ନାହିଁ। କିନ୍ତୁ, ଦିଲ୍ଲୀ ହାଇକୋର୍ଟ କହିଥିଲେ କି, ମୃତ୍ୟୁ ପରଓ୍ଵାନା ଜାରି କରିଥିବା ଟ୍ରାଏଲ୍‌ କୋର୍ଟରେ ଦୋଷୀ ମୁକେଶ ଆବେଦନ କରିପାରେ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଜଗା ଦର୍ଶନ ସହ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ  ମୁଖ୍ୟମନ୍ତ୍ରୀ

ଜଗା ଦର୍ଶନ ସହ ୭ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Read More...

ଜନତାଙ୍କ ଖୁସାମତରେ ଦିଲ୍ଲୀ ରାଜନେତା

ଜନତାଙ୍କ ଖୁସାମତରେ ଦିଲ୍ଲୀ ରାଜନେତା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: