୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ରାଜନୀତିିରେ ହେବ କି ନୂଆ ସମୀକରଣ ! ନୂଆ ସଂକେତ ଦେଲେ ଦାମ ଓ ପଞ୍ଚାନନ

January 13, 2019, ରାଜନୀତି, , Bhagyaprabha News Bureau
୨୦୧୯ ନିର୍ବାଚନ ପୂର୍ବରୁ ଓଡିଶା ରାଜନୀତିିରେ ହେବ କି ନୂଆ ସମୀକରଣ ! ନୂଆ ସଂକେତ ଦେଲେ ଦାମ ଓ ପଞ୍ଚାନନ
Bhagyaprabha News Bureau
January 13, 2019

ରାଜ୍ୟ ରାଜନୀତିରେ ନୂଆ ସମୀକରଣକୁ ନେଇ ଚର୍ଚା ଭିତରେ ଆଜି ମିଳିଛି ନୂଆ ସଙ୍କେତ । ଆଉ ଏହି ସଙ୍କେତ ଦେଇଛନ୍ତି ବରିଷ୍ଠ ନେତା ଦାମୋଦର ରାଉତ । ଦାମଙ୍କ ମୁହଁରେ ଶୁଣିବାକୁ ମିଳିଛି କଂଗ୍ରେସର ପ୍ରଶଂସା । ସିଧା ସଧା କହିଛନ୍ତି, କଂଗ୍ରେସରେ ସାମିଲ ହେବାରେ ଅନ୍ୟମାନଙ୍କର କୁଂଠା ଥାଇପାରେ , କିନ୍ତୁ ତାଙ୍କର କିଛି କୁଣ୍ଠା ନାହିଁ । ସେହିପରି ପୂର୍ବତନ ଅର୍ଥମନ୍ତ୍ରୀ ପଂଚାନନ କାନୁନଗୋ କହିଛନ୍ତି, ବିଜେପି ଓ ବିଜେଡି ଠାରୁ କଂଗ୍ରେସ ଭଲ ।


ତିଆରି ହେଉଛି କି ନୂଆ ସମୀକରଣ ? ଦାମଙ୍କୁ ଅଡୁଆ ନୁହେଁ କଂଗ୍ରେସ । ଏଭଳି କଥା ଖୋଦ ନିଜେ କହିଛନ୍ତି ଦାମ । ଦାମଙ୍କ ମୁହଁରୁ କଂଗ୍ରେସ ପ୍ରଶଂସା ଏବେ ରାଜ୍ୟ ରାଜନୀତିକୁ ଉଷ୍ମ କରିଛି । କିନ୍ତୁ ଯେତେବେଳେ ନିର୍ବାଚନ ପାଖେଇ ଆସେ, ସେତେବେଳେ ନୂଆ ସମୀକରଣ ମଧ୍ୟ ତିଆରି ହୂଏ । ନିର୍ବାଚନ ପୂର୍ବରୁ ନୂଆ ଦଳ ଗଠନ କରି ନବୀନଙ୍କୁ ଚ୍ୟାଲେଂଜ୍ କରିବା ଏକ ପ୍ରକାର ଅସମ୍ଭବ ବୋଲି ମନେ କରୁଛନ୍ତି ବିଜୁ ଅନୁଗତ । ତେଣୁ ଜାତୀୟ ଦଳ ସହ ବୁଝାମଣା କରି ବିଜେଡିକୁ ମାତ୍ ଦେବାକୁ ଚିନ୍ତା କରୁଛନ୍ତି ।



ରାଜନୀତିର ପଶାପାଲିରେ ୨୦୧୯ ନିର୍ବାଚନ ଏକ ଏଭଳି ପରିସ୍ଥିତି ସୃଷ୍ଟି କରିଛି ଯାହା ହୁଏତ ଏହି ନେତାମାନେ କେବେ କଳ୍ପନା କରିନଥିଲେ । ବିଜୟ ଓ ଦିଲୀପ କିଛିଦିନ ପୂର୍ବରୁ ବିଜେପି ଛାଡିଥିବା ବେଳେ ଗତ କିଛି ଦିନ ହେବ ବୈଜୟନ୍ତଙ୍କ ଟ୍ୱିଟ୍ ଏବେ ବିଜେପି ବିରୋଧୀ ଆଭିମୁଖ୍ୟ ପ୍ରଦର୍ଶନ କରୁଛି । ଆଉ ଏସବୁ ଭିତରେ ଆଗକୁ ଆସୁଛି ୨୦୧୯ ନିର୍ବାଚନ । ତେଣୁ ବିଜୁ ଅନୁଗତ ମାନେ ଏକାଠି ହୋଇ ଏକ ଦଳ ଗଢିବାର ସମ୍ଭାବନା ସୃଷ୍ଟି ହୋଇଛି । ବିଜୟ ମହାପାତ୍ର, ଡାଃ ଦାମୋଦର ରାଉତ, ଦିଲ୍ଲୀପ ରାୟ, ବୈଜୟନ୍ତ ପଣ୍ଡା, ପଂଚାନନ କାନୁନଗୋ, ବ୍ରଜ ତ୍ରିପାଠୀ ଆଉ ଖାରବେଳ ସ୍ୱାଇଁ । ରାଜ୍ୟ ରାଜନୀତିର ଏହି ସପ୍ତରଥୀ ୨୦୧୯ ନିର୍ବାଚନରେ କଣ ନିଷ୍ପତି ନେଉଛନ୍ତି, ଏବେ ତାହାରି ଉପରେ ମସସ୍ତଙ୍କ ନଜର ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
କାଳିଆ କଲ୍ ସେଣ୍ଟର ଦୂର କରୁଛି ହିତାଧିକାରୀଙ୍କ ସନ୍ଦେହ! ପ୍ରତିଦିନ ଆସୁଛି ୩୦ ହଜାରରୁ ଅଧିକ କଲ୍, ଟିକିନିକି ତଥ୍ୟ ଦେଉଛନ୍ତି କର୍ମଚାରୀ

କାଳିଆ କଲ୍ ସେଣ୍ଟର ଦୂର କରୁଛି ହିତାଧିକାରୀଙ୍କ ସନ୍ଦେହ! ପ୍ରତିଦିନ ଆସୁଛି ୩୦ ହଜାରରୁ ଅଧିକ କଲ୍, ଟିକିନିକି ତଥ୍ୟ ଦେଉଛନ୍ତି କର୍ମଚାରୀ

Read More...

ଗୋପରେ ବଢୁଛି କଳା କହ୍ନେଇ ! ଦୈବବାଣୀ ପରେ ବଢ଼ୁଛି ମଥୁରା ନରେଶଙ୍କ ସଂକଟ, ବରଗଡ଼ ଧନୁଯାତ୍ରାରେ ଜମୁଛି ଦ୍ୱାପର ଯୁଗର କଥା ।

ଗୋପରେ ବଢୁଛି କଳା କହ୍ନେଇ ! ଦୈବବାଣୀ ପରେ ବଢ଼ୁଛି ମଥୁରା ନରେଶଙ୍କ ସଂକଟ, ବରଗଡ଼ ଧନୁଯାତ୍ରାରେ ଜମୁଛି ଦ୍ୱାପର ଯୁଗର କଥା ।

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: