ଟୟୋଟା କାରରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା

February 19, 2019, ଦେଶଦୁନିଆ, , Bhagyaprabha News Bureau
ଟୟୋଟା କାରରୁ ଜବତ ହେଲା ୧୦ କୋଟି ୯୦ ଲକ୍ଷ ଟଙ୍କା
Bhagyaprabha News Bureau
February 19, 2019

ଛତିଶଗଡରେ କାରରୁ ମିଳିଲା ୧୦ କୋଟିରୁ ଅଧିକ ଟଙ୍କା । କାରରେ ୧୦ କୋଟି ୯୦ ଲକ୍ଷ ଟଙ୍କା ଚାଲାଣ ହେଉଥିବା ବେଳେ ପୋଲିସ ଜବତ କରିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, କଟକରୁ ଛତିଶଗଡ ଦେଇ ଆଗ୍ରା ଯାଉଥିଲା ଏତେ ପରିମାଣର ଟଙ୍କା । ଟଙ୍କା ନେଇ ଯାଉଥିବା ୪ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ସେମାନଙ୍କ କହିବା କଥା, ଗତ ରବିବାର ସେମାନେ ଆଗ୍ରାରୁ, ଗ୍ୱାଲିୟର ଏବଂ ଛତିଶଗଡ ଦେଇ କଟକ ଆସିଥିଲେ । କଟକରେ ଜଣେ ବ୍ୟକ୍ତି ତାଙ୍କୁ ଏକ ଫାର୍ମ ହାଉସକୁ ନେଇଥିଲା । ସେଠାରେ ତାଙ୍କୁ ଟଙ୍କା ଦିଆଯାଇଥିଲା । କାରର ପଛ ସିଟରେ ଲକର କରାଯାଇ ଟଙ୍କା ରଖାଯାଇଥିଲା । ଟଙ୍କା ଆଣିବାକୁ ସେମାନଙ୍କୁ ପଠାଇଥିବା ଅବଧେଶ ଅଗ୍ରୱାଲ ଆଗ୍ରାର ବାସିନ୍ଦା ଏବଂ ତାଙ୍କର ସୁନା ବ୍ୟବସାୟ ରହିଛି ବୋଲି ପୋଲିସ ଆଗରେ ଅଟକ ଥିବା ୪ ଜଣ କହିଛନ୍ତି ।


କାର ଭିତରେ ୧୦ କୋଟି ୯୦ ଲକ୍ଷର ନୋଟ୍ । ଛତିଶଗଡରେ ଜବତ ହେଲା ବିପୁଳ ଟଙ୍କା । ୨ ହଜାର ଓ ୫ ଶହ ଟଙ୍କାର ବିଡା ବିଡା ନୋଟ୍ । ଥାକ ଥାକ କରି ରଖାଯାଇଛି ନୋଟ୍ ବଣ୍ଡଲ । ଫଟୋରେ ଦେଖୁଥିବା ଥିବା ଏହି ନୋଟର ପାହାଡରେ ରହିଛି ୧୦ କୋଟି ୯୦ ଲକ୍ଷ ଟଙ୍କାର ନୋଟ୍ । ଏକ ଟୋୟଟା ଇଟିଅସ୍ କାରରୁ ଜବତ ହୋଇଛି ଏସବୁ ଟଙ୍କା । ଛତିଶଗଡ ମହାସମୁନ୍ଦ ଜିଲ୍ଲାର ଖଲ୍ଲାରୀ ପୋଲିସ ଟଙ୍କା ସହ ୪ ଜଣଙ୍କୁ ଅଟକ ରଖିଛି । ପୋଲିସର ପ୍ରାଥମିକ ତଦନ୍ତରୁ ଜଣାପଡିଛି, କଟକରୁ ଛତିଶଗଡ ଦେଇ ଆଗ୍ରା ଯାଉଥିଲା ଏସବୁ ଟଙ୍କା ।


୧୦ କୋଟିର ରହସ୍ୟ । କୁଆଡେ ଯାଉଥିଲା? କାହାର ଟଙ୍କା? ଓଡିଶାରୁ ଟଙ୍କା ନେଇ ୟୁପି ଯାଉଥିବା ସମସ୍ତ ୪ ଜଣ, ଆଗ୍ରାର ବାସିନ୍ଦା । ସେମାନଙ୍କ କହିବା କଥା, ଆଗ୍ରାର ଅବଧେଶ ଅଗ୍ରୱାଲ ତାଙ୍କୁ ଟଙ୍କା ଆଣିବାକୁ କଟକ ପଠାଇଥିଲା । ତେବେ କିଏ ତାଙ୍କୁ ଟଙ୍କା ଦେଇଛି ସେନେଇ ସେମାନେ କିଛି ଜାଣିନାହାଁନ୍ତି । ସଂପୃକ୍ତ ବ୍ୟକ୍ତିଙ୍କ ସହ ସେମାନେ କେବଳ ଫୋନରେ କଥା ହୋଇଛନ୍ତି ଏବଂ କଟକର ଏକ ଫାର୍ମ ହାଉସରେ ସେମାନଙ୍କୁ ଟଙ୍କା ଦିଆଯାଇଥିବା ପୋଲିସ ଆଗରେ କହିଛନ୍ତି ।





Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କମେଡି କିଙ୍ଗ କପିଲ ଶର୍ମାଙ୍କୁ ମହଙ୍ଗା ପଡ଼ିଲା ସିଦ୍ଧୁଙ୍କ ସମର୍ଥନ

କମେଡି କିଙ୍ଗ କପିଲ ଶର୍ମାଙ୍କୁ ମହଙ୍ଗା ପଡ଼ିଲା ସିଦ୍ଧୁଙ୍କ ସମର୍ଥନ

Read More...

ପିତୃହନ୍ତା ପୁଅ

ପିତୃହନ୍ତା ପୁଅ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: