ଆଜିଠୁ ସଂସଦରେ ବଜେଟ ଅଧିବେସନ

January 31, 2020, ଦେଶଦୁନିଆ, , BHAGYAPRABHA NEWS
ଆଜିଠୁ ସଂସଦରେ ବଜେଟ ଅଧିବେସନ
BHAGYAPRABHA NEWS
[ INPUT ]
Bhagyaprabha News Bureau
January 31, 2020

ଆଜିଠୁ ସଂସଦରେ ବଜେଟ ଅଧିବେସନ ଆରମ୍ଭ ହୋଇ ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୧୧ ଯାଏଁ ଚାଲିବାକୁଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ । ସଂସଦର ଦୁଇଟି ସଦନର ସଂଯୁକ୍ତ ବୈଠକରେ ରାଷ୍ଟ୍ରପତିି ରାମନାଥ କୋବିନ୍ଦ ସମ୍ବୋଧନ କରି ପ୍ରଥମେ ନୂଆବର୍ଷର ଅଭିନନ୍ଦନ ଜଣାଇ କହିଛନ୍ତି ଯେ, ଏହି ଦଶନ୍ଧି ଭାରତ ପାଇଁ ବହୁତ ମହତପୂର୍ଣ୍ଣ । ଆମର ସମ୍ବିଧାନ ଦେଶବାସୀଙ୍କ ଆଶା, ଆକାଂକ୍ଷାକୁ ପୂରଣ କରୁଛି । ସ୍ୱତନ୍ତ୍ରତାର ୭୫ ବର୍ଷ ପୂରା ହେଉଛି । ସଂସଦର ୨ଟି ସଦନରେ ବହୁମତରେ ସାମ୍ବିଧାନିକ ଅନୁଚ୍ଛେଦ ୩୭୦ ଏବଂ ୩୫ ଏ ଉଚ୍ଛେଦ କେବଳ ଐତିହାସିକ ପଦକ୍ଷେପ ନୁହେଁ ତାହା ଜାମ୍ମୁକାଶ୍ମୀର ଓ ଲାଦାଖର ସମାନ ବିକାଶ ପାଇଁ ମାର୍ଗ ପ୍ରଶସ୍ତ ହୋଇଛି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଜରିଆରେ ଜାମ୍ମୁକାଶ୍ମୀରରେ ୨୦୧୮ ମାର୍ଚ୍ଚ ସୁଦ୍ଧା କେବଳ ୩୫୦୦ ଘର ନିର୍ମାଣ ହୋଇପାରିଥିଲା । କିନ୍ତୁ ବର୍ତ୍ତମାନ ଏହା ୨୪ ହଜାରରୁ ଅଧିକ ଘର ନିର୍ମାଣ ପୂରା କରାଯାଇଛି । ସରକାରଙ୍କ ପ୍ରୟାସ କାରଣରୁ ୨୦୨୨ ସୁଦ୍ଧା ସିକିମ, ମିଜୋରାମ, ମଣିପୁର ଓ ନାଗାଲାଣ୍ଡର ରାଜଧାନୀ ରେଳ ନେଟୱର୍କ ସହ ଜଡ଼ିତ ହେବ । ଜାମ୍ମୁକାଶ୍ମରା ଓ ଲାଦାଖରେ କନେକ୍ଟିଭିଟି, ସିଂଚାଇ, ହସ୍ପିଟାଏ ଓ ପର୍ଯ୍ୟଟନର ଯୋଜନା ଗୁଡ଼ିକ ସହ ଆଇଆଇଟି, ଆଇଆଇଏମ, ଏମ୍ସ ଭଳି ଉଚ୍ଚଶିକ୍ଷା ସଂସ୍ଥା ସ୍ଥାପନ କରିବା କାମ ମଧ୍ୟ ଚାଲିଛି । ଆମ ସରକାର ନିର୍ଦ୍ଧାରିତ ସମୟ ମଧ୍ୟରେ କରତାରପୁର ସାହିବ କରିଡ଼ରର ନିର୍ମାଣ କରି ଗୁରୁ ନାନକଙ୍କ ୫୫୦ ତମ ଜୟନ୍ତୀରେ ରାଷ୍ଟ୍ରକୁ ସମର୍ପିତ କରିଛି ।ଆଜିଠୁ ଆରମ୍ଭ ହୋଇଥିବା ଏହି ବଜେଟ ଅଧିବେଶନର ଫେବୃଆରୀ ପହିଲାରେ ସଂସଦର ଅଧିବେଶନରେ ୨୦୨୦-୨୧ର କେନ୍ଦ୍ରୀୟ ଆର୍ଥିକ ବଜେଟ ଲୋକସଭାରେ ଉପସ୍ଥାପନ କରାଯିବ ।ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁଙ୍କ ଅଧ୍ୟକ୍ଷତାରେ ତାଙ୍କ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ବଜେଟ ଅଧିବେଶନର ପ୍ରଥମ ପର୍ୟ୍ୟାୟ ଫେବୃଆରୀ ୧୧ ଯାଏଁ ଚାଲିବ । ସେହିପରି ଦ୍ୱିତୀୟ ପର୍ୟ୍ୟାୟର ଅଧିବେଶନ ମାର୍ଚ୍ଚ ୨ରୁ ଆରମ୍ଭ ହୋଇ ଏପ୍ରିଲ ୩ରେ ଶେଷ ହେବ ।ସଂସଦର ବଜେଟ୍ ଅଧିବେଶନ ପୂର୍ବରୁ ଆଜି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି । ସରକାରଙ୍କ ଦ୍ଵାରା ଆହୂତ ଏହି ବୈଠକରେ ବିରୋଧୀ ଗୃହରେ ନାଗରିକ ସଂଶୋଧନ ବିଧେୟକ, ଅର୍ଥବ୍ୟବସ୍ଥା, ବେରୋଜଗାରୀ, କାଶ୍ମୀର ସ୍ଥିତି, ଦରବୃଦ୍ଧି, କୃଷକଙ୍କ ସମସ୍ୟା ପ୍ରସଙ୍ଗରେ ଆଲୋଚନା ପାଇଁ ଦାବି କରିଛନ୍ତି।ଏହା ଉପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସରକାର ବିରୋଧୀଙ୍କ ରାୟ ଶୁଣିବା ଏବଂ ପ୍ରତ୍ୟେକ ପ୍ରସଙ୍ଗ ଉପରେ ଆଲୋଚନା କରିବାକୁ ପ୍ରସ୍ତୁତ ଥିବା କହିଛନ୍ତି। ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ଥବ୍ୟବସ୍ଥା ସହିତ ସମସ୍ତ ପ୍ରସଙ୍ଗରେ ଆଲୋଚନା ହେବା ଉଚିତ୍ ବୋଲି ବୈଠକରେ କହିଛନ୍ତି।




Back to Previous Page



<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହାପି ବାର୍ଥ ଡେ ପ୍ରୀତି ଜିଣ୍ଟା

ହାପି ବାର୍ଥ ଡେ ପ୍ରୀତି ଜିଣ୍ଟା

Read More...

କ୍ୟାବିନେଟ ବୈଠକରେ କରୋନା ଭୂତାଣୁର ସ୍ଥିତି ସମୀକ୍ଷା

କ୍ୟାବିନେଟ ବୈଠକରେ କରୋନା ଭୂତାଣୁର ସ୍ଥିତି ସମୀକ୍ଷା

Read More...


ଆମ ଆଣ୍ଡ୍ରଏଡ୍ ଆପ୍:

Android app Download Now

କ୍ଲାସିଫାଏଡ଼୍‌ସ



ବିଜ୍ଞାପନ







ଆପଣଙ୍କ ମତାମତ



ପ୍ରତିନିଧି ଲଗ୍ ଇନ୍ :





ଦର୍ଶକ ପରିସଂଖ୍ୟାନ :


www.hitwebcounter.com

ସଂପର୍କ କରନ୍ତୁ :

Facebook Page Twitter Page YouTube Page Instagram Page


ବିଜ୍ଞାପନ

ବିଜ୍ଞାପନ

ବିଜ୍ଞାପନ

ସମ୍ପାଦକଙ୍କୁ ପତ୍ର :
Type the above number: