ଅକ୍ଷୟ ଏବଂ ଧନୁଷଙ୍କ ସହ ସ୍କ୍ରିନ ସେୟାର କରିବେ ସାରା

January 30, 2020, ମନୋରଞ୍ଜନ, , Bhagyaprabha News Bureau
ଅକ୍ଷୟ ଏବଂ ଧନୁଷଙ୍କ ସହ ସ୍କ୍ରିନ ସେୟାର କରିବେ ସାରା
Bhagyaprabha News Bureau
January 30, 2020

ବଲିଉଡର ଚୁଲବୁଲୀ ନାୟିକା ସାରା ଅଲ୍ଲୀ ଖାନ୍ ତାଙ୍କର ଆଗାମୀ ଫିଲ୍ମ 'ଲଭ ଆଜ କଲ'ଙ୍କୁ ନେଇ ଚର୍ଚ୍ଚାରେ ରହିଥିବାବେଳେ ବର୍ତ୍ତମାନ ତାଙ୍କୁ ଆଉ ଏକ ଫିଲ୍ମର ଅଫର ମିଳିଛି । ଏ ସଂପର୍କରେ ସୂଚନା ସାରା ନିଜେ ଇନଷ୍ଟାଗ୍ରାମରେ ଏକ ଫଟୋ ସେୟାର କରି ଦେଇଛନ୍ତି । ସାରା ନିଜ ଇନଷ୍ଟାଗ୍ରାମରେ ଅକ୍ଷୟ କୁମାର ଏବଂ ସାଉଥ ଷ୍ଟାର ଧନୁସଙ୍କ ସହ ଏକ ଫଟୋ ସେୟାର କରୁଥିବାର ଦେଖିବାକୁ ମିଳିଛି । ଏହି ଫିଲ୍ମ ସଂପର୍କରେ ଘୋଷଣା କରିବାକୁ ଯାଇ ସାରା ଲେଖିଛନ୍ତି ଯେ, "ମୁଁ ମୋ ଭାଗ୍ୟ ଉପରେ ବିଶ୍ୱାସ କରିପାରୁ ନାହିଁ ଯେ, ମୋ ଆଗାମୀ ଫିଲ୍ମ ଅନନ୍ଦ ଏଲ ରାୟଙ୍କ 'ଅତରଙ୍ଗି ରେ ' । ଏହା ସହ ମୋ ସହ କାମ କରିବା ପାଇଁ ମୁଁ ଅକ୍ଷୟ କୁମାର ଏବଂ ଧନୁଷଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ହିମାଂଶୁ କୁମାରଙ୍କ ଦ୍ୱାରା ଲିଖିତ ଏହି ଫିଲ୍ମ ଭୂଷଣ କୁମାରଙ୍କ ଟି-ସିରିଜ ବନ୍ୟାର ଅଧିନରେ ପ୍ରସ୍ତୁତ ହେବ । ଏହି ଫିଲ୍ମ ଆଗାମୀ ବର୍ଷ ୧୪ ଫେବୃଆରୀ ୨୦୨୧ରେ ରିଲିଡ ହେବ ।" ଏହି ଫିଲ୍ମରେ ଅକ୍ଷୟ ଏକ ଛୋଟ ଭୂମିକାରେ ନଜର ଆସିବାକୁ ଥିବାବେଳେ ମୁଖ୍ୟ ଭୂମିକାରେ ନଜର ଆସିବେ ଧନୁଷ ଏବଂ ସାରା । ଫିଲ୍ମଟି ପ୍ରେମ କାହାଣୀ ଠାରୁ ଭିନ୍ନ ରହିବ । ଏହି ଫିଲ୍ମର ନିର୍ଦ୍ଦେଶନା ଦେବେ ଫିଲ୍ମ ଜିରୋର ନିର୍ଦ୍ଦେଶକ ଆନନ୍ଦ ଏଗ ରାୟ ।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେଶର ପ୍ରଥମ  କୋରୋନା ରୋଗୀ ଚିହ୍ନଟ

ଦେଶର ପ୍ରଥମ କୋରୋନା ରୋଗୀ ଚିହ୍ନଟ

Read More...

ଗାନ୍ଧୀଜୀଙ୍କୁ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

ଗାନ୍ଧୀଜୀଙ୍କୁ ଶ୍ରାଦ୍ଧ ବାର୍ଷିକରେ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: